ETV Bharat / state

ନଦୀରେ ବୁଡି କଲେଜ ଛାତ୍ରୀ ମୃତ, ଗାଁକୁ ରାସ୍ତା ନଥିବାରୁ ଦେଢ କିଲୋମିଟର ବୁହା ହେଲା ମୃତଦେହ

author img

By ETV Bharat Odisha Team

Published : Nov 14, 2023, 8:36 PM IST

ନଦୀରେ ବୁଡ଼ି ଅଘଟଣ । ଅକାଳରେ ଚାଲିଗଲା ନାବାଳିକା କଲେଜ ଛାତ୍ରୀଙ୍କ ଜୀବନ । ରାସ୍ତା ନଥିବାରୁ ମୃତଦେହ ନେବାକୁ ଆସି ପାରିନଲାନି ଆମ୍ବଲାନ୍ସ । ନାଳ ପାଣି ଭିତରେ ପଶି ମୃତଦେହକୁ ବୋହି ନେଇଛନ୍ତି ଗ୍ରାମବାସୀ । ଅଧିକ ପଢ଼ନ୍ତୁ

Minor girl died after drowned in Salunki river
Minor girl died after drowned in Salunki river

ଫୁଲବାଣୀ: ନଦୀରେ ବୁଡ଼ି ଅଘଟଣ । ଅକାଳରେ ଚାଲିଗଲା ନାବାଳିକା କଲେଜ ଛାତ୍ରୀଙ୍କ ଜୀବନ । ସେପଟେ ଗାଁକୁ ରାସ୍ତା ନଥିବାରୁ ମୃତଦେହ ନେବାକୁ ଆସି ପାରିନଲାନି ଆମ୍ବଲାନ୍ସ । ଦେଢ କିଲୋମିଟର ଏକ ନାଳ ପାଣି ଭିତରେ ପଶି ମୃତଦେହକୁ ବୋହି ନେଇଛନ୍ତି ଗ୍ରାମବାସୀ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଲିଛି କନ୍ଧମାଳ ଜିଲ୍ଲାରେ ।

ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତର ସୁରୁତାବନ୍ଧ ସାହିର ବିନୋଦ କହଁରଙ୍କ ଝିଅ ଶିବାନୀ କହଁର (17) ଫୁଲବାଣୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଶେଣୀରେ ଛାତ୍ରୀ ଥିଲେ । ଶିବାନୀ ଫୁଲବାଣୀ ସ୍ଥିତ ଦଧିବାମନ ସାହିରେ ଥିବା ତାଙ୍କ ଆଈ ଘରେ ରହି ପାଠ ପଢୁଥିଲେ । ପ୍ରତ୍ୟେକ ଦିନ ପରି ଆଜି ସକାଳୁ ଉଠି ଗାଧୋଇବା ପାଇଁ ସାଲୁଙ୍କି ନଦୀକୁ ଯାଇଥିଲେ । ଦୁର୍ଭାଗ୍ୟ ବସତଃ ନଦୀରେ ବୁଡ଼ିଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ କିଛି ଲୋକ ଶିବାନୀଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖି ତାଙ୍କ ଆଇଙ୍କୁ ଖବର ଦେଇଥିଲେ । ଖବର ପାଇ ଆଈ ସଙ୍ଗେ ସଙ୍ଗେ ଝିଅର ବାପା ବିନୋଦଙ୍କୁ ଖବର ଦେଇଥିଲେ । ଶିବାନୀଙ୍କ ବାପା ଘଟଣାସ୍ଥଳରେ ପହଞ୍ଚିବା ସହ ଫୁଲବାଣୀ ଟାଉନ ଥାନାରେ ଲିଖିତ ଏତାଲା ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ......ଯବାନଙ୍କ ଦଶାହ କାର୍ଯ୍ୟରେ ଅଘଟଣ: ନଦୀରେ ବୁଡ଼ି ଦୁଇ ମୃତ, ଜଣେ ଉଦ୍ଧାର

ଟାଉନ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ଫୁଲବାଣୀ ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚାଲିଥିବା ଟାଉନ ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟପକ୍ଷରେ ସୁରୁତାବନ୍ଧ ଗାଁକୁ ରାସ୍ତା ନଥିବାରୁ ଝିଅର ମୃତଦେହକୁ ନିଜ ଗ୍ରାମକୁ ନେବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲା ପରିବାର ଲୋକ । ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇପାରିନଥିଲା । ଫଳରେ ଦେଢ଼ କିଲୋମିଟର ଏକ ନାଳ ପାଣି ଭିତରେ ପଶି ଗ୍ରାମବାସୀ ମୃତଦେହକୁ ବୋହିକି ନେବାକୁ ପଡ଼ିଥିଲା । ସେପଟେ ରାସ୍ତା ଖଣ୍ଡେ କରିବା ପାଇଁ ଗ୍ରାମବାସୀଙ୍କର ବାରମ୍ବାର ଦାବି କରିଆସୁଥିବା ସତ୍ବେ ଏହି ନାଳ ଉପରେ ପୋଲଟିଏ ନିର୍ମାଣ ହୋଇପାରୁନାହିଁ । ନାଳ ଭିତରେ ପଶି ଯିବା ଆସିବା ସହ ନିତ୍ୟ ବ୍ୟବହାର ସାମଗ୍ରୀ ପାଇଁ ମଧ୍ୟ ଏହି ନାଳ ପାର ହୋଇ ଯିବାକୁ ପଡ଼େ । ବିଶେଷ କରି ବର୍ଷା ଦିନେ ଘୋର ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଏହି ନାଳ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ କରାଯାଉ ବୋଲି ଦାବି କରିଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, କନ୍ଧମାଳ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.