ETV Bharat / bharat

Punjab Assemly poll: ମାନ ରଖିଲେ ମତଦାତା, AAPର ହେଲା ପଞ୍ଜାବ !

author img

By

Published : Mar 10, 2022, 12:45 PM IST

Updated : Mar 10, 2022, 2:22 PM IST

ମାନଙ୍କ ମାନ ରଖିଲେ ଭୋଟର, ପଞ୍ଜାବରେ ଆଗରେ APP
ମାନଙ୍କ ମାନ ରଖିଲେ ଭୋଟର, ପଞ୍ଜାବରେ ଆଗରେ APP

ପଞ୍ଜାବରେ କଂଗ୍ରେସକୁ ପଛରେ ପକାଇ ଆମ ଆଦମୀ ପାର୍ଟି ଆଗୁଆ ରହିଛି। ଆପ୍‌ ସବୁଠାରୁ ବଡ ଦଳ ରୂପେ ଉଭା ହୋଇଛି। ନିର୍ବାଚନ କମିଶନଙ୍କ ଅନୁସାରେ ମ୍ୟାଜିକ ନମ୍ବର ଛୁଇଁ ସାରିଛି ଆପ୍ । ପ୍ରାରମ୍ଭିକ ଗଣନାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଭଦୌର ଏବଂ ଚମକୌର ସାହିବରୁ ପଛୁଆ ଚାଲିଛନ୍ତି। ସେହିପରି କ୍ୟାପଟେନ୍‌ ଅମରିନ୍ଦର ସିଂହ ମଧ୍ୟ ପଟିଆଲରୁ ପଛୁଆ ଅଛନ୍ତି। ଭଗବନ୍ତ ମାନ ଧୁରିରୁ ଆଗୁଆ ଚାଲିଛନ୍ତି। ଏ ନେଇ ଏକ ଖୁସିର ମାହୋଲ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଚଣ୍ଡିଗଡ: ପଞ୍ଜାବ ସହ ୫ ରାଜ୍ୟରେ ଜାରି ରହିଛି ବିଧାନସଭା ନିର୍ବାଚନ ଭୋଟ ଗଣତି । ପଞ୍ଜାବରେ AAP ସୁନାମୀ ଦେଖିବାକୁ ମିଳିଛି । କଂଗ୍ରେସକୁ ପଛରେ ପକାଇ ଆଗକୁ ମାଡି ଚାଲିଛି ଆପ୍‌। ପଞ୍ଜାବରେ କଂଗ୍ରେସକୁ ପଛରେ ପକାଇ ଆମ ଆଦମୀ ପାର୍ଟି ଆଗୁଆ ରହିଛି। ଆପ୍‌ ସବୁଠାରୁ ବଡ ଦଳ ରୂପେ ଉଭା ହୋଇଛି। ନିର୍ବାଚନ କମିଶନଙ୍କ ଅନୁସାରେ ମ୍ୟାଜିକ ନମ୍ବର ଛୁଇଁ ସାରିଛି ଆପ୍ ।

ପ୍ରାରମ୍ଭିକ ଗଣନାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଭଦୌର ଏବଂ ଚମକୌର ସାହିବରୁ ପଛୁଆ ଚାଲିଛନ୍ତି। ସେହିପରି କ୍ୟାପଟେନ୍‌ ଅମରିନ୍ଦର ସିଂହ ମଧ୍ୟ ପଟିଆଲାରୁ ପଛୁଆ ଅଛନ୍ତି। ଭଗବନ୍ତ ମାନ ଧୁରିରୁ ଆଗୁଆ ଚାଲିଛନ୍ତି। ଏ ନେଇ ଏକ ଖୁସିର ମାହୋଲ ଦେଖିବାକୁ ମିଳିଛି । ଭଗବନ୍ତ ମାନଙ୍କ ବାସଭବନ ଆଗରେ ଜୋରଦାର ଉତ୍ସବ ଦେଖିବାକୁ ମିଳିଛି । ଆପ କର୍ମୀମାନେ ଝାଡୁ ଧରି ଢୋଲ ବାଜା ତାଳେ ତାଳେ ନାଚିବାକୁ ଲାଗିଛନ୍ତି ।

ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ସମୟ ୧୦ଟା ୪୫ ସୁଦ୍ଧା ସମୁଦାୟ ୧୧୭ ଆସନରୁ ଆପ ୮୯ ସିଟରେ ଆଗୁଆ ଅଛି । କଂଗ୍ରେସ ୧୩ ଓ ସିରୋମଣି ଆକାଳି ଦଳ ୭ ଓ ବିଜେପି ୫ ସିଟ ସହ ଆଗୁଆ ରହିଛି । ଦିଲ୍ଲୀରେ ଆପ୍ ମୁଖ୍ୟ କାର୍ଯ୍ୟାଳୟ ଆଗରେ ଉତ୍ସବ ମନେଇବାକୁ ଲାଗିଛନ୍ତି । ଆପର ଜଣେ ସମର୍ଥକ ଜଣେ ଶିଶୁକୁ ଉଭୟ କେଜ୍ରିୱାଲ ଓ ଭଗବନ୍ତ ମାନ ବେଶରେ ସଜେଇ ଥିବା ଦେଖିବାକୁ ମିଳିଛି ।

ମାନ ରଖିଲେ ମତଦାତା, APPର ହେଲା ପଞ୍ଜାବ !
ମାନ ରଖିଲେ ମତଦାତା, APPର ହେଲା ପଞ୍ଜାବ !

ଆପ ନେତା ରାଘବ ଚଢା କହିଛନ୍ତି ପଞ୍ଜାବବାସୀ କେଜ୍ରିୱାଲ ଓ ଭଗବନ୍ତ ମାନଙ୍କୁ ଗ୍ରହଣ କରିଛନ୍ତି । ଭବିଷ୍ୟତରେ ଅରବିନ୍ଦ କେଜ୍ରିୱାଲ ବିଜେପିର ପ୍ରମୁଖ ପ୍ରତିନ୍ଦ୍ବନ୍ଦୀ ହେବେ । ଆପ କଂଗ୍ରେସର ସ୍ଥାନ ନେବ ବୋଲି କହିଛନ୍ତି ଆପ ନେତା ରାଘବ ଚଢା । ଆଜି ଭାରତ ଇତିହାସର ଗୁରୁତ୍ବପୂର୍ଣ୍ଣ ଦିନ । ପଞ୍ଜାବ ବର୍ତ୍ତମାନ ଠାରୁ 'ଉଡତା ପଞ୍ଜାବ' ନାମରେ ପରିଚିତ ହେବ ନାହିଁ, ‘ଉଠତା ପଞ୍ଜାବ’ ନାମରେ ନାମିତ ହେବ । ଏହାର ସମସ୍ତ ଶ୍ରେୟ AAP କର୍ମୀଙ୍କୁ ଯାଉଛି । ସେମାନେ ଦିନରାତି, ଖରାଶୀତକୁ ଖାତିର ନ କରି ପାର୍ଟି ପାଇଁ କାମ କରିଛନ୍ତି । AAP ଧୀରେ ଧୀରେ ସମସ୍ତଙ୍କ ପାଇଁ କାମ କରିବ କହିଛନ୍ତି AAP ପଞ୍ଜାବର ସହ-ଦାୟିତ୍ବରେ ଥିବା ରାଘବ ଚଢା ।

ସେହିପରି ଆପ ନେତା ମନୀଶ ସିସୋଦିଆ କହିଛନ୍ତି ପଞ୍ଜାବବାସୀ ଆପକୁ ଭୋଟ ଦେଇ ନାହାନ୍ତି ଏକ ସୁଯୋଗ ଦେଇଛନ୍ତି । କେଜ୍ରିୱାଲଙ୍କ ରାଜନୈତିକ ମଡେଲକୁ ଏକ ସୁଯୋଗ ଦେଇଛନ୍ତି ପଞ୍ଜାବ ଲୋକ । ଗରିବ ଲୋକଙ୍କ ପାଇଁ ଶିକ୍ଷା, ଚାକିର ଓ ଦୁର୍ନୀତିର ଶିକାର ହେଉଥିବା ଲୋକଙ୍କ ପାଇଁ କେଜ୍ରିୱାଲ ମଡେଲ ଗର୍ଭନାନ୍ସ ଏକ ଆଶାର କିରଣ ବୋଲି କହିଛନ୍ତି ସିସୋଦିଆ ।

  • #WATCH Punjab has accepted Kejriwal's model of governance. It has gained recognition at the national level. People in the entire country will seek this model of governance, says AAP leader Manish Sisodia pic.twitter.com/iVtBjv271Q

    — ANI (@ANI) March 10, 2022 " class="align-text-top noRightClick twitterSection" data=" ">

@ANI

Last Updated :Mar 10, 2022, 2:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.