ETV Bharat / bharat

G20 session on 'One Future': ମିଳିତ ଜାତିସଂଘରେ ସଂସ୍କାର ଆଣିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଦାବି

author img

By ETV Bharat Odisha Team

Published : Sep 10, 2023, 8:02 PM IST

Updated : Sep 10, 2023, 9:17 PM IST

PM Modi
PM Modi

G-20 ସମ୍ମିଳନୀରେ ୱାନ ଫ୍ୟୁଚର ବା ଗୋଟିଏ ଭବିଷ୍ୟତ ସେସନ । ମିଳିତ ଜାତିସଂଘର ନୀତିରେ ସୁଧାର ଆଣିବା ଲାଗି ଦାବି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଜି-20 ସମ୍ମିଳନୀର ଦ୍ବିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ୱାନ ଫ୍ୟୁଚର ବା ଗୋଟିଏ ଭବିଷ୍ୟତ' ସେସନରେ ଜାତିସଂଘ ସଂସ୍କାର ଉପରେ ଜୋର ଦେଇଛନ୍ତି । ଏହାର ନୀତିରେ ସୁଧାର ଆଣିବା ଲାଗି ସେ ଅନ୍ୟ ବିଶ୍ବନେତାଙ୍କୁ ଆହ୍ବାନ ଦେଇଛନ୍ତି । ବିଂଶ ଶତାବ୍ଦୀର ଦୃଷ୍ଟିକୋଣ ଏକବିଂଶ ଶତାବ୍ଦୀର ଦୁନିଆକୁ ସେବା ଯୋଗାଇପାରିବ ନାହିଁ ବୋଲି କହିଛନ୍ତି ମୋଦି ।

ଏ ନେଇ ମୋଦି କହିଛନ୍ତି, "ଆମର ଅନ୍ତର୍ଜାତୀୟ ଅନୁଷ୍ଠାନଗୁଡ଼ିକର ପରିବର୍ତ୍ତିତ ବାସ୍ତବତାକୁ ଚିହ୍ନିବା, ସେମାନଙ୍କର ନିଷ୍ପତ୍ତି ନେବା ପ୍ଲାଟଫର୍ମକୁ ବିସ୍ତାର କରିବା, ସେମାନଙ୍କର ପ୍ରାଥମିକତା ବିଷୟରେ ପୁନର୍ବିଚାର କରିବା ଆବଶ୍ୟକ । ଜି-20 ଉପରେ ଅନେକ ଦେଶର ଆଶା ରହିଛି । କାରଣ ବିଶ୍ବବାସୀ ଏହାର କାର୍ଯ୍ୟଶୈଳୀ ଓ ପରିଣାମ ଉପରେ ନଜର ରଖିଛନ୍ତି । ଜି-20 ଭାରତକୁ ନିଜର ମାନବ କେନ୍ଦ୍ରିତ ଦୃଷ୍ଟିକୋଣକୁ ଆଗକୁ ବଢାଇବା ଲାଗି ଏକ ପ୍ଲାଟଫର୍ମ ପ୍ରଦାନ କରିଛି । ମନୁଷ୍ୟ ସମାଜ ସାମ୍ନାରେ ଆସୁଥିବା ଅନେକ ସମସ୍ୟାର ସମାଧାନ ଲାଗି ଜି-20 ମଧ୍ୟ କାମ କରୁଛି । ତେବେ ବିଂଶ ଶତାବ୍ଦୀର ଦୃଷ୍ଟିକୋଣ ଏକବିଂଶ ଶତାବ୍ଦୀର ଦୁନିଆକୁ ସେବା ଯୋଗାଇପାରିବ ନାହିଁ । ଏଣୁ ମିଳିତ ଜାତିସଂଘ ନୀତିରେ ସୁଧାର ଆସିବା ନିହାତି ଆବଶ୍ୟକ ।"

ଏହା ବି ପଢନ୍ତୁ- G20 Summit: ମହାଶକ୍ତି ମହାସମ୍ମିଳନୀରେ ଅନ୍ତିମ ଦିନ, ୱାନ ଫ୍ୟୁଚର ବିଷୟବସ୍ତୁ ଉପରେ ହେବ ଆଲୋଚନା

ମୋଦି ଆହୁରି କହିଛନ୍ତି, "ଦୁନିଆର ନୂତନ ବାସ୍ତବତା 'ନୂତନ ବିଶ୍ବ ଗଠନ'ରେ ପ୍ରତିଫଳିତ ହେବା ଉଚିତ । ଜାତିସଂଘ 51 ସଦସ୍ୟଙ୍କ ସହ ପ୍ରତିଷ୍ଠିତ ହେବା ସମୟରେ ବିଶ୍ବ ଭିନ୍ନ ଥିଲା । ବର୍ତ୍ତମାନ ଏହାର ସଦସ୍ୟ ରାଷ୍ଟ୍ରଙ୍କ ସଂଖ୍ୟା ପ୍ରାୟ 200କୁ ବୃଦ୍ଧି ପାଇଛି । ବିପର୍ଯ୍ୟୟ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସହାୟତା ଯୋଗାଇବା ପାଇଁ ଗ୍ଲୋବାଲ ସଂସ୍ଥା ନିଜକୁ ସୀମିତ ରଖିବା ଉଚିତ୍‌ ନୁହେଁ । ଯେଉଁମାନେ ସମୟ ସହିତ ପରିବର୍ତ୍ତନ ହୁଅନ୍ତି ନାହିଁ ସେମାନେ ନିଜର ପ୍ରାସଙ୍ଗିକତା ହରାନ୍ତି । ଏହା ପ୍ରକୃତିର ନିୟମ ।"

ଏହା ବି ପଢନ୍ତୁ- G20 Summit in India: ବ୍ରିଟେନ ଫେରିଗଲେ ସୁନକ

ଭାରତ ହେଉଛି ବ୍ରାଜିଲ, ଜର୍ମାନୀ ଏବଂ ଜାପାନକୁ ନେଇ ଗଠିତ G4 ରାଷ୍ଟ୍ରଗୁଡ଼ିକର ଏକ ଅଂଶ । ଯାହାକି ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ଆସନ ପାଇଁ ପରସ୍ପରକୁ ସମର୍ଥନ କରେ । ଏହାସହ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ଭାରତ ସ୍ଥାୟୀ ସଦସ୍ୟ ପାଇଁ ଯୋଗ୍ୟ ବିବେଚିତ ମଧ୍ୟ । ଏବେ UNSCରେ 5ଟି ଦେଶ ସ୍ଥାୟୀ ସଦସ୍ୟ ରହିଥିବା ବେଳେ 10ଟି ଦେଶ ଗେଷ୍ଟ ସ୍ଥାୟୀ ସଦସ୍ୟ ଭାବେ ସାମିଲ ହୋଇଛି । 5 ସ୍ଥାୟୀ ସଦସ୍ୟ ହେଉଛି ଋଷ, ବ୍ରିଟେନ, ଚୀନ, ଫ୍ରାନ୍ସ ଓ ଆମେରିକା । ଏମାନଙ୍କ ନିକଟରେ ଭୋଟ ପାୱାର ରହିଛି । ଭାରତ ବ୍ୟତୀତ ଅନେକ ଦେଶ UNSCର ସ୍ଥାୟୀ ସଦସ୍ୟ ସଂଖ୍ୟା ବୃଦ୍ଧି କରିବା ଲାଗି ଦାବି ମଧ୍ୟ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 10, 2023, 9:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.