ETV Bharat / bharat

Petrol Price Hike Effect: ବର କନ୍ୟାଙ୍କୁ ପେଟ୍ରୋଲ-ଡିଜେଲ ଉପହାର

author img

By

Published : Apr 8, 2022, 9:51 AM IST

Petrol Price Hike: ବିବାହ ଭୋଜିରେ ବରକନ୍ୟାଙ୍କୁ ପେଟ୍ରୋଲ-ଡିଜେଲ ଉପହାର
Petrol Price Hike: ବିବାହ ଭୋଜିରେ ବରକନ୍ୟାଙ୍କୁ ପେଟ୍ରୋଲ-ଡିଜେଲ ଉପହାର

ବିବାହ ଭୋଜିରେ ସାମିଲ ହୋଇ ବରକନ୍ୟାଙ୍କୁ ଏକ ବୋତଲ ପେଟ୍ରୋଲ ଓ ଡିଜେଲ ଉପହାର ସ୍ବରୂପ ପ୍ରଦାନ କଲେ ନବ ଦମ୍ପତିଙ୍କ ବନ୍ଧୁ । ଅଧିକ ପଢନ୍ତୁ

ଚେନ୍ନାଇ: ବିବାହ ଉତ୍ସବରେ ବରକନ୍ୟାଙ୍କୁ ସାଧାରଣତଃ ବିଭିନ୍ନ ଉପହାର ପ୍ରଦାନ କରାଯାଇଥାଏ । କିଏ ଫୁଲତୋଡା ତ ଆଉ କିଏ ଘର କରଣା ପୁଣି କିଏ ନବ ଦମ୍ପତିଙ୍କ ପ୍ରିୟ ଜିନିଷ ପ୍ରଦାନ କରିଥାନ୍ତି । କିନ୍ତୁ ତାମିଲନାଡୁର ଚେଙ୍ଗାଲପାଟ୍ଟୁ ଜିଲ୍ଲାର ଚେୟୁର ଗ୍ରାମରେ ନବ ବିବାହିତ ଦମ୍ପତିଙ୍କୁ ପେଟ୍ରୋଲ ଏବଂ ଡିଜେଲ ଉପହାର ପ୍ରଦାନ କରାଯାଇଛି । ତୈଳଦର ଦିନକୁ ଦିନ ବୃଦ୍ଧି ହେଉଥିବାରୁ ଦମ୍ପତିଙ୍କ ବନ୍ଧୁ ମାନେ ବିବାହ ଭୋଜିରେ ସାମିଲ ହୋଇ ଏକ ବୋତଲ ପେଟ୍ରୋଲ ଓ ଡିଜେଲ ଉପହାର ସ୍ବରୂପ ପ୍ରଦାନ କରିଛନ୍ତି ।

ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଦମ୍ପତିଙ୍କ ବନ୍ଧୁ ପେଟ୍ରୋଲ ଓ ଡିଜେଲ ଉପହାର ଦେଉଥିବା ଦେଖିବାକୁ ମିଳିଛି । ତାମିଲନାଡୁରେ ଗତ ୧୫ ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ୯ଟଙ୍କା ବୃଦ୍ଧି ହୋଇଛି । ପେଟ୍ରୋଲ ମୂଲ୍ୟ 110.85 ଟଙ୍କା ଥିବା ବେଳେ ଡିଜେଲ ଲିଟର ପିଛା 100.94 ଟଙ୍କା ରହିଛି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.