ETV Bharat / bharat

ଶିବସେନା ନିର୍ବାଚନୀ ଚିହ୍ନ ଫ୍ରିଜ ପ୍ରସଙ୍ଗ: ନିର୍ବାଚନ ଆୟୋଗଙ୍କ ବିରୋଧରେ ହାଇକୋର୍ଟ ଗଲେ ଉଦ୍ଧବ ଗୋଷ୍ଠୀ

author img

By

Published : Oct 10, 2022, 9:30 PM IST

ଶିବସେନା ନିର୍ବାଚନୀ ଚିହ୍ନ ଫ୍ରିଜ ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟରେ ଉଦ୍ଧବ ଗୋଷ୍ଠୀ ଦ୍ବାରସ୍ଥ । ନିଷ୍ପତ୍ତିକୁ ଅବୈଧ ଘୋଷଣା କରିବା ପାଇଁ ପିଟିସନରେ ନିବେଦନ (Uddhav Thackeray moves Delhi HC) । ନଭେମ୍ବର 3 ତାରିଖରେ ଅନ୍ଧେରୀ-ଇଷ୍ଟରେ ଉପନିର୍ବାଚନ । ଅଧିକ ପଢନ୍ତୁ

ଶିବସେନା ନିର୍ବାଚନୀ ଚିହ୍ନ ଫ୍ରିଜ ପ୍ରସଙ୍ଗ
ଶିବସେନା ନିର୍ବାଚନୀ ଚିହ୍ନ ଫ୍ରିଜ ପ୍ରସଙ୍ଗ

ନୂଆଦିଲ୍ଲୀ: ଶିବସେନାରେ ଲାଗି ରହିଥିବା ଗୋଷ୍ଠୀ ବିବାଦ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଶିବସେନାରେ ଦୁଇ ବିରୋଧୀ ଗୋଷ୍ଠୀ ଦଳୀୟ ସଙ୍କେତ ଦାବି କରୁଛନ୍ତି । ଦଳୀୟ ଚିହ୍ନକୁ ଫ୍ରିଜ କରାଯିବା ନେଇ ଆୟୋଗ ନେଇଥିବା ନିଷ୍ପତ୍ତି ବିରୋଧରେ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଛି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ (Uddhav Thackeray moves Delhi HC) ।

ଭାରତୀୟ ନିର୍ବାଚନ ଆୟୋଗ ଶିବସେନାର ଦଳୀୟ ତଥା ନିର୍ବାଚନୀ ସଙ୍କେତକୁ ଫ୍ରିଜ କରିବା ନେଇ ଦେଇଥିବା ନିର୍ଦ୍ଦେଶକୁ ଅବୈଧ ଘୋଷଣା କରିବା ପାଇଁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ । ଅକ୍ଟୋବର 8ରେ ଶିବସେନାର ଦଳୀୟ ଚିହ୍ନକୁ ଫ୍ରିଜ ଅର୍ଥାତ କେହି ବ୍ୟବହାର କରିପାରିବେ ନାହିଁ ବୋଲି ଘୋଷଣା କରିଥିଲେ ଭାରତୀୟ ନିର୍ବାଚନ କମିଶନ ।

ଏହା ମଧ୍ୟ ପଢନ୍ତୁ: ଶିବସେନା ଚିହ୍ନ ବିବାଦ: ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ମିଳିଲା ମଶାଲ ଚିହ୍ନ

କେବଳ ଏତିକି ନୁହେଁ ଆୟୋଗ ସ୍ପଷ୍ଟ କରିଥିଲେ ଯେ, କୌଣସି ଗୋଷ୍ଠୀ ଏହି ଚିହ୍ନକୁ ବର୍ତ୍ତମାନ ହେବାକୁ ଯାଉଥିବା ଉପ ନିର୍ବାଚନରେ ବ୍ୟବହାର କରିପାରିବେ ନାହିଁ । ଉଭୟ ଗୋଷ୍ଠୀକୁ 3ଟି ଲେଖାଏଁ ଚିହ୍ନ ପ୍ରସ୍ତାବ ରଖିବାକୁ ମଧ୍ୟ ଆୟୋଗ ନିର୍ଦ୍ଦେଶ ଦେଇଥିଲେ । ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ତ୍ରିଶୂଳ, ମଶାଲ ଓ ସୂର୍ଯ୍ୟୋଦୟର ଚିହ୍ନ ପ୍ରସ୍ତାବ ଆକାରରେ ଆୟୋଗଙ୍କୁ ପ୍ରଦାନ କରିଛି । ଏହା ପରେ ଆୟୋଗ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରିବେ ।

ନଭେମ୍ବର 3 ତାରିଖରେ ମୁମ୍ବାଇର ଅନ୍ଧେରୀ-ଇଷ୍ଟ ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ତେବେ ଦୁଇଟି ଗୋଷ୍ଠୀ ପ୍ରାର୍ଥୀ ଦେବା ପାଇଁ ସ୍ଥିର କରିଥିବା ବେଳେ ଉଭୟ ନିଜକୁ ଶିବସେନା ଦଳ ବୋଲି ଦାବି କରି ଆସୁଛନ୍ତି । ଏପରି ସ୍ଥଳେ ଦଳୀୟ ଚିହ୍ନ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଆୟୋଗକଙ୍କ ଦ୍ବାରସ୍ଥ ହୋଇଥିଲା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ । ଆୟୋଗ ଶିବସେନାର ଦଳୀୟ ଚିହ୍ନ ‘ଧନୁତୀର’ କୁ ଉଭୟ ଗୋଷ୍ଠୀକୁ ବ୍ୟବହାର କରିବା ପାଇଁ ବାରଣ କରିଥିଲେ । ଯାହାକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ଉଦ୍ଧବ ଠାକରେଙ୍କ ଗୋଷ୍ଠୀ । ଆସନ୍ତାକାଲି ଏହି ମାମଲାର ଶୁଣାଣି ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.