ETV Bharat / bharat

Russia-Ukraine War: ଭାରତୀୟଙ୍କୁ ଫେରାଇ ଆଣିବାକୁ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ, କଣ୍ଟ୍ରୋଲ ରୁମ୍ ଗଠନ

author img

By

Published : Feb 24, 2022, 4:07 PM IST

ୟୁକ୍ରେନ ଉପରେ ସଙ୍କଟ ମାଡ଼ି ଆସିଥିବା ବେଳେ ସେଠାରେ ଫସି ରହିଥିବା ଭାରତୀୟମାନଙ୍କୁ ଫେରାଇବାକୁ ଆଣିବାକୁ ଲଗାତାର ପ୍ରୟାସ ଚଳାଇଛି ଭାରତ । ଏହାକୁ ନେଇ ଦିଲ୍ଲୀରେ ବୈଦେଶିକ ମନ୍ତ୍ରାଳୟ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛି । ଅଧିକ ପଢ଼ନ୍ତୁ

external affairs ministry holds a high level meeting regarding Russia Ukraine War
Russia-Ukraine War: ଭାରତୀୟଙ୍କୁ ଫେରାଇ ଆଣିବାକୁ ଦିଲ୍ଲୀରେ ଉଚ୍ଚ ସ୍ତରୀୟ ବୈଠକ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରି ଦେଇଛି ଶକ୍ତିଶାଳୀ ଋଷ । ଋଷର ଦୁଇଟି ବିଦ୍ରୋହ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇ ସାରିଥିବା ନେଇ ସୂଚନା ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ ଉପରେ ସଙ୍କଟ ମାଡ଼ି ଆସିଥିବା ବେଳେ ସେଠାରେ ଫସି ରହିଥିବା ଭାରତୀୟମାନଙ୍କୁ ଫେରାଇବାକୁ ଆଣିବାକୁ ଲଗାତାର ପ୍ରୟାସ ଚଳାଇଛି ଭାରତ । ଏହାକୁ ନେଇ ଦିଲ୍ଲୀରେ ବୈଦେଶିକ ମନ୍ତ୍ରାଳୟ ଏକ ଉଚ୍ଚସ୍ତରୀୟ ବୈଠକ କରିଛି । ଏହା ସହିତ ୟୁକ୍ରେନ-ଋଷ ସଙ୍କଟ ନେଇ ଭାରତରେ କଣ୍ଟ୍ରୋଲ ରୁମ୍ ଗଠନ ହୋଇଛି ।

ୟୁକ୍ରେନ ରାଜଧାନୀ କିଭ୍‌ରେ ବିମାନ ଚଳାଚଳ ବନ୍ଦ ପରେ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ବାହାର କରିବା ପାଇଁ ବିକଳ୍ପ ରାସ୍ତା ଖୋଜା ଜାରି ରହିଛି । ଆଜି ୟୁକ୍ରେନ ଦୀର୍ଘଦିନ ଧରି ସଙ୍କଟ ବାଦଲ ଘେରି ରହିଥିବା ବେଳେ ଏହି ଦେଶରୁ ଭାରତୀୟଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କରିଥିଲା । ଏୟାର ଇଣ୍ଡିଆ ବିମାନ ୟୁକ୍ରେନ୍‌ରୁ ଦୁଇଥର ଭାରତୀୟଙ୍କୁ ଆଣିବାରେ ସଫଳ ରହିଥିବା ବେଳେ । ବାକି ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଜାରି ରହିଛି ।

ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷା ପାଇଁ ଲଗାତାର ସେଠାରେ ଥିବା ଭାରତୀୟ ଦୂତାବାସ ସହ ଯୋଗ ଯୋଗାଯୋଗରେ ରହିଛି । ଏହାସହ ଭାରତରେ ଥିବା ୟୁକ୍ରେନ ଦୂତାବାସ ସହ ମଧ୍ୟ ଭାରତ ସରକାର ଆଲୋଚନା ଜାରି ରଖିଛନ୍ତି । ସେପଟେ ପଶ୍ଚିମ ୟୁକ୍ରେନରୁ ଯେଉଁମାନେ କିଭ୍‌ ଅଭିମୁଖେ ବାହାରିଥିଲେ ସେମାନଙ୍କୁ ଫେରିବାକୁ କୁହାଯାଇଛି । ପ୍ରଥମେ ଏକ ସୁରକ୍ଷିତ ସ୍ଥାନରେ ରହିବାକୁ କୁହାଯାଇଛି ।

ୟୁକ୍ରେନରେ ୨୦ ହଜାର ଭାରତୀୟ ଫସି ରହିଥିଲେ । ସେମାନଙ୍କ ମଧ୍ୟରୁ ଅଳ୍ପ କିଛିଙ୍କୁ ହିଁ ଫେରାଇ ଆଣିବା ସମ୍ଭବ ହୋଇ ପାରିଛି । ୟୁକ୍ରେନ୍‌ରେ ସ୍ଥିତି ଆହୁରି ବିଗିଡ଼ିବାରେ ଲାଗିଛି । ସେପଟେ ଭାରତରେ ଥିବା ୟୁକ୍ରେନ ରାଜଦୂତ ଭାରତକୁ ଏହି ସ୍ଥିତିରୁ ଉଦ୍ଧାର କରିବାକୁ ଅପିଲ୍‌ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.