ETV Bharat / bharat

ଦୁଃଖରେ ପରିଣତ ହୋଇଗଲା ଖୁସି, ନଦୀରେ ବୁଡ଼ି ଗୋଟିଏ ପରିବାରର 5 ମୃତ

author img

By ETV Bharat Odisha Team

Published : Dec 17, 2023, 10:09 PM IST

Five members of same family drowned in Shalmala River: ଦୁଃଖରେ ପରିଣତ ହୋଇଗଲା ଖୁସି । ନଦୀପାଣିରେ ବୁଡ଼ି ଚାଲିଗଲା ଗୋଟିଏ ପରିବାରର 5 ଜୀବନ । ତିନିଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ମଧ୍ୟ ଅନ୍ୟ ଦୁଇ ଜଣଙ୍କୁ ଖୋଜା ଚାଲିଛି । ଅଧିକ ପଢ଼ନ୍ତୁ

ଦୁଃଖରେ ପରିଣତ ହୋଇଗଲା ଖୁସି
ଦୁଃଖରେ ପରିଣତ ହୋଇଗଲା ଖୁସି

ବେଙ୍ଗାଲୁରୁ: କ୍ଷଣିକ ମଧ୍ୟରେ ଦୁଃଖରେ ପରିଣତ ହୋଇଗଲା ଖୁସି । ପରିବାର ଲୋକ ମିଶି ଯାଇଥିଲେ ଛୁଟି କାଟିବାକୁ । ହେଲେ ଘଟିଲା ବଡ଼ ଅଘଟଣ । ନଦୀରେ ବୁଡିଗଲେ ଗୋଟିଏ ପରିବାର ପାଞ୍ଚ ଜଣ ସଦସ୍ୟ । ତେବେ ପାଣିରୁ ତିନିଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ମଧ୍ୟ ଅନ୍ୟ ଦୁଇ ଜଣଙ୍କୁ ଖୋଜା ଚାଲିଛି । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ସିର୍ସିରେ ।

ତେବେ କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାର ସିର୍ସିରେ ଥିବା ଶାଲିମାର ନଦୀକୂଳ ଏକ ପର୍ଯ୍ୟଟନ ସ୍ଥଳି । ଛୁଟି ଦିନମାନଙ୍କରେ ଏଠାକୁ ବହୁ ପରିମାଣର ପର୍ଯ୍ୟଟକ ଛୁଟି କାଟିବାକୁ ଆସିଥାନ୍ତି । ତେବେ ଆଜି (ରବିବାର) ସିର୍ସି ସହରର ରାମନବାଇଲ ଓ କସ୍ତୁରବାନଗରର ଗୋଟିଏ ପରିବାରର ପ୍ରାୟ 25 ଜଣ ସଦସ୍ୟ ଶାଲିମାର ନଦୀର ଭୁତାନଗୁଣ୍ଡିକୁ ଛୁଟି କାଟିବା ପାଇଁ ଯାଇଥିଲେ । ଏହି ସମୟରେ, ସେମାନଙ୍କ ସହିତ ଯାଇଥିବା ଏକ ଶିଶୁ ଖେଳୁଥିବା ସମୟରେ ନଦୀ ପାଣିରେ ପଡ଼ିଯାଇଥିଲା । ତେବେ ପରିବାର ଜଣେ ସଦସ୍ୟ ( ମୌଲାନା ଅହମ୍ମଦ ) ଶିଶୁଟିକୁ ବଞ୍ଚାଇବା ପାଇଁ ପାଣିକୁ ଡେଇଁପଡ଼ିଥିଲେ । ଏହାସହ ପାଣିରୁ ପିଲାଟିକୁ ଉଦ୍ଧାର କରି ତାର ମାଆ ନାଦିଆକୁ ଦେଇଥିଲେ । ପିଲାଟିକୁ କୂଳରେ ଛାଡ଼ି ପାଣିରୁ ବାହାରକୁ ବାହାରିବା ସମୟରେ ହଠାତ ଉଭୟ ମୌଲାନା ଓ ନାଦିଆ ଦୁର୍ଘଟଣା ବଶତଃ ପୁଣି ପାଣିରେ ପଡ଼ିଯାଇଥିଲେ । ଫଳରେ ଉଭୟ ପାଣିରେ ବୁଡ଼ିଯାଇଥିଲେ । ଏହାଦେଖି ଅନ୍ୟ ତିନିଜଣ ସଦସ୍ୟ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପାଣି ଭିତରକୁ ଡେଇଁ ପଡ଼ିଲେ । ନଦୀରେ ଜଳସ୍ତର ଅଧିକ ଥିଲା, ଫଳରେ ସମସ୍ତେ ପାଣିରେ ବୁଡ଼ିଯାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ।

ଏହା ମଧ୍ଯ ପଢ଼ନ୍ତୁ......ନଦୀରେ ବୁଡି କଲେଜ ଛାତ୍ରୀ ମୃତ, ଗାଁକୁ ରାସ୍ତା ନଥିବାରୁ ଦେଢ କିଲୋମିଟର ବୁହା ହେଲା ମୃତଦେହ

ତେବେ ପାଣିରେ ବୁଡ଼ିଯାଇଥିବା ଗୋଟିଏ ପରିବାର ପାଞ୍ଚ ଜଣ ହେଲେ ରାମନବାଇଲର ମୌଲାନା ଅହମ୍ମଦ ସଲୀମ ଖଲିଲ (44), ନାବିଲ ନୋର ଅହମ୍ମଦ ଶେଖ (22) ଓ ଉମର ସିଦ୍ଦିକ (23) ଏବଂ କସ୍ତୁରବାନଗରର ନାଦିଆ ନୋର ଅହମ୍ମଦ ଶେଖ (20) ଓ ମିସାବ ତବସୁମ (21) । ଘଟଣା ସମ୍ପର୍କରେ ସୂଚନା ପାଇ ଅଗ୍ନିଶମ ବାହିନୀ ଏବଂ ପୋଲିସ କର୍ମଚାରୀଙ୍କ ସହ ସ୍ଥାନୀୟ ଲୋକ ମଧ୍ୟ ମୃତଦେହ ଖୋଜିଥିଲେ । ଅଗ୍ନିଶମ ବାହିନୀ ଏବଂ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ କରିବା ସହ ସନ୍ଧ୍ୟାରେ ତିନି ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଏହାସହ ଅନ୍ୟମାନଙ୍କୁ ମଧ୍ୟ ଖୋଜା ଚାଲିଛି ବୋଲି ପୋଲିସ କହିଛି । ସେପଟେ ସିର୍ସି ଗ୍ରାମୀଣ ପୋଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.