ETV Bharat / bharat

Punjab poll: ଅଦ୍ଭୁତପୂର୍ବ ସଫଳତା ପାଇଁ ଧନ୍ୟବାଦ ଦେଲେ କେଜ୍ରିୱାଲ

author img

By

Published : Mar 10, 2022, 1:03 PM IST

ଅଦ୍ଭୁତପୂର୍ବ ସଫଳତା ପାଇଁ ଧନ୍ୟବାଦ୍‌ ଦେଲେ କେଜ୍ରିୱାଲ
ଅଦ୍ଭୁତପୂର୍ବ ସଫଳତା ପାଇଁ ଧନ୍ୟବାଦ୍‌ ଦେଲେ କେଜ୍ରିୱାଲ

ପଞ୍ଜାବ ଫଳାଫଳକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ପଞ୍ଜାବରେ ଆପର ସୁନାମୀ ଦେଖିବାକୁ ମିଳିଛି । ଏ ନେଇ ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ପଞ୍ଜାବବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଅଧିକ ପଢନ୍ତୁ

ଚଣ୍ଡିଗଡ: ପଞ୍ଜାବ ଫଳାଫଳକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ପଞ୍ଜାବରେ ଆପର ସୁନାମୀ ଦେଖିବାକୁ ମିଳିଛି । ଏ ନେଇ ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ପଞ୍ଜାବବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଭଗବନ୍ତ ସିଂ ମାନଙ୍କ ସହ ଖୁସିରେ ଏକ ଫଟୋ ସହ ଟ୍ବିଟ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି କେଜ୍ରିୱାଲ ।

  • इस इंक़लाब के लिए पंजाब के लोगों को बहुत-बहुत बधाई। pic.twitter.com/BIJqv8OnGa

    — Arvind Kejriwal (@ArvindKejriwal) March 10, 2022 " class="align-text-top noRightClick twitterSection" data=" ">

ପଞ୍ଜାବ ବିଧାନସଭା ଗଣତି ଜାରି ରହିଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ସହ ମେଣ୍ଟ କରିଥିବା କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ଜୋରଦାର ଝଟକା ଲାଗିଛି। ସେ ନିଜର ପାରମ୍ପାରିକ ପଟିଆଲା ଅର୍ବାନ ଆସନରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ପରାସ୍ତ ହୋଇଛନ୍ତି। ଏଠାରେ ଆପ୍‌ ପ୍ରାର୍ଥୀ ଅଜିତ ପାଲ ସିଂହ ଜବରଦସ୍ତ ବିଜୟ ହାସଲ କରିଛନ୍ତି । ଭଗବନ୍ତ ସିଂ ମାନ ଧୁରିରୁ ଆଗୁଆ ଚାଲିଛନ୍ତି । ୬୦ ହଜାର ଭୋଟରେ ଆଗରେ ମାନ ରହିଛନ୍ତି । ପଞ୍ଜାବରେ ମୋଟ ୧୧୭ ଆସନରେ ନିର୍ବାଚନ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଆପ ପଞ୍ଜାବରେ ୩ଟି ଆସନରେ ବାଜିମାତ କରିଛି । ୮୮ ଆସନରେ ଆଗୁଆ ରହିଛି ଆପ୍ ।

ଏହା ବି ପଢନ୍ତୁ...Punjab Assemly poll: ମାନ ରଖିଲେ ମତଦାତା, APPର ହେଲା ପଞ୍ଜାବ !

ବିଭିନ୍ନ ଗଣମାଧ୍ୟମ ଦ୍ବାରା ପ୍ରକାଶ ପାଇଥିବା ବୁଥ ବାହୁଡା ଜନମତରେ ଆପକୁ ଏକ ସଂଖ୍ୟାଗରିଷ୍ଠତା ମିଳିବା ନେଇ ପୁର୍ବାନୁମାନ କରାଯାଇଥିଲା । ବର୍ତ୍ତମାନ ଧାରାରୁ ଯାହା ଅନୁମାନ କରାଯାଉଛି ଏକଜିଟ ପୋଲ ଏକଜାକ୍ଟ ପୋଲ ହେବାକୁ ଯାଉଛି । ପଞ୍ଜାବର ୭୦ ବର୍ଷର ଅଳିଆ ସଫା କରିବାକୁ ଅଣ୍ଟା ଭିଡିଛି ଆପ୍ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.