ETV Bharat / bharat

ବାଲାଷ୍ଟିକ୍ ମିସାଇଳ୍ ଡିଫେନ୍ସ: BMD ଇଣ୍ଟରସେପ୍ଟର ନାଭାଲ ଭର୍ସନ ପରୀକ୍ଷଣ ସଫଳ

author img

By

Published : Apr 22, 2023, 9:20 PM IST

BMD ଇଣ୍ଟରସେପ୍ଟର ସଫଳ ପରୀକ୍ଷଣ କଲେ ଡିଆରଡିଓ ଓ ନୈସେନା
BMD ଇଣ୍ଟରସେପ୍ଟର ସଫଳ ପରୀକ୍ଷଣ କଲେ ଡିଆରଡିଓ ଓ ନୈସେନା

BMD ଇଣ୍ଟରସେପ୍ଟର ସଫଳ ପରୀକ୍ଷଣ କଲେ ଡିଆରଡିଓ ଓ ନୈସେନା । ଓଡିଶା ଉପକୂଳରୁ ପରୀକ୍ଷଣ ସଫଳ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: BMD ଇଣ୍ଟରସେପ୍ଟର ସଫଳ ପରୀକ୍ଷଣ କଲେ ଡିଆରଡିଓ ଓ ନୈସେନା । ଆଜି (ଶନିବାର) ଅପରାହ୍ନରେ ଓଡିଶା ଉକୂଳରୁ ନାଭାଲ ପ୍ଲାଟଫର୍ମ ଜରିଆରେ ଏହି ପରୀକ୍ଷଣ ସଫଳତାର ସହ ଶେଷ କରାଯାଇଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (DRDO) ଏବଂ ଭାରତୀୟ ନୌସେନା ଏହି ସମୁଦ୍ର ଭିତ୍ତିକ ଏଣ୍ଡୋ-ଆଟମୋସଫେରିକ୍ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ପ୍ରଥମ ବିମାନ ପରୀକ୍ଷା ସଫଳତାର ସହ ଶେଷ କରିଛନ୍ତି ।

  • DRDO and Indian Navy successfully conducted a maiden flight trial of a sea-based endo-atmospheric interceptor missile off the coast of Odisha in Bay of Bengal on April 21. The purpose of the trial was to engage and neutralize a hostile ballistic missile threat thereby elevating… pic.twitter.com/FXK2kRuPVN

    — ANI (@ANI) April 22, 2023 " class="align-text-top noRightClick twitterSection" data=" ">

ଏହି ପରୀକ୍ଷଣର ସଫଳତା ପରେ ଭାରତୀୟ ନୌସେନା ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ କ୍ଷମତାସମ୍ପନ୍ନ ରାଷ୍ଟ୍ର କ୍ଲବରେ ସାମିଲ ହୋଇଛି । ଏହାପୂର୍ବରୁ, DRDO ଏକ ସ୍ଥଳ-ଆଧାରିତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀକୁ ସଫଳତାର ସହ ମଧ୍ୟ ପରୀକ୍ଷଣ କରିସାରିଛି । ପରୀକ୍ଷଣ ସଫଳ ହେବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ବିଟ କରି ଡିଆରଡିଓ ଓ ନୌସେନାକୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ଓଡିଶା ଉପକୂଳରୁ ସ୍ବଳ୍ପ ଦୂରଗାମୀ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀର ସଫଳ ପରୀକ୍ଷଣ

ମାର୍ଚ୍ଚ 14 ରେ ସ୍ବଳ୍ପ ଦୂରଗାମୀ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ (VSHORADS) ମିସାଇଲର ସଫଳ ପରୀକ୍ଷଣ କରାଯାଇଥିଲା । ଓଡିଶା ଉପକୂଳର ଚାନ୍ଦିପୁରରେ ଥିବା ସମନ୍ବିତ ପରୀକ୍ଷଣ କେନ୍ଦ୍ର (ITR) ରୁ ଏହାର କ୍ରମାଗତ ଦୁଇଟି ପରୀକ୍ଷଣ କରାଯାଇଥିଲା । ଏହି ପରୀକ୍ଷଣ ପାଇଁ ଆକାଶ ମାର୍ଗରେ ଟାର୍ଗେଟ ଫିକ୍ସ କରାଯାଇଥିଲା ବେଳେ ଉଭୟ ପରୀକ୍ଷଣ ସମ୍ପୂର୍ଣ୍ଣ ସଠିକତାର ଦୁଇଟି ଭିନ୍ନ ଭିନ୍ନ ନିର୍ଦ୍ଧାରିତ ଟାର୍ଗେଟକୁ ଲକ୍ଷ୍ୟଭେଦ କରିଥିଲା ।

ଏହାକୁ କୌଣସି ପ୍ରକାର ବାୟୁ ଟାର୍ଗେଟ ବା ଏରିଏଲ ଟାର୍ଗେଟକୁ ନଷ୍ଟ କରିବା ପାଇଁ ବ୍ୟବହାର କରାଯାଇପାରିବା ନେଇ ଡିଆରଡିଓ ସୂଚନା ଦେଇଥିଲା । ଏହାକୁ ଭୂପୃଷ୍ଠରୁ ଆକାଶ ପଥକୁ ନିକ୍ଷେପ କରିହେବ । ଓଡିଶା ଉପକୂଳରେ ଥିବା ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ର ଓ ଧାମରା ନିକଟବର୍ତ୍ତୀ ଅବଦ୍ଦୁଲ କଲାମ ଦ୍ବୀପରୁ ପରୀକ୍ଷା ନିକଟରେ ଅନେକ ପରୀକ୍ଷଣ ସଫଳ ହୋଇସାରିଛି । ଏବେ ମଧ୍ୟ ବିଭିନ୍ନ କ୍ଷେପଣାସ୍ତ୍ରର ପରୀକ୍ଷଣ ଜାରି ରହିଛି । ଏହା ସଫଳ ହେବା ଭାରତୀୟ 3 ସେନାରେ ଏହାକୁ ନିୟୋଜିତ ମଧ୍ୟ କରାଯାଉଛି । କିଛି କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇସାରିଥିବା ବେଳେ ଏହାର ପରିବର୍ଦ୍ଧିତ ସଂସ୍କରଣର ମଧ୍ୟ ପରୀକ୍ଷଣ ଜାରି ରହିଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ ଭାରତୀୟ ସେନାରେ କ୍ଷେପଣାସ୍ତ୍ର ସାମିଲ କରିବା ପାଇଁ ନିମୟିତ ପରୀକ୍ଷଣ ଜାରି ରଖିଛି । ପରୀକ୍ଷଣ ସଫଳ ମଧ୍ୟ ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.