ETV Bharat / bharat

DRDO Espionage case: ଫ୍ରିଲାନ୍ସ ସାମ୍ବାଦିକଙ୍କ ବିରୋଧରେ ମାମଲା କଲା CBI, 12 ସ୍ଥାନରେ ଚଢାଉ

author img

By

Published : May 16, 2023, 5:16 PM IST

DRDO Espionage case: ଫ୍ରିଲାନ୍ସ ସାମ୍ବାଦିକଙ୍କ ବିରୋଧରେ CBI ମାମଲା, 12 ସ୍ଥାନରେ ଚଢାଉ
DRDO Espionage case: ଫ୍ରିଲାନ୍ସ ସାମ୍ବାଦିକଙ୍କ ବିରୋଧରେ CBI ମାମଲା, 12 ସ୍ଥାନରେ ଚଢାଉ

ସେନା ଓ ଡିଆରଡିଓ ଠାରୁ ପ୍ରତିରକ୍ଷା ସୂଚନା ସଂଗ୍ରହ କରି ବିଦେଶୀ ଗୁଇନ୍ଦା ସଂସ୍ଥାକୁ ପଠାଉଥିବା ଅଭିଯୋଗରେ ଫ୍ରିଲାନ୍ସ ସାମ୍ବାଦିକଙ୍କ ନାମରେ ମାମଲା । 12 ସ୍ଥାନରେ ଚଢାଉ କଲା ସିବିଆଇ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପ୍ରତିରକ୍ଷା ସୂଚନା ଗୁପ୍ତଚରଗିରି କରିବା ଅଭିଯୋଗରେ ଫ୍ରିଲାନ୍ସ ସାମ୍ବାଦିକଙ୍କ ବିରୋଧରେ ମାମଲା ଦାଏର କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଖବର ସଂଗ୍ରହ ଆଳରେ ଭାରତୀୟ ସେନା ଓ ପ୍ରତିରକ୍ଷା ଗବେଷଣା ସଂସ୍ଥା DRDO ଠାରୁ ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ସଂଗ୍ରହ କରି ବିଦେଶୀ ଗୁଇନ୍ଦା ସଂସ୍ଥାକୁ ପଠାଇଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କେନ୍ଦ୍ରୀୟ ସଂସ୍ଥା । ଫ୍ରିଲାନ୍ସ ସାମ୍ବାଦିକ ବିବେକ ରଘୁବଂଶୀ ଓ ଅନ୍ୟ କିଛି ଏହି ସଙ୍ଗୀନ ଅଭିଯୋଗରେ ସିବିଆଇ କାର୍ଯ୍ୟାନୁଷ୍ଠାନ ପରିସରକୁ ଆସିଛନ୍ତି ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିବେକ ରଘୁବଂଶୀଙ୍କ ବିରୋଧରେ ଆଫିିସିଆଲ ସିକ୍ରେଟ ଆକ୍ଟ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରଘୁବଂଶୀ ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ସେନା ଓ ଡିଆରଡିଓ ଠାରୁ ସଂଗ୍ରହ କରିଛନ୍ତି ଓ ଏକାଧିକ ବିଦେଶୀ ଗୁଇନ୍ଦା ସଂସ୍ଥାକୁ ରପ୍ତାନୀ କରିଥିବା ସିବିଆଇ ଅଭିଯୋଗ କରିଛି । ଏହି ଘଟଣାରେ ସିବିଆଇ 12ଟି ସ୍ଥାନରେ ଚଢାଉ ମଧ୍ୟ କରିଛି । ରାଜସ୍ଥାନ ରାଜଧାନୀ ଜୟପୁର, ଦିଲ୍ଲୀ ଓ ଏନସିଆରର ପ୍ରାୟ 12 ଟି ଭିନ୍ନ ଭିନ୍ନ ସ୍ଥାନରେ ସିବିଆଇ ଟିମ ଚଢାଉ କରି ତଥ୍ୟ ସଂଗ୍ରହ କରିଛି । ପ୍ରତିରକ୍ଷା ତଥ୍ୟ ସମ୍ପର୍କିତ କିଛି ସମ୍ବେଦନଶୀଳ କାଗଜପତ୍ର ତଦନ୍ତକାରୀ ସଂସ୍ଥାର ହାତରେ ଲାଗିଥିବା ମଧ୍ୟ ସୂଚନା ମିଳିଛି । ହେଲେ ଚଢାଉ ସମ୍ପର୍କରେ ସିବିଆଇ କିଛି ସୂଚନା ଦେଇନାହିଁ ।

ଚଳିତମାସ (ମେ’) 4 ତାରିଖରେ ଡିଆରଡିଓର ବରିଷ୍ଠ ବୈଜ୍ଞାନିକ ପ୍ରଦୀପ୍‌ କୁରୁଲକରଙ୍କୁ ଗିରଫ କରିଥିଲା ମୁମ୍ବାଇ ଏଟିଏସ । ପାକିସ୍ତାନ ଗଇନ୍ଦା ସଂସ୍ଥା ସହ ସମ୍ପର୍କରେ ଥିବା ଜଣେ ମହିଳାଙ୍କ ସହ ହନିଟ୍ରାପରେ ଫସିଥିବା ସୂଚନା ମିଳିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ସେ ସୋସିଆଲ ମିଡିଆ ମାଧ୍ୟମରେ ସମ୍ପୃକ୍ତ ମହିଳାଙ୍କ ସହ ସମ୍ପର୍କରେ ଆସିଥିଲେ । ପରେ ବିଦେଶରେ ଉଭୟଙ୍କ ମଧ୍ୟରେ ପ୍ରତ୍ୟେକ୍ଷ ସାକ୍ଷାତ ଓ କ୍ରିକେଟ ମ୍ୟାଚ ମଧ୍ୟ ଦେଖିବା ହୋଇଥିଲା ।

ଭାରତୀୟ ପ୍ରତିରକ୍ଷା ଓ କ୍ଷେପଣାସ୍ତ୍ର ପ୍ରଣାଳୀ ସମ୍ପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ବୈଜ୍ଞାନିକ କୁରୁଲକରଙ୍କ ମାଧ୍ୟମରେ ସମ୍ପୃକ୍ତ ମହଳାଙ୍କ ହାତରେ ଲାଗିଥିବା ସନ୍ଦେହ କରାଯାଉଛି । ଏବେ କୁରୁଲକରଙ୍କୁ ରିମାଣ୍ଡରେ ନେଇ ଏଟିଏସ ଅଧିକ ଜେରା ଜାରି ରଖିଛି । ସେ ବ୍ୟବହାର କରୁଥିବା ସମସ୍ତ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ମଧ୍ୟ ଫୋରେନସିକ ଲ୍ୟାବରେ ଯାଞ୍ଚ କରାଯାଉଛି । ଉଭୟଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତା ବିନିମୟକୁ ପୁନଃଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛି ଏଟିଏସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.