ETV Bharat / bharat

G20 Summit: ମହାଶକ୍ତି ମହାସମ୍ମିଳନୀରେ ଅନ୍ତିମ ଦିନ, ୱାନ ଫ୍ୟୁଚର ବିଷୟବସ୍ତୁ ଉପରେ ହେବ ଆଲୋଚନା

author img

By ETV Bharat Odisha Team

Published : Sep 10, 2023, 12:03 PM IST

ଜାତୀୟ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ବିଶ୍ବ କୂଟନୀତିର ମହାକୁମ୍ଭ ଜି 20 ଶିଖର ସମ୍ମିଳନୀର ଆଜି ଦ୍ବିତୀୟ ଦିନ । ଆଜି କେଉଁ କେଉଁ ବିଷୟରେ ଆଲୋଚନା ହେବେ ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

G20 Summit Second Day
G20 Summit Second Day

ନୂଆଦିଲ୍ଲୀ: ଜି 20 ଶିଖର ସମ୍ମିଳନୀ ବିଶ୍ବମଞ୍ଚର ଆଜି ଦ୍ବିତୀୟ ତଥା ଅନ୍ତିମ ଦିନ । ଜାତୀୟ ରାଜଧାନୀ ଦିଲ୍ଲୀରେ ବିଶ୍ବ କୂଟନୀତିର ମହାକୁମ୍ଭ ଜି 20 ଶିଖର ସମ୍ମିଳନୀ ଭାରତ ମଣ୍ଡପମରେ ଆରମ୍ଭ ଏହି ଦୁଇ ଦିନିଆ ସମ୍ମିଳନୀରେ ବିଶ୍ବର ପ୍ରମୁଖ ଯୋଗ ଦେଇଛନ୍ତି । ଦ୍ବିତୀୟ ଦିନରେ ବିଭିନ୍ନ ପ୍ରସଙ୍ଗରେ ବିଶ୍ବ ନେତାଙ୍କ ସହ ଆଲୋଚନା ହେବ । ବିଶେଷ କରି ଜଳବାୟୁ ପରିବର୍ତ୍ତନ, ଜଟିଳ ଅର୍ଥନୈତିକ ସମସ୍ୟା, ୱାନ ଆର୍ଥ, ୱାନ ଫ୍ୟାମିଲି, ୱାନ ଫ୍ୟୁଚର ଅର୍ଥାତ ଗୋଟିଏ ଭବିଷ୍ୟତ, ବିଶ୍ବସ୍ତରରେ ଉପୁଜୁଥିବା ସମସ୍ୟା ଗ୍ଲୋବାଲ ଟ୍ରଷ୍ଟ ବା ବିଶ୍ବସ୍ତରୀୟ ବିଶ୍ବସନୀୟତା ଯେପରି କମ ନ ହୁଏ ସେ ଦିଗରେ ଆଲୋଚନା ହେବ । ସମ୍ମିଳନୀର ଦ୍ବିତୀୟ ଦିନରେ ବିଶ୍ବସ୍ତରୀୟ ଭବିଷ୍ୟତ ଆଡକୁ ଏକ ପଥ ନିର୍ମାଣ ନେଇ ମାନସ ମନ୍ଥନ ହେବ ।

ଜି 20 ଶିଖର ସମ୍ମିଳନୀର ଗୁରୁତ୍ବପୂର୍ଣ୍ଣ ଦ୍ବିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଭାରତ ମଣ୍ଡପମରେ ୱାନ ଫିଚ୍ୟୁର ବା ଗୋଟିଏ ଭବିଷ୍ୟତ ଉପରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନାକୁ ନେଇ ସାରା ବିଶ୍ବର ନଜର ରହିଛି । ଏହା ସହିତ କାନାଡା ରାଷ୍ଟ୍ରନେତା ଓ ଫ୍ରାନ୍ସ ରାଷ୍ଟପତି ଇମାନୁଏଲ ମାକ୍ରନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କର ହେବାକୁ ଥିବା କୂଟନୈତିକ ବୈଠକ ଉପରେ ଫୋକସ ରହିଛି । ଏହି ବୈଠକ କୂଟନୈତିକ ସମ୍ପର୍କକୁ ଅଧିକ ମଜବୁତ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି । ଏହା ବ୍ୟତୀତ କୋମରୋମ, ତୁର୍କୀ, ୟୁଏଇ, ସାଉଥ କୋରିଆ ଏବଂ ୟୁରୋପିୟନ ୟୁନିୟନ, ବ୍ରାଜିଲ ଏବଂ ନିଗରିଆ ବିଶ୍ବ ନେତାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଥମ ଦିନ କଣ ହୋଇଥିଲା: ଜି 20 ଶିଖର ସମ୍ମିଳନୀର ପ୍ରଥମ ଦିନରେ ଦିଲ୍ଲୀର ଘୋଷଣାନାମାକୁ ଜି-20 ସଦସ୍ୟ ରାଷ୍ଟ୍ରଙ୍କ ପୂର୍ଣ୍ଣ ସମର୍ଥନ ମିଳିଥିଲା । ଇଣ୍ଡୋନେସିଆରେ ଅନୁଷ୍ଠିତ ଜି20 ସମ୍ମିଳନୀରେ ୟୁକ୍ରେନ ଯୁଦ୍ଧକୁ ନେଇ କୌଣସି ସହମତି ହୋଇପାରିନଥିଲା । ଯୁଦ୍ଧ ବନ୍ଦ କରି ବିଶ୍ବସମାଜରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ବାତାବରଣ ଫେରାଇ ଆଣିବାକୁ ଭାରତ ଦେଇଥିବା ପ୍ରସ୍ତାବକୁ ସମସ୍ତଙ୍କ ସମର୍ଥନ ମିଳିଥିଲା । ଏହା ସହିତ ପ୍ରଧାନମନ୍ତ୍ରୀ ଆଫ୍ରିକୀୟ ସଂଘକୁ ସ୍ଥାୟୀ ସଦସ୍ୟ ଭାବେ ବିଧିବଦ୍ଧ ଭାବେ ଜି-20 ଫୋରମକୁ ସ୍ବାଗତ କରିଥିଲେ । ଜି20 ସମ୍ମିଳନୀର ପ୍ରଥମ ଦିବସରେ ଅର୍ନ୍ତମହାଦେଶୀୟ ମହାଦେଶୀୟ ଯୋଗାଯୋଗ କ୍ଷେତ୍ରରେ ଏକ ବଡ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଭାରତ ସହ ରେଳ ଓ ଜଳପଥରେ ମଧ୍ୟପ୍ରାଚ୍ୟ ଓ ପୂର୍ବ ୟୁରୋପକୁ ଯୋଡିବାକୁ ଭାରତ-ମଧ୍ୟପ୍ରାଚ୍ୟ ଓ ପୂର୍ବ ୟୁରୋପ ସଂଯୋଗୀକରଣ କରିଡର ନିର୍ମାଣ ପାଇଁ ଘାେଷଣା ହୋଇଥିଲା ।

ଏହା ସହିତ ପ୍ରଥମ ଦିନରେ ବିଶ୍ବ ବାୟୋଫୁଏଲ ଆଲାଏନ୍ସ ବା ମେଣ୍ଟ ଗଠନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ । ଜଳବାୟୁ ପରିବର୍ତ୍ତନରୁ ସୃଷ୍ଟି ହେଉଥିବା ଆହ୍ବାନର ମୁକାବିଲା କରିବା ମେଣ୍ଟର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଏହି ମେଣ୍ଟର ପ୍ରତିଷ୍ଠାତା ସଦସ୍ୟ ହେଉଛନ୍ତି ଭାରତ, ଆମେରିକା ଓ ବ୍ରାଜିଲ । ପରିବହନ ଦିଗରେ ଯେପରି ବାୟୋଫୁଏଲ ବ୍ୟବହାର ବଢିବ ସେ ଦିଗରେ ମେଣ୍ଟ କାର୍ଯ୍ୟ କରିବ । 20ପ୍ରତିଶତ ଇଥାଇଲ ମିଶ୍ରଣ ପାଇଁ ମେଣ୍ଟ ଆହ୍ବାନ ଦେଇଛି ।

ଏହା ବି ପଢନ୍ତୁ...G 20 Summit: ବିଦେଶୀ ଅତିଥିଙ୍କ ମନ ଜିଣିଲା ପୈଠାନି ଶାଢୀ ଓ କୋହ୍ଲାପୁରୀ ଚପଲ

ଏହା ବି ପଢନ୍ତୁ....ଆଜି ଜି20 ସମ୍ମିଳନୀରେ ଅନ୍ତିମ ଦିନ, ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବିଶ୍ବନେତା

ଏହା ବି ପଢନ୍ତୁ...G 20 Summit: ଶେଖ ହସିନାଙ୍କ ସହ ବାଇଡେନଙ୍କ ସେଲଫି, ବାଂଲାଦେଶ ମନ୍ତ୍ରୀ କହିଲେ ଖୁସିର ମୁହୂର୍ତ୍ତ

ଦ୍ବିତୀୟ ଦିନ ଜି20 ସମ୍ମିଳନୀ ପୂର୍ବରୁ ବିଶ୍ବ ନେତା ରାଜଘାଟରେ ପହଞ୍ଚିଥିଲେ । ରାଜଘାଟରେ ବିଶ୍ବନେତା ପହଞ୍ଚିବା ପରେ ସମସ୍ତଙ୍କୁ ଖଦିର ଉପଢୌନ ଦେଇ ସ୍ବାଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପରେ ସେମାନଙ୍କୁ ସାବରମତି ଆଶ୍ରମ ବିଷୟରେ ବୁଝାଇଥିଲେ । ସେଠାରେ ଜାତିର ପିତା ମହାତ୍ନା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ବିଶ୍ବନେତା । ପରେ ପରେ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳୀ ପରିଦର୍ଶନ କରିଥିଲେ । ଏହାପୂର୍ବରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଦିଲ୍ଲୀସ୍ଥିତ ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଥିଲେ । ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଅନେକ ରାଷ୍ଟ୍ରନେତା ଜି20 ସମ୍ମିଳନୀ ପରେ ସ୍ବଦେଶ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.