ETV Bharat / bharat

ଭାରତ ମହାସାଗରେ ଏକ ଜାହାଜ ଉପରେ ଡ୍ରୋନ ଷ୍ଟ୍ରାଇକ

author img

By ETV Bharat Odisha Team

Published : Dec 23, 2023, 3:42 PM IST

Updated : Dec 23, 2023, 4:13 PM IST

Drone strike hits ship in Indian Ocean: ଭାରତ ମହାସାଗରେ ଏକ ଜାହାଜ ଉପରେ ଡ୍ରୋନ ଷ୍ଟ୍ରାଇକ । ଅଧିକ ପଢନ୍ତୁ

ଭାରତ ମହାସାଗରେ ଏକ ଜାହାଜ ଉପରେ ଡ୍ରୋନ ଷ୍ଟ୍ରାଇକ
ଭାରତ ମହାସାଗରେ ଏକ ଜାହାଜ ଉପରେ ଡ୍ରୋନ ଷ୍ଟ୍ରାଇକ

ନୂଆଦିଲ୍ଲୀ: ଭାରତ ମହାସାଗରରେ ଏକ କାର୍ଗୋ ଜାହାଜକୁ ଡ୍ରୋନ ଆକ୍ରମଣ କରାଯାଇଛି । ହାଜାଜଟି ଇସ୍ରାଏଲର ବୋଲି କୁହାଯାଉଛି । କ୍ଷୟକ୍ଷତି ନେଇ ସୂଚନା ସ୍ପଷ୍ଟ ହୋଇପାରିନି । ଡ୍ରୋନ ଆକ୍ରମଣ ହେବା ପରେ ଜାହାଜର କିଛି ଅଂଶରେ ବିସ୍ଫୋରଣ ହେବା ସହ ନିଆଁ ମଧ୍ୟ ଲାଗିଯାଇଛି । ହେଲେ କେହି ମୃତାହତ ନେଇ ସୂଚନା ନାହିଁ । ଆକ୍ରମଣ ହୋଇଥିବା ନେଇ ବ୍ରିିଟିଶ ମାରିଟାଇନ ଏଜେନ୍ସି ସମେତ ଏକାଧିକ ଅନ୍ତର୍ଜାତୀୟ ସାମୁଦ୍ରିକ ସଂସ୍ଥା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଅନ୍ତର୍ଜାତୀୟ ଖବର ସରବରାହ AFP ସଂସ୍ଥା ଓ ଅନ୍ୟ କିଛି ସାମୁଦ୍ରିକ ଏଜେନ୍ସିଙ୍କ ସୂଚନା ଅନୁସାରେ, ଏହି ଜାହାଜଟି ଏକ ତୈଳ ଟ୍ୟାଙ୍କର । ଏହା ଲିବେରିଆ ମାଲିକାନାରେ ଥିବା ବେଳେ ଇସ୍ରାଏଲ ସହ ଅନୁବନ୍ଧିତ ଥିଲା । ଆଜି ଏହା ଭାରତ ମହାସାଗରେ ଯାତ୍ରା କରୁଥିବା ଡ୍ରୋନ ସାହାଯ୍ୟରେ ଏହି ଆକ୍ରମଣ କରାଯାଇଛି । ବ୍ରିଟେନ ମାରିଟାଇନ ଟ୍ରେଡ ଅପରେସନ ସଂସ୍ଥା ପକ୍ଷରୁ ଏହା ଏକ ଡ୍ରୋନ ଷ୍ଟ୍ରାଇକ ଥିବା କୁହାଯାଇଛି । ଜାହାଜ ସମ୍ପର୍କରେ ଇସ୍ରାଏଲ କିମ୍ବା ଲିବେରିଆ କିଛି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି । ଏକାଧିକ ଅନ୍ତର୍ଜାତୀୟ ତଦନ୍ତକାରୀ ସଂସ୍ଥା ଏହାର ତଦନ୍ତ ଆରମ୍ଭ କରିଛନ୍ତି । ଯାହାଜରେ କେତେ ନାବିକ ଓ ଅନ୍ୟ କର୍ମଚାରୀ ଥିଲେ ସେ ନେଇ କିଛି ସ୍ପଷ୍ଟ ହୋଇନି ।

ଏହା ମଧ୍ୟ ପଢନ୍ତୁ :- ଆରବ ସାଗରରେ ଜାହାଜ ଅପହରଣ: ଉଦ୍ଧାର ପାଇଁ ପହଞ୍ଚିଲା ଭାରତୀୟ ନୌସେନା

ସୂଚନା ଥାଉକି ଚଳିତମାସ 15 ତାରିଖରେ ଆରବ ସାଗରରେ ଏମଭି ରୁଏନ (MV Ruen) ନାମକ ଏକ ଜାହାଜକୁ ଜଳଦସ୍ୟୁମାନେ ଅପରହଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଏହି ଜାହାଜଟି ଉରୋପୀୟ ଦେଶ ମାଲତାର ଥିଲା । 18 କ୍ର୍ୟୁ ସଦସ୍ୟଙ୍କ ସହ ଯାତ୍ରା କରୁଥିବା ଏହି ପଣ୍ୟବାହୀ ଜାହାଜଟି ସୋମାଲିଆ ଉପକୂଳକୁ ଅଗ୍ରସର ହେଉଥିବା ବେଳେ 14 ତାରିଖରେ କିଛି ଦୁର୍ବୃତ୍ତ ଏହାକୁ ଅପହରଣ କରିଥିବା ଅଭିଯୋଗ ହୋଇଥିଲା । 15 ତାରିଖ ପୂର୍ବାହ୍ନରେ ଉକ୍ତ ଜାହାଜର କ୍ର୍ୟୁ ସଦସ୍ୟ ସହୟତା ପାଇଁ ଆରବ ସାଗରରେ ନିୟୋଜିତ ଥିବା ଭାରତୀୟ ନୌସେନା ସହ ଯୋଗାଯୋଗ କରିଥିଲେ । ଭାରତ ପକ୍ଷରୁ ଏକ ଯୁଦ୍ଧ ଜାହାଜ ଓ ବିମାନ ତୁରନ୍ତ ଅପରେସନ ଆରମ୍ଭ କରି ସମ୍ପୃକ୍ତ ହାଜାହକୁ ଚିହ୍ନଟ କରିବା ସହ ସମୁଦ୍ର ମଧ୍ୟରେ ଏହାର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା । ଏବେ ପୁଣି ଆରବ ସାଗରେ ଜାହାଜରେ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 23, 2023, 4:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.