ETV Bharat / bharat

ନାସା ବୈଜ୍ଞାନିକ କହି କଳା କନା ବୁଲାଇଲା ହତ୍ୟାକାରୀ, ୧୧୧ ଆଶାୟୀଙ୍କଠୁ ଠକିଲା ଏତିକି

author img

By

Published : Aug 5, 2023, 10:36 PM IST

ନାସା ବୈଜ୍ଞାନିକ କହି ୧୧୧ ଚାକିରି ଆଶାୟୀଙ୍କଠୁ କୋଟି କୋଟି ଲୁଟିଲା ନାଗପୁର ଅଞ୍ଚଳର ଜଣେ ହତ୍ୟା ଅଭିଯୁକ୍ତ । ପଢନ୍ତୁ ସମ୍ପୂର୍ଣ୍ଣ ଖବର

fraudster posing as NASA scientist
fraudster posing as NASA scientist

ମୁମ୍ବାଇ: ମହାରାଷ୍ଟ୍ର ନାଗପୁର ଅଞ୍ଚଳର ଜଣେ ହତ୍ୟାକାରୀ ନିଜକୁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ବୈଜ୍ଞାନିକ କହି ଲୁଟିଛି ୫ କୋଟି ଟଙ୍କା । ତେବେ ୧୧୧ ଜଣ ଚାକିରି ଆଶାୟୀଙ୍କଠାରୁ ଏହି ଅର୍ଥ ଲୁଟିଥିବା ଜଣାପଡ଼ିଛି । ନାଗପୁର ସ୍ଥିତ ରିଜିଅନାଲ ରିମୋଟ ସେନ୍ସିଂ ସେଣ୍ଟର (RRSC)ରେ ଚାକିରି ଦେବା ନାଁରେ ଏହି ଅର୍ଥ ଲୁଟିଛି । ତେବେ ଲୁଟର ଶିକାର ହୋଇଥିବା ଚାକିରି ଆଶାୟୀ ଥାନାରେ ଏତଲା ଦେବା ପରେ ଘଟଣା ସାମ୍ନାକୁ ଆସିଛି ।

ଏ ନେଇ ନାଗପୁର କ୍ରାଇମବ୍ରାଞ୍ଚର EOW ନିକଟରେ ଅଭିଯୋଗ ହୋଇଛି । ଏହି ଅଭିଯୁକ୍ତର ନାମ ଓମକାର ମହେନ୍ଦ୍ର ତାଲମେଲ ବୋଲି ଜଣାପଡ଼ିଛି । ଇଓଡବ୍ଲ୍ୟୁ ନିକଟରେ ହୋଇଥିବା ଅଭିଯୋଗ ଅନୁସାରେ ଅଭିଯୁକ୍ତ ଜଣକ ପ୍ରାୟ ୧୧୧ ଜଣ ଆଶାୟୀଙ୍କଠାରୁ ଅଧିକ ଦରମାରେ ଚାକିରି କରାଇ ଦେବା ଆଳରେ ଏତେ ପରିମାଣର ଅର୍ଥକୁ ଠକି ନେଇଛି । ଅଭିଯୋଗ ଅନୁସାରେ ନାସାରେ ଜଣେ ଜୁନିଅର ସାଇଣ୍ଟିଷ୍ଟ ଭାବେ ସେ ଚାକିରି କରୁଥିବା କହିଥିଲା । ତେବେ ନାଗପୁର RRSCଠାରେ ବହୁ ପଦବୀ ଖାଲି ଥିବା ବୋଲି କହିଥିଲା ।

ଏହା ବି ପଢନ୍ତୁ- AI Toolsର ଦୁରୂପଯୋଗ, ସମ୍ପର୍କୀୟଙ୍କ ସ୍ବରରେ ଟଙ୍କା ମାଗି ୨ ଲକ୍ଷ ଲୁଟିଲେ ସାଇବର ଠକ

ନାଗପୁର RRSCରେ ଖାଲି ଥିବା ପଦବୀ ପୂରଣ ଲାଗି ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ ବୋଲି କହିଥିବା ଅଭିଯୋଗକାରୀ ଅଶ୍ବିନ ଅରବିନ୍ଦ କହିଛନ୍ତି । ଅଶ୍ବିନୀଙ୍କ କହିବା ଅନୁସାରେ ଠକ ଓମକାର ନାସାରେ ଚାକିରି କରୁଥିବା ପ୍ରଥମେ କହିଥିଲା । ଏହାପରେ ନାଗପୁର ରିଜିଅନାଲ ରିମୋଟ ସେନ୍ସିଂ ସେଣ୍ଟରରେ ଚାକିରି କରାଇଦେବା କହି ୨ ଲକ୍ଷ ଟଙ୍କା ମାଗିଥିଲା । ଚାକିରି ପାଇବା ଆଶାରେ ଅଶ୍ବିନ ଓମକାର ଦେଇଥିବା ବ୍ୟାଙ୍କ ଆକାଉଣ୍ଟରେ ଅର୍ଥ ଜମା କରିଥିଲେ । ଏହିପରି ଭାବରେ ଠକ ଓମକାର ପ୍ରାୟ ୧୧୧ ଜଣ ଆଶାୟୀଙ୍କଠାରୁ ପ୍ରାୟ ୫.୩୧ କୋଟି ଟଙ୍କା ଲୁଟ କରିଥିବା ଜଣାପଡ଼ିଛି ।

ମାତ୍ର ଚାକିରି ନ ମିଳିବା ପରେ ଏ ନେଇ ଅଶ୍ବିନ ନାଗୁପର ସ୍ଥିତ RRSC ଅଫିସ ସହିତ ଯୋଗାଯୋଗ କରିଥିଲେ । ଠକ ସହିତ ଅଫିସର କୌଣସି ସମ୍ପର୍କ ବା ଚିହ୍ନା ପରିଚୟ ନ ଥିବା ଜାଣିବାକୁ ପାଇଥିଲେ ଅଶ୍ବିନ । ଏହାପରେ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ତେବେ ଓମକାର ଏକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ଲୁଟ ଭଳି ଅପରାଧିକ କାର୍ଯ୍ୟରେ ମଧ୍ୟ ଲିପ୍ତ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.