ETV Bharat / bharat

RSSର ପୂର୍ବତନ ପ୍ରବକ୍ତା ଏମଜି ବୈଦଙ୍କ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

author img

By

Published : Dec 19, 2020, 5:05 PM IST

Updated : Dec 19, 2020, 7:57 PM IST

ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ (RSS) ପୂର୍ବତନ ପ୍ରବକ୍ତା ଏମଜି ବୈଦଙ୍କ ପରଲୋକ । ପଢନ୍ତୁ ଅଧିକ.....

ଆରଏସଏସ ପୁର୍ବତ୍ତନ ପ୍ରବକ୍ତା ଏମ ଜି ବୈଦଙ୍କ ପରଲୋକ
ଆରଏସଏସ ପୁର୍ବତ୍ତନ ପ୍ରବକ୍ତା ଏମ ଜି ବୈଦଙ୍କ ପରଲୋକ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ (RSS) ପୂର୍ବତନ ପ୍ରବକ୍ତା ଏମଜି ବୈଦଙ୍କ ପରଲୋକ । ଆଜି ଅପରାହ୍ନ 3 ଟାରେ ନାଗପୁର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ । ପରେ ସେ ପୁଣି ଅସୁସ୍ଥ ହୋଇପଡିବାରୁ ଧନ୍ତୋଲି ସ୍ଥିତ ସ୍ପନ୍ଦନ ହସ୍ପିଟଲରେ ଭର୍ତ୍ତି ହୋଇଥିଲେ । ସ୍ବାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା । ଆଜି ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 97 ବର୍ଷ ବୟସ ହୋଇଥିଲା । ଏନେଇ ତାଙ୍କ ପୁଅ ମନମୋହନ ବୈଦ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ଆରଏସଏସର ପୂର୍ବତନ ପ୍ରବକ୍ତା ଏମଜି ବୈଦଙ୍କ ପରଲୋକ
ଆରଏସଏସର ପୂର୍ବତନ ପ୍ରବକ୍ତା ଏମଜି ବୈଦଙ୍କ ପରଲୋକ

ଆସନ୍ତାକାଲି ପୁର୍ବାହ୍ନ 9ରୁ ତାଙ୍କର ଅନ୍ତିମ ଶୋଭାଯାତ୍ରା ଆରମ୍ଭ ହୋଇ ସମ୍ବାଜହାରୀ ଘାଟରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବାର କାର୍ଯ୍ୟସୂଚୀ ସ୍ଥିର କରାଯାଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି ।

ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସ୍ବୟଂସେବକ ସଂଘର ବହୁ ବିରିଷ୍ଠ କର୍ମକର୍ତ୍ତା ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ବୈଦ କେବଳ ଦଶନ୍ଧି ଧରି ଆରଏଏସରରେ କାର୍ଯ୍ୟରତ ନଥିଲେ ବରଂ ବିଜେପିର ଶଶକ୍ତିକରଣରେ ମଧ୍ୟ ତାଙ୍କର ବଳିଷ୍ଠ ଭୂମିକା ଥିବା କଥା ପ୍ରଧାନମନ୍ତ୍ରୀ ତାଙ୍କ ଟ୍ବିଟରେ କହିଛନ୍ତି ।

ଆରଏସଏସର ପୂର୍ବତନ ପ୍ରବକ୍ତା ଏମଜି ବୈଦଙ୍କ ପରଲୋକ
ଆରଏସଏସର ପୂର୍ବତନ ପ୍ରବକ୍ତା ଏମଜି ବୈଦଙ୍କ ପରଲୋକ

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ସଂଘ ଓ ରାଷ୍ଟ୍ର ପ୍ରତି ଥିବା ତାଙ୍କର ଅବଦାନକୁ ମନେ ପକାଇଛନ୍ତି । ତାଙ୍କ ପରିବାରକୁ ସାନ୍ତ୍ବନା ଦେବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ଧର୍ମେନ୍ଦ୍ର ।

ଆରଏସଏସର ପୂର୍ବତନ ପ୍ରବକ୍ତା ଏମଜି ବୈଦଙ୍କ ପରଲୋକ
ଆରଏସଏସର ପୂର୍ବତନ ପ୍ରବକ୍ତା ଏମଜି ବୈଦଙ୍କ ପରଲୋକ

ସେହିପରି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ରାମ ମାଧବ ମଧ୍ୟ ତାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ବୈଦ୍ୟ ଜଣେ ପ୍ରେରଣା ଦାୟୀ ବ୍ୟକ୍ତିତ୍ବ ଥିଲେ ଓ ତାଙ୍କ କାର୍ଯ୍ୟକାଳ ସମୟରେ ତାଙ୍କ ଠାରୁ ବହୁତ କିଛି ଶିଖିବାକୁ ମିଳିଥିବା କଥା ଟ୍ବିଟ୍ କରି ପ୍ରକାଶ କରିଛନ୍ତି ରାମ ମାଧବ ।

ଆରଏସଏସର ପୂର୍ବତନ ପ୍ରବକ୍ତା ଏମଜି ବୈଦଙ୍କ ପରଲୋକ
ଆରଏସଏସର ପୂର୍ବତନ ପ୍ରବକ୍ତା ଏମଜି ବୈଦଙ୍କ ପରଲୋକ

ନିଜ ବାଲ୍ୟକାଳରୁ ସଂଘରେ ଜଣେ ବାଳ ସ୍ବଂୟ ସେବକ ଭାବେ ଯୋଗଦେଇଥିବା ବୈଦ୍ୟ ଦୀର୍ଘ 9 ଦଶନ୍ଧି ଧରି ସଂଘର ବିଭିନ୍ନ ଗୁରୁତ୍ବରପୁର୍ଣ୍ଣ ଦାୟିତ୍ବ ତୁଲାଇବା ସହ ପ୍ରବକ୍ତା ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ । ସେ ଏକ ଧାରାରେ ଜଣେ ସାମ୍ବାଦିକ, ଭାସ୍ୟକାର ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ ।

ବ୍ୟୁରୋ ରିପୋର୍ଟ , ଇିଟିଭି ଭାରତ

Last Updated :Dec 19, 2020, 7:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.