ETV Bharat / bharat

‘ଭାରତର ସବୁ ମୁସଲମାନ ପୂର୍ବରୁ ହିନ୍ଦୁ ଥିଲେ, ହିନ୍ଦୁ ଧର୍ମ ଇସଲାମଠୁ ବହୁ ପୁରୁଣା’: ଚର୍ଚ୍ଚାରେ ଆଜାଦଙ୍କ ବୟାନ

author img

By

Published : Aug 17, 2023, 6:44 PM IST

‘ଭାରତରେ ମୁସଲିମଙ୍କ ଠାରୁ ପୁରୁଣା ହିନ୍ଦୁ’: ଚର୍ଚ୍ଚାରେ ଆଜାଦଙ୍କ ବୟାନ
‘ଭାରତରେ ମୁସଲିମଙ୍କ ଠାରୁ ପୁରୁଣା ହିନ୍ଦୁ’: ଚର୍ଚ୍ଚାରେ ଆଜାଦଙ୍କ ବୟାନ

ଚର୍ଚ୍ଚାରେ ଗୁଲାମ ନବୀ ଆଜାଦଙ୍କ ହିନ୍ଦୁ-ଇସଲାମ ଉତ୍ପତି ବୟାନ । କହିଲେ 1500 ବର୍ଷ ପୂର୍ବରୁ ଇସଲାମର ଉତ୍ପତି, ହେଲେ ହିନ୍ଦୁତ୍ବ ଖୁବ ପୁରୁଣା । କାଶ୍ମୀରରେ 600 ବର୍ଷ ପୂର୍ବେ ଥିଲେ କେବଳ ହିନ୍ଦୁ । ଅଧିକ ପଢନ୍ତୁ

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସରୁ ଇସ୍ତଫା ଦେଇ ନିଜର ନୂତନ ରାଜନୈତିକ ଦଳ ‘ଗଣତାନ୍ତ୍ରିକ ପ୍ରଗତିଶୀଳ ଆଜାଦ ପାର୍ଟି’ (DPAP) ପ୍ରତିଷ୍ଠାତା ଗୁଲାମ ନବୀ ଆଜାଦ ଭାରତରେ ମୁସଲିମ ସମ୍ପ୍ରଦାୟର ଉତ୍ପତିର ଇତିହାସ ସମ୍ପର୍କରେ ବଡ ବୟାନ ଦେଇଛନ୍ତି । କାଶ୍ମୀର ଓ ଭାରତରେ ମୁୁସଲମାନଙ୍କଠାରୁ ହିନ୍ଦୁମାନଙ୍କ ଅସ୍ତିତ୍ବ ବେଶ ପୁରୁଣା । ଏବେ ମୁସଲିମବହୁଳ କାଶ୍ମୀରରେ ମାତ୍ର 600 ବର୍ଷ ପୂର୍ବରୁ ଇସଲାମ ନଥିଲା । କାଶ୍ମୀର ପଣ୍ଡିତମାନେ ହିଁ ଇସଲାମକୁ ପରିବର୍ତ୍ତିତ ହୋଇଛନ୍ତି ବୋଲି ଗୁଲାମ କହିଛନ୍ତି । ତେବେ ଆଜାଦଙ୍କର ଏପରି ବୟାନ ପରେ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି ।

14 ଅଗଷ୍ଟରେ କାଶ୍ମୀରର ଡୋଡା ଜିଲ୍ଲାରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ବେଳେ ଉଭୟ ସମ୍ପ୍ରଦାୟର ଉତ୍ପତି ସମ୍ପର୍କରେ ସେ ନିଜ ସମ୍ବୋଧନରେ ଉଲ୍ଲେଖ କରିଥିଲେ ଆଜାଦ । କହିଥିଲେ,‘‘ ଇସଲାମଠାରୁ ହିନ୍ଦୁତ୍ବ ବେଶ ପୁରୁଣା । ବିଶ୍ବରେ 1,500 ବର୍ଷ ପୂର୍ବେ ଇସଲାମ ଧର୍ମର ଉତ୍ପତି ହୋଇଛି, ହେଲେ ହିନ୍ଦୁତ୍ବର କଥା ତାହାଠାରୁ ବେଶ ପୂର୍ବର । ତେବେ ଆମେ ଯଦି କାଶ୍ମୀର ପ୍ରସଙ୍ଗ ବିଚାରକୁ ନେବା, ତେବେ ମାତ୍ର 600 ବର୍ଷ ପୂର୍ବରୁ ସେଠାରେ ମୁସଲିମ ନଥିଲେ । ସେଠାରେ କେବଳ କାଶ୍ମୀର ପଣ୍ଡିତ ଥିଲେ । ସେମାନେ ଇସଲାମକୁ ପରିବର୍ତ୍ତିତ ହୋଇଛନ୍ତି ।’’

ଏହା ମଧ୍ୟ ପଢନ୍ତୁ:-ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ସୀତାରମଣ, ଗୁଲାମୀ ମାନସିକତାରୁ ମୁକୁଳି ଆସିବାକୁ ଦେଲେ ଆହ୍ବାନ

ଇସଲାମ ଉତ୍ପତି ସମ୍ପର୍କରେ ମଧ୍ୟ ସେ ବୟାନ ଦେଇଛନ୍ତି । କହିଛନ୍ତି ଭାରତକୁ ଇସଲାମ ବାହାରୁ ଆସିଥିଲା । ମୋଗଲ ସେନାରେ ଥିବା କିଛି ସୈନିକ ଇସଲାମ ଧର୍ମାବଲମ୍ବୀ ଭାବେ ଭାରତକୁ ଆସିଥିଲେ । ପରେ ଇସଲାମର ପ୍ରଚାର ପ୍ରସାର ହେବାକୁ ଲାଗିଲା । ଆଜାଦ କହିଛନ୍ତି,‘‘ ଆମେ ହିନ୍ଦୁ, ମୁସଲମାନ, ଦଳିତ ଏବଂ କାଶ୍ମୀରବାସୀଙ୍କ ପାଇଁ ଏକ ରାଜ୍ୟ ନିର୍ମାଣର କାର୍ଯ୍ୟ ଜାରି ରଖିଛୁ । ବାହାରୁ କେହି ଏଠାକୁ ଆସିନାହାଁନ୍ତି । ଏହା ଆମର ଅଞ୍ଚଳ । ସଂସଦରେ ମୁଁ ଏହି ପ୍ରସଙ୍ଗରେ ଅନେକ ଯୁକ୍ତି ଦେଖିଛି । ମୋର ଜଣେ ସହକର୍ମୀ ସାଂସଦ କହିଥିଲେ, ଅନେକ ଲୋକ ଦେଶ ବାହାରୁ ଆସିଛନ୍ତି । ଏ କଥାକୁ ମୁଁ ସେତେବେଳେ ପ୍ରତ୍ୟାଖ୍ୟାନ କରିଥିଲି । ଏ ଦେଶ ସମସ୍ତଙ୍କର । ସମସ୍ତଙ୍କ ପାଇଁ ରାଷ୍ଟ୍ର ନିର୍ମାଣ କରିବାକୁ ହେବ ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.