ETV Bharat / bharat

Shiv Sena symbol row: ଖଣ୍ଡା ଓ ଢାଲ ଚିହ୍ନରେ ନିର୍ବାଚନ ଲଢିବ ସିନ୍ଦେ ଗୋଷ୍ଠୀ

author img

By

Published : Oct 11, 2022, 6:32 PM IST

ଶିବସେନା ଚିହ୍ନ ବିବାଦ: ଖଣ୍ଡା ଓ ଢାଲ ଚିହ୍ନରେ ନିର୍ବାଚନ ଲଢିବ ସିନ୍ଦେ ଗୋଷ୍ଠୀ
ଶିବସେନା ଚିହ୍ନ ବିବାଦ: ଖଣ୍ଡା ଓ ଢାଲ ଚିହ୍ନରେ ନିର୍ବାଚନ ଲଢିବ ସିନ୍ଦେ ଗୋଷ୍ଠୀ

ଠାକରେ ଗୋଷ୍ଠୀ ପରେ ସିନ୍ଦେ ଗୋଷ୍ଠୀ ପାଇଲା ନିର୍ବାଚନୀ ସଙ୍କେତ । ଯୋଡି ଖଣ୍ଡା ଓ ଢାଲ ଚିହ୍ନରେ ନିର୍ବାଚନୀ ମୈଦାନକୁ ଓହ୍ଲାଇବ ସିନ୍ଦେ ଗୋଷ୍ଠୀ (Two Swords Shield symbol to Shinde faction)। ଗତକାଲି ମଶାଲ ଚିହ୍ନ ସହ ନୂଆ ନାମ ପାଇଥିଲା ଉଦ୍ଧବ ଠାକରେ ଗୋଷ୍ଠୀ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଥିବା ଶିବସେନା ଦୁଇ ଗୋଷ୍ଠୀ ମଧ୍ୟରେ ଚିହ୍ନ ବିବାଦ । ଗତକାଲି (ସୋମବାର) ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ଚିହ୍ନ ମିଳିଥିବା ବେଳେ ଆଜି ଅପର ପକ୍ଷ ସିନ୍ଦେ ଗୋଷ୍ଠୀଙ୍କୁ ମଧ୍ୟ ନିର୍ବାଚନୀ ଚିହ୍ନ ପ୍ରଦାନ କରିଛନ୍ତି ନିର୍ବାଚନ କମିଶନ (Two Swords Shield symbol to Shinde faction)। ଯୋଡି ଖଣ୍ଡା ଓ ଢାଲ (Two Swords & Shield symbol) ଚିହ୍ନରେ ନିର୍ବାଚନ ଲଢିବ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ।

  • Election Commission of India allots the 'Two Swords & Shield symbol' to Eknath Shinde faction of Shiv Sena; they were allotted the name 'Balasahebanchi ShivSena' yesterday. pic.twitter.com/2Xi2C5TS4T

    — ANI (@ANI) October 11, 2022 " class="align-text-top noRightClick twitterSection" data=" ">

ଉଭୟ ବିପକ୍ଷ ଗୋଷ୍ଠୀ ନିଜକୁ ପ୍ରକୃତ ଶିବସେନା ଦାବି କରିବା ସହ ମୂଳ ଚିହ୍ନ ‘ଧନୁ ତୀର’ ପ୍ରଦାନ କରିବା ପାଇଁ ଦାବି କରିଥିଲେ । ମୁମ୍ବାଇର ଅନ୍ଧେରୀ-ଇଷ୍ଟ ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଦଳୀୟ ଚିହ୍ନ ବିବାଦ ନେଇ ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ । ତେବେ ମୂଳ ଚିହ୍ନକୁ କୌଣସି ଗୋଷ୍ଠୀ ବ୍ୟବହାର କରିପାରିବେ ନାହିଁ ବୋଲି ଦର୍ଶାଇ ଆୟୋଗ ଫ୍ରିଜ କରିବା ସହ ଉଭୟ ଗୋଷ୍ଠୀକୁ ନିଜ ପସନ୍ଦର ଏକାଧିକ ଚିହ୍ନ ପ୍ରସ୍ତାବ ରଖିବାକୁ କହିଥିଲେ ।

ଏହା ମଧ୍ୟ ପଢନ୍ତୁ: ଶିବସେନା ଚିହ୍ନ ବିବାଦ: ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ମିଳିଲା ମଶାଲ ଚିହ୍ନ

ଗତକାଲି ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ମଶାଲ ଚିହ୍ନ ମିଳି ସାରିଥିବା ବେଳେ ଆଜି ସିନ୍ଦେ ଗୋଷ୍ଠୀକୁ ଯୋଡି ଖଣ୍ଡା ଓ ଢାଲ ଚିହ୍ନ ମିଳିଛି (Two Swords Shield symbol to Shinde faction)। ସେହିପରି ସନ୍ଦେଙ୍କୁ ଗତକାଲି ଦଳର ନାମ ମଧ୍ୟ ପ୍ରଦାନ କରି ସାରିଥିଲେ ଆୟୋଗ । ଦଳର ନାମ ରହ ବାଲାସାହେବବାଞ୍ଚି ଶିବସେନା (Balasahebanchi ShivSena) ।

ଏହା ମଧ୍ୟ ପଢନ୍ତୁ: ଶିବସେନା ନିର୍ବାଚନୀ ଚିହ୍ନ ଫ୍ରିଜ ପ୍ରସଙ୍ଗ: ନିର୍ବାଚନ ଆୟୋଗଙ୍କ ବିରୋଧରେ ହାଇକୋର୍ଟ ଗଲେ ଉଦ୍ଧବ ଗୋଷ୍ଠୀ

ତେବେ ନିର୍ବାଚନ କମିଶନ ଶିବସେନାର ମୂଳ ସଙ୍କେତ ବା ଚିହ୍ନ ‘ଧନୁ ତୀର’କୁ ଫ୍ରିଜ କରିବା ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲଞ୍ଜ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ । ଦିଲ୍ଲୀ ହାଇକୋର୍ଟରେ ଠାକରେ ଗୋଷ୍ଠୀ କରିଥିବା ଆବେଦନରେ ଆୟୋଗଙ୍କ ନିଷ୍ପତ୍ତିକୁ ଅବୈଧ ଘୋଷଣା କରିବା ପାଇଁ ନିବେଦନ କରାଯାଇଛି । ଗୋଟିଏ ପଟେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରିହଥିବା ବେଳେ ଅନ୍ଧେରୀ-ପୂର୍ବ ଆସନରେ ହେବାକୁ ଥିବା ଉପନିର୍ବାଚନରେ ଉଭୟ ଗୋଷ୍ଠୀ ପ୍ରାର୍ଥୀ ଦେବା ପାଇଁ ଆଗ୍ରହୀ ମଧ୍ୟ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.