ETV Bharat / bharat

ଶିବସେନା ଚିହ୍ନ ବିବାଦ: ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ମିଳିଲା ମଶାଲ ଚିହ୍ନ

author img

By

Published : Oct 10, 2022, 8:58 PM IST

ଶିବସେନା ଚିହ୍ନ ବିବାଦ ମଧ୍ୟରେ ଉଦ୍ଧବ ଠାକରେ ଗୋଷ୍ଠୀଙ୍କୁ ମିଳିଲା ‘ମଶାଲ’ ଚିହ୍ନ । ଦଳର ନାମ ହେବ ଶିବସେନା ଉଦ୍ଧବ ବାଲାସାହେବ ଠାକରେ । ଗତ 8 ତାରିଖରେ ଶିବସେନାର ମୂଳ ଚିହ୍ନ ‘ଧନୁତୀର’କୁ ଫ୍ରିଜ କରିଥିଲେ ଆୟୋଗ । ଅଧିକ ପଢନ୍ତୁ

ଶିବସେନା ଚିହ୍ନ ବିବାଦ: ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ମିଳିଲା ମଶାଲ ଚିହ୍ନarat
ଶିବସେନା ଚିହ୍ନ ବିବାଦ: ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ମିଳିଲା ମଶାଲ ଚିହ୍ନarat

ମୁମ୍ବାଇ: ଦଳୀୟ ଚିହ୍ନ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ଆଜି ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ନୂତନ ନିର୍ବାଚନୀ ଚିହ୍ନ ପ୍ରଦାନ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ‘ମଶାଲ’ ଚିହ୍ନ ସହ ନୂଆ ନାମ ‘ଶିବସେନା ଉଦ୍ଧବ ବାଲାସାହେବ ଠାକରେ’ ମାଧ୍ୟମରେ ନିର୍ବାଚନ ଲଢିବ ଉଦ୍ଧବ ଗୋଷ୍ଠୀ । ତେବେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ପ୍ରସ୍ତାବ ରଖିଥିବା ଅନ୍ୟ ଦୁଇ ଚିହ୍ନ ତ୍ରିଶୂଳ ଓ ସୂର୍ଯ୍ୟଦୋୟକୁ ଅଗ୍ରାହ୍ୟ କରିଛନ୍ତି ଆୟୋଗ ।

ଏହା ମଧ୍ୟ ପଢନ୍ତୁ: ସିନ୍ଦେ ଓ ଠାକ୍‌ରେ ଗୋଷ୍ଠୀକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ, ବଦଳିବ ଶିବସେନାର ଚିହ୍ନ !

ତ୍ରିଶୂଳ ଚିହ୍ନରେ ଧାର୍ମିକ ସଂଯୋଗ ଦର୍ଶାଇ ଆୟୋଗ ଅଗ୍ରହ୍ୟ କରିଥିବା ବେଳେ ଅନ୍ୟ ଏକ ପ୍ରସ୍ତାବିତ ଚିହ୍ନ ‘ସୂର୍ଯ୍ୟଦୋୟ’ DMK ର ହୋଇଥିବା କାରଣରୁ ତାହା ମଧ୍ୟ ବାଦ ପଡିଛି । ବର୍ତ୍ତମାନ ହେବାକୁ ଥିବା ଉପନିର୍ବାଚନରେ ଉଦ୍ଧବ ଗୋଷ୍ଠୀ ଏହି ମଶାଲ ଚିହ୍ନରେ ନିର୍ବାଚନୀ ମୈଦାନକୁ ଓହ୍ଲାଇବ । ନୂଆ ଦଳର ନାମ ଶିବସେନା ଉଦ୍ଧବ ବାଲାସାହେବ ଠାକରେ (Shiv Sena Uddhav Balasaheb Thackeray) ରହିଛି ।

ସେହିପରି ଅପର ଗୋଷ୍ଠୀ ଏକନାଥ ସିନ୍ଦେ ଗୋଷ୍ଠୀକୁ ମଧ୍ୟ ଶୀଘ୍ର ଚିହ୍ନ ଓ ନାମ ପ୍ରସ୍ତାବ ରଖିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ସିନ୍ଦେଙ୍କ ଗୋଷ୍ଠୀରୁ ପ୍ରସ୍ତାବିତ 3 ଚିହ୍ନ ମିଳିବା ପରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରିବେ ନିର୍ବାଚନ ଆୟୋଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.