ETV Bharat / bharat

ଉତ୍ତର ପ୍ରଦେଶରେ EVM ଓ୍ବାର ! ଅଖିଳେଶଙ୍କ ମନ୍ତବ୍ୟ ବିରୋଧରେ ECଙ୍କୁ ଭେଟିଲା BJP

author img

By

Published : Mar 9, 2022, 6:45 PM IST

ଉତ୍ତର ପ୍ରଦେଶରେ EVM ଯୁଦ୍ଧ, ଅଖିଳେଶଙ୍କ ମନ୍ତବ୍ୟ ବିରୋଧରେ ECଙ୍କୁ ଭେଟିଲା ବିଜେପି
ଉତ୍ତର ପ୍ରଦେଶରେ EVM ଯୁଦ୍ଧ, ଅଖିଳେଶଙ୍କ ମନ୍ତବ୍ୟ ବିରୋଧରେ ECଙ୍କୁ ଭେଟିଲା ବିଜେପି

ଜନାଦେଶର ଗୋଟିଏ ଦିନ ପୂର୍ବରୁ ଉତ୍ତର ପ୍ରଦେଶରେ ତେଜିବାରେ ଲାଗିଛି EVM ବିବାଦ । ନିର୍ବାଚନ ଆୟୋଗଙ୍କୁ ଭେଟି ଅଖିଳେଶଙ୍କ ମନ୍ତବ୍ୟ ବିରୋଧରେ ଫେରାଦ ହେଲା ବିଜେପି । ପ୍ରଶିକ୍ଷଣ ଇଭିଏମ ପରିବହନ ପ୍ରୋଟକଲରେ ତ୍ରୁଟି ନେଇ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଆୟୋଗ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆସନ୍ତାକାଲି ଉତ୍ତର ପ୍ରଦେଶ ସମେତ ୫ରାଜ୍ୟରେ ନେତାଙ୍କ ଭାଗ୍ୟ ପରୀକ୍ଷାର ଫଳାଫଳ ପ୍ରକାଶ ପାଇବାକୁ ଯାଉଥିବାବେଳେ ଏହା ପୂର୍ବରୁ ଜୋର ଧରିଛି EVM ଓ୍ବାର । ଗତକାଲି (ମଙ୍ଗଳବାର) ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଶାସକ ବିଜେପି ଦ୍ବାରା EVM ମେସିନ ଟ୍ରକରେ ଚୋରି ହେଉଥିବା ପରି ସଙ୍ଗୀନ ଅଭିଯୋଗ କରିଥିଲେ । ପରେ ନିର୍ବାଚନ ଆୟୋଗ ପକ୍ଷରୁ ମଧ୍ୟ ଏପରି ଅଭିଯୋଗ ନେଇ ସ୍ପଷ୍ଟୀକରଣ ରଖାଯାଇଥିଲା । ଏପଟେ ଆଜି ଅଖିଳେଶଙ୍କ ମନ୍ତବ୍ୟ ନେଇ କମିଶନଙ୍କ ଦ୍ବାରସ୍ଥ ହୋଇଛି ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ।

  • उत्तर प्रदेश विधानसभा सामान्य निर्वाचन - 2022

    जनपद वाराणसी में आज 8 मार्च 2022 को कुछ इलेक्ट्रॉनिक वोटिंग मशीनों को गाड़ी में ले जाने के संबंध में प्रेस विज्ञप्ति जारी...#ECI#AssemblyElections2022 pic.twitter.com/O854nZT6QE

    — CEO UP #DeshKaMahaTyohar (@ceoup) March 8, 2022 " class="align-text-top noRightClick twitterSection" data=" ">

ଏକ ଟ୍ରକରେ ଇଭିଏମ ମେସିନ ବୁହାଯାଉଥିବା ବେଳେ ତାହା ଧରା ପଡିଥିବା ଅଖିଳେଶ ଅଭିଯୋଗ କରିଥିବାବେଳେ ଉକ୍ତ ଗାଡିରେ ଥିବା ଇଭିଏମ ଭୋଟିଂରେ ବ୍ଯବହୃତ ହୋଇନଥିଲା ଓ ତାହା ନିର୍ବାଚନ ଦାୟିତ୍ବରେ ଥିବା କର୍ମଚାରୀଙ୍କ ପ୍ରିଶିକ୍ଷଣରେ ବ୍ୟବହାର ହୋଇଥିବା ନେଇ ସ୍ପଷ୍ଟୀକରଣ ରଖିଥିଲେ ଆୟୋଗ ।

ତେବେ ଆଜି ଉକ୍ତ ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କୁ ଭେଟି ଫେରାଦ ହୋଇଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବାଧୀନ ଏକ ବିଜେପି ପ୍ରତିନିଧି ମଣ୍ଡଳୀ । ଉତ୍ତର ପ୍ରଦେଶରେ ପରାଜୟର ଭୟ ଯୋଗୁଁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ନିରାଶ ହୋଇଛନ୍ତି । ଗତକାଲି ସେ ଇଭିଏମ ଚୋରି ଅଭିଯୋଗ ବେଳେ ବ୍ୟବହାର କରିଥିବା ଭାଷା ଗଣତନ୍ତ୍ର ପାଇଁ ବିପଜ୍ଜନକ । ଜନାଦେଶକୁ ଅଖିଳେଶ ସ୍ବୀକାର କରିବା ଆବଶ୍ୟକ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

  • Today we've met EC. SP chief Akhilesh Yadav is desperate as he fears defeat in UP. The language he used yesterday is dangerous for democracy. You (Akhilesh Yadav) have won through this election process only so you should accept people's mandate: Union Minister Dharmendra Pradhan pic.twitter.com/WuvAb4s1Cw

    — ANI (@ANI) March 9, 2022 " class="align-text-top noRightClick twitterSection" data=" ">

ଅନ୍ୟପଟେ ରାସ୍ତାରେ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ବ୍ୟବହୃତ ଇଭିଏମ୍ ପରିବହନ ପ୍ରୋଟକଲରେ ଉଲ୍ଲଂଘନ ଅଭିଯୋଗର କାର୍ଯ୍ୟାନୁଷ୍ଠାନ ହେବା ନେଇ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ । ବାରାଣାସୀର ଜିଲ୍ଲା ମାଜିଷ୍ଟ୍ରଟ ଏନ.କେ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.