ETV Bharat / bharat

ନୂଆବର୍ଷରେ ମାଡି ବସିଲା ଛାତ, 4 ମହିଳା ମୃତ

author img

By ETV Bharat Odisha Team

Published : Jan 1, 2024, 10:04 PM IST

ଛାତ ଭୁଶୁଡି ଗୋଟିଏ ପରିବାର 4 ମହିଳା ମୃତ
ଛାତ ଭୁଶୁଡି ଗୋଟିଏ ପରିବାର 4 ମହିଳା ମୃତ

Four Women Dead After Roof Of House Collapses: ଭୁଶୁଡ଼ି ପଡ଼ିଲା ଘରର ପୁରୁଣା ଛାତ । ତାମିଲନାଡୁରେ ଛାତ ଭୁଶୁଡି ଗୋଟିଏ ପରିବାର 4 ମହିଳା ମୃତ । ଅଧିକ ପଢ଼ନ୍ତୁ

ଚେନ୍ନାଇ: ନୂଆବର୍ଷରେ ବଡ଼ ଅଘଟଣ । ବର୍ଷ ଆରମ୍ଭରୁ ଲିଭି ଗଲା 4 ଜୀବନ ଦୀପ । ଭୁଶୁଡ଼ି ପଡ଼ିଲା ଘରର ପୁରୁଣା ଛାତ । 1972 ମସିହାରେ ନିର୍ମାଣ କରାଯାଇଥିବା ଛାତ ଭୁଶୁଡ଼ି ପଡ଼ିବା ଫଳରେ ଗୋଟିଏ ପରିବାରର 4 ଜଣ ମହିଳାଙ୍କର ମୃତ ଘଟିଛି । ତେବେ ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର ଥିରୁଚିରାପଲ୍ଲୀରେ । ଯାହା ସ୍ଥାନୀୟବାସୀଙ୍କୁ ସ୍ତବ୍ଧ କରିଦେଇଛି ।

ସୂଚନା ଅନୁସାରେ, ତାମିଲନାଡ଼ୁର ଖୀଝା ଅମ୍ବିକାପୁରମ ଗାନ୍ଧୀ ରୋଡରେ ରହୁଥିବା ମରିମୁଥି ଜଣେ ଅଟୋଚାଳକ । କିଛି ଦିନ ପୂର୍ବରୁ ତାଙ୍କ ଭଉଣୀଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିବାକୁ ସେ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ଚେନ୍ନାଇ ଯାଇଥିଲେ । ଏହି ସମୟରେ ତାଙ୍କ ମାଆ, ପତ୍ନୀ ଓ ଦୁଇ ଝିଅ ଘରେ ଥିଲେ । ହେଲେ ଆଜି ସକାଳ ପ୍ରାୟ 7ଟା ସମୟରେ ତାଙ୍କ ଘରର ପୁରୁଣା ଛାତ ହଠାତ ଭୁଷୁଡି଼ ପଡ଼ିଥିଲା । ଫଳରେ ଘରେ ଥିବା ସଦସ୍ୟମାନେ ଛାତର ଭଗ୍ନାବଶେଷ ମଧ୍ୟରେ ଚାପି ହୋଇଯାଇଥିଲେ । ତେବେ ଭଙ୍ଗା ଚାତ ତଳେ ଚାପି ହୋଇ ମରିମୁଥୁଙ୍କ ମାଆ ଶାନ୍ତି (70) ତାଙ୍କ ପତ୍ନୀ ବିଜୟଲକ୍ଷ୍ମୀ ( 38), ଓ ତାଙ୍କର ଦୁଇ ଝିଅ ପ୍ରହୀପା (12) ଓ ହରିନି (10)ଙ୍କ ମୃତ୍ୟୁ ଘଟିଛି ।

ଏହା ମଧ୍ୟ ପଢ଼ନ୍ତୁ......ଦୁଃଖରେ ପରିଣତ ହୋଇଗଲା ଖୁସି, ନଦୀରେ ବୁଡ଼ି ଗୋଟିଏ ପରିବାରର 5 ମୃତ

ଏହା ମଧ୍ୟ ପଢ଼ନ୍ତୁ......ଶୋଇଥିବା ସମୟରେ ଘରେ ଲାଗିଲା ନିଆଁ, ମା’ ଓ 4 ଶିଶୁ ଜୀବନ୍ତ ଦଗ୍ଧ

ସେପଟେ ସକାଳ 7 ଟା ସମୟରେ ଛାତ ଭୁଶୁଡ଼ି ପଡ଼ିଥିବା ନେଇ ମରିମୁଥିଙ୍କ ପଡ଼ୋଶୀ ଦେଖିବା ପରେ ଏନେଇ ତୁରନ୍ତ ଆରିୟାମାଙ୍ଗଲମ ପୋଲିସ ଷ୍ଟେସନକୁ ସୂଚନା ଦେଇଥିଲେ । 8 ଟା ସମୟରେ ପୋଲିସ ଓ ଅଗ୍ନୀଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମିଳିତ ଭାବରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ଛାତ ତଳେ ଚାପି ହୋଇଯିବାକୁ ପରିବାରର 4 ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଥିଲା । ସେପଟେ ଅଗ୍ନୀଶମ ବିଭାଗ ଛାତର ଭଗ୍ନାବଶେଷ ଭିତରୁ ମୃତଦେହକୁ ଉଦ୍ଧାର କରିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ଥିରୁଚିରାପଲ୍ଲୀରେ ଥିବା ସରକାରୀ ଡାକ୍ତରଖାନାକୁ ନିଆଯାଇଛି । ସେପଟେ ଆରିୟାମାଙ୍ଗଲମ ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ତେବେ ନୂଆବର୍ଷର ଆରମ୍ଭରୁ ଏଭଳି ଏକ ହୃଦୟ ବିଦାରକ ଘଟଣା ସ୍ଥାନୀୟ ବାସୀଙ୍କୁ ସ୍ତବ୍ଧ କରିଦେଇଛି ।

ବ୍ୟୁରୋ ଗିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.