ETV Bharat / bharat

DELHI AIR QUALITY: ପ୍ରଦୂଷଣରେ ଆସୁନି ସୁଧାର, ଆଜି ବି ନିମ୍ନସ୍ତରରେ ବାୟୁ ଗୁଣବତ୍ତା

author img

By

Published : Jan 31, 2022, 10:37 AM IST

DELHI AIR QUALITY : ଦିଲ୍ଲୀରେ ବଢୁଛି ପ୍ରଦୂଷଣ, ଆଜି ବି ନିମ୍ନସ୍ତରରେ ବାୟୁ ଗୁଣବତ୍ତା
DELHI AIR QUALITY : ଦିଲ୍ଲୀରେ ବଢୁଛି ପ୍ରଦୂଷଣ, ଆଜି ବି ନିମ୍ନସ୍ତରରେ ବାୟୁ ଗୁଣବତ୍ତା

ଆଜି ମଧ୍ୟ ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ଜଣାପଡିଛି । ଏନେଇ ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(SAFAR) ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀରେ ସୁଧୁରୁନି ବାୟୁ ପ୍ରଦୂଷଣ । ନିମ୍ନସ୍ତରକୁ ଖସୁଛି ବାୟୁ ଗୁଣବତ୍ତା । ବାୟୁ ପ୍ରଦୂଷଣକୁ ନେଇ ଚିନ୍ତାରେ ରାଜଧାନୀବାସିନ୍ଦା । ଆଜି ମଧ୍ୟ ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ଜଣାପଡିଛି । ଏନେଇ ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(SAFAR) ପକ୍ଷରୁ ସୂଚନା ମିଳିଛି ।

ଆଜି ବାୟୁ ଗୁଣବତ୍ତା ସୂଚକାଙ୍କ(Air Quality Index) ୩୦୨ ରେକର୍ଡ ହୋଇଛି । ଗତକାଲି (ରବିବାର) ମଧ୍ୟ ଏକ୍ୟୁଆଇ ମାନ ଗୁରୁତର ସ୍ତରରେ ଥିଲା । ୨୮୨ରେ ରହିଥିଲା ଏକ୍ୟୁଆଇ। ଆଜି(ସୋମବାର) ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ଭିତରେ ସମ୍ଭାବନା ରହିଥିବାବେଳେ ସର୍ବାଧିକ ତାପମାତ୍ରା ୨୩ ଡିଗ୍ରୀ ସେଲସିୟସରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ଆଇଏମଡି(IMD) ।

ସୂଚନାଯୋଗ୍ୟ ଯେ, ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) 0-50 ମଧ୍ୟରେ ରହିଲେ ଏହାକୁ 'ଭଲ' ବୋଲି ବିଚାର କରାଯାଏ। ସେହିପରି ୫୧-୧୦୦ ମଧ୍ୟରେ ରହିଲେ ସନ୍ତୋଷଜନକ, ୧୦୦-୨୦୦ ମଧ୍ୟରେ ରହିଲେ ମଧ୍ୟମ, ୨୦୧-୩୦୦ ମଧ୍ୟରେ ରହିଲେ ଖରାପ, ୩୦୧-୪୦୦ ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଏବଂ ୪୦୧-୫୦୦ ମଧ୍ୟରେ ରହିଲେ ଗମ୍ଭୀର ବୋଲି ଧରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.