ETV Bharat / bharat

Bulli Bai App: ମୁଖ୍ୟ ଅଭିଯୁକ୍ତ ଆସାମରୁ ଗିରଫ

author img

By

Published : Jan 6, 2022, 5:18 PM IST

Bulli Bai app: ମୁଖ୍ୟ ଅଭିଯୁକ୍ତ ଆସାମରୁ ଗିରଫ
Bulli Bai app: ମୁଖ୍ୟ ଅଭିଯୁକ୍ତ ଆସାମରୁ ଗିରଫ

'ବୁଲି ବାଈ' ଆପ ମାଧ୍ୟମରେ ମୁସଲିମ ମହିଳାଙ୍କୁ ଟାର୍ଗେଟ ମାମଲା । ଆସାମରୁ ଗିରଫ ହେଲା ମୁଖ୍ୟ ଷଡଯନ୍ତ୍ରକାରୀ । ଦିଲ୍ଲୀ ଆଣି ତଦନ୍ତ କରିବ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: 'ବୁଲି ବାଈ' ଆପ ଜରିଆରେ ମୁସଲିମ ମହିଳାଙ୍କୁ ଟାର୍ଗେଟ ରାକେଟର ତଦନ୍ତରେ ଦିଲ୍ଲୀ ପୋଲିସକୁ ବଡ ସଫଳତା । ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଆପ ପ୍ରସ୍ତୁତକାରୀକୁ ଆସାମରୁ ଗିରଫ କରିବାରେ ସଫଳ ହୋଇଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ଇଣ୍ଟେଲିଜେନ୍ସ ଫ୍ୟୁଜନ୍ ଆଣ୍ଡ ଷ୍ଟ୍ରାଟେଜିକ୍ ଅପରେସନ୍ ୟୁନିଟ୍ (IFSO) । ମୁଖ୍ୟ ଅଭିଯୁକ୍ତର ନାମ ନୀରଜ ବିଷ୍ଣୁ ଓ ସେ ଆସାମର ସ୍ଥାନୀୟ ବାସିନ୍ଦା ବୋଲି ଦିଲ୍ଲୀ ପୋଲିସ କହିଛି ।

ଆଜି (ଗୁରୁବାର) ଦିଲ୍ଲୀ ପୋଲିସ ଡିସିପି କେ.ପି.ଏସ ମଲହୋତ୍ରା ସୂଚନା ଦେଇ କହିଛନ୍ତି ଯେ, ଆସାମରୁ ଗିରଫ ଅଭିଯୁକ୍ତ ନୀରଜ ବିଷ୍ଣୁ ହିଁ ଏହି ଆପର ପ୍ରସ୍ତୁତକାରୀ ତଥା ଏହାର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ପ୍ରାଥମିକ ଭାବେ ଜଣାପଡିଛି। ତେବେ ତାକୁ ଗିରଫ କରାଯିବା ପରେ ଦିଲ୍ଲୀ ଅଣାଯାଉଛି । ଅଭିଯୁକ୍ତ ଜଣଙ୍କ 20 ବର୍ଷୀୟ ହୋଇଥିବା ବେଳେ ଆସାମର ଜୋରହାଟର ଡିଜିମ୍ବର ଅଞ୍ଚଳର ବାସିନ୍ଦା ବୋଲି ପୋଲିସ ସ୍ପଷ୍ଟ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ: Bulli Bai app case: ବେଙ୍ଗାଲୁରୁରୁ ଇଞ୍ଜିନିଅରିଂ ଛାତ୍ର ଅଟକ

ବୁଲି ବାଈ ଆପ ମାଧ୍ୟମରେ ମୁସଲିମ ସମ୍ପ୍ରଦାୟର ମହିଳାଙ୍କୁ ଟାର୍ଗେଟ କରାଯାଉଥିବା ଅଭିଯୋଗ ଆସିଥିଲା । ଏହାକୁ ବ୍ୟବହାର କିଛି ମୁସଲିମ ମହିଳାଙ୍କ ଫୋଟୋକୁ ଏଡିଟ କରି ଏହି ଆପ ମାଧ୍ୟମରେ ସାମାଜିକ ଗଣମାଧ୍ୟମରେ ଅପଲୋଡ କରାଯାଉଥିବା ଅଭିଯୋଗ ହୋଇଥିଲା । ପରେ ଏନେଇ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ମୋଡକୁ ଆସଥିଲା ପୋଲିସ । ପୂର୍ବରୁ ଜଣେ ଛାତ୍ର ମଧ୍ୟ ଏହି ଘଟଣାରେ ଗିରଫ ହୋଇସାରିଛି । ତେବେ ଏବେ ମୁଖ୍ୟ ଷଡଯନ୍ତ୍ରକାରୀକୁ ମଧ୍ୟ ଗିରଫ କରିଛି ପୋଲିସ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.