ମତଦାତାଙ୍କୁ ମତଦାନ ପାଇଁ ଭିଡିଓ ବାର୍ତ୍ତା ଜାରି କଲେ ଖୋର୍ଦ୍ଧା ଜିଲ୍ଲାପାଳ - Khordha Collector Appeals Voters

By ETV Bharat Odisha Team

Published : May 18, 2024, 8:34 PM IST

thumbnail
ମତଦାତାଙ୍କୁ ମତଦାନ ପାଇଁ ନିବେଦନ କରି ଭିଡିଓ ବାର୍ତ୍ତା ଜାରି କଲେ ଖୋର୍ଦ୍ଧା ଜିଲ୍ଲାପାଳ (ETV Bharat Odisha)

Khordha  Collector Appeals Voters To Cast Voteଖୋର୍ଦ୍ଧା: ଆସନ୍ତା 25 ତାରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବୁଥରେ ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ମତଦାନ ଗ୍ରହଣ ହେବ । ଏଥିପାଇଁ ଜିଲ୍ଲାରେ ନିୟୋଜିତ ସମସ୍ତ ପୋଲିଂ ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି । ସମସ୍ତ ପୋଲିଂ ଅଧିକାରୀଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା ଭିଡିଓ ବାର୍ତ୍ତା ଜରିଆରେ ଉତ୍ସାହିତ କରି ସେମାନଙ୍କ ମନୋବଳ ବୃଦ୍ଧି କରିବା ସହ ଜିଲ୍ଲା ପ୍ରଶାସନ ନିର୍ବାଚନ ପାଇଁ ସମ୍ପୂର୍ଣ ପ୍ରସ୍ତୁତି ଶେଷ କରଥିବା କରିଛନ୍ତି । ଭିଡିଓ ବାର୍ତ୍ତା ମାଧ୍ୟମରେ ଜିଲ୍ଲାପାଳ ଜନସାଧାରଣଙ୍କୁ କହିଛନ୍ତି ଯେ, ଗ୍ରୀଷ୍ମ ପ୍ରବାହ ପାଇଁ ପ୍ରତି ବୁଥରେ ପାନୀୟଜଳ, ସର୍ବତ, ଅପେକ୍ଷା ଗୃହ, ଭିନ୍ନକ୍ଷମଙ୍କ ପାଇଁ ହୁଇଲ ଚେୟାରର ବ୍ୟବସ୍ଥା ରହିବ ।


ଏହାସହ ନିର୍ବାଚନ ପାଇଁ ଦୀର୍ଘ ଦୁଇ ବର୍ଷ ଧରି ପ୍ରସ୍ତୁତି ଜାରି ରହିଥିବା କହିଛନ୍ତି ଜିଲ୍ଲାପାଳ । ଚଳିତ ନିର୍ବାଚନରେ ମୋଟ 15 ହଜାର ପୋଲିଂ ଅଧିକାରୀଙ୍କୁ ପ୍ରଶିକ୍ଷିତ କରାଯାଇଛି, ଏବଂ 525ଟି ସଖୀ ବୁଥ କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବ । ସେହିପରି 8ଟି ବୁଥ ଭିନ୍ନକ୍ଷମ ଅଧିକାରୀଙ୍କୁ ନେଇ ପ୍ରସ୍ତୁତ କରାଯାଇଥିବା ବେଳେ 40ଟି ବୁଥ କେବଳ ଯୁବ ଅଧିକାରୀଙ୍କୁ ନେଇ ୟୁଥ ବୁଥ କରାଯାଇଛି । ସେହିପରି 384ଟି ଆଦର୍ଶ ପୋଲିଂ ବୁଥ ଏବଂ ଇକୋ ଫ୍ରେଣ୍ଡଲି ବୁଥ ହୋଇଛି । ଗତ ନିର୍ବାଚନରେ ଖୋର୍ଦ୍ଧା ଜିଲ୍ଲାରେ ମତଦାନ 46 ପ୍ରତିଶତ ହୋଇଥିବା ବେଳେ ଚଳିତ ନିର୍ବାଚନରେ ଏହାର ପ୍ରତିଶତ ବୃଦ୍ଧି ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା କହିଛନ୍ତି ଜିଲ୍ଲାପାଳ । 

କେବଳ ନିଜେ ନୁହେଁ ବରଂ ନିଜ ସାଙ୍ଗସାଥି, ପଡୋଶୀ ଏବଂ ବନ୍ଧୁ ବର୍ଗଙ୍କୁ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ କରି ମତଦାନ କରିବାକୁ ନିବେଦନ କରିଛନ୍ତି ଜିଲ୍ଲାପାଳ । ଦକ୍ଷତାର ସହ କାମ କରିବାକୁ ସମସ୍ତଙ୍କ ନିକଟରେ ସାମର୍ଥ୍ୟ ରହିଛି । ଦକ୍ଷତାର ସହ ନିର୍ବାଚନ ତୁଲାଇଲେ ୫ ବର୍ଷ ପର୍ଯ୍ୟନ୍ତ ଦେଶର ଭବିଷ୍ୟତ ସୁରକ୍ଷିତ ହେବ । ସେହିପରି ଜାତି ଧର୍ମ ବର୍ଣ୍ଣ ଠାରୁ ଊର୍ଦ୍ଧ୍ବରେ ରହି ଭୟ ଲୋଭ କିମ୍ବା ଚାପର ବଶବର୍ତ୍ତୀ ନହୋଇ ନିଜ ଦେଶ ଓ ନିଜ ସମ୍ବିଧାନ ପାଇଁ ଆସନ୍ତା 25 ତାରିଖରେ ମତଦାନ କରିବା ପାଇଁ ଭିଡିଓ ବାର୍ତ୍ତାରେ ନିବେଦନ କରିଛନ୍ତି ଜିଲ୍ଲାପାଳ ।
ଏହା ମଧ୍ୟ ପଢ଼ନ୍ତୁ...ମତଦାନ ପାଇଁ ମାଲକାନଗିରିରେ ଜୋରଦାର ପ୍ରସ୍ତୁତି, ଅଧିକ ସଂଖ୍ୟାରେ ଭୋଟ ଦେବାକୁ ଜିଲ୍ଲାପାଳଙ୍କ ଅପିଲ - Odisha Assembly Election
ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.