ETV Bharat / bharat

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କୋଭିଡ ପଜିଟିଭ

author img

By

Published : Apr 20, 2023, 2:10 PM IST

rajnath singh tested covid positive
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କୋଭିଡ ପଜିଟିଭ

ଦେଶରେ ଉପରମୁହାଁ ରହିଛି କୋରୋନା ଦୈନିକ ସଂକ୍ରମଣ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କୋରାନା ସଂକ୍ରମିତ ହୋଇଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କୋଭିଡ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ସେ ହୋମ ଆସୋଲେସନରେ ରହିଛନ୍ତି । କିଛି ଲକ୍ଷଣ ଦେଖାଯିବା ପରେ କୋଭିଡ ପରୀକ୍ଷା କରାଇଥିଲେ ପ୍ରତିରକ୍ଷା ମନ୍ତ୍ରୀ । ତାଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି । ବର୍ତ୍ତମାନ ସେ କ୍ବାରେଣ୍ଟାଇନରେ ରହିଛନ୍ତି । ବିଶେଷ ଡାକ୍ତରୀ ଟିମ ତାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି । ତାଙ୍କୁ କିଛି ଦିନ ବିଶ୍ରାମ ନେବାକୁ କହିଛନ୍ତି ।

ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତୀୟ ବାୟୁ ସେନା କମାଣ୍ଡରସ ସମ୍ମିଳନୀରେ ଯୋଗ ଦେବାର ଥିଲା । ମାତ୍ର ସେ ଅସୁସ୍ଥ ଅନୁଭବ କରିଥିଲେ । କିଛି କୋରୋନା ଲକ୍ଷଣ ଦେଖାଯିବାରୁ ସେ କୋଭିଡ ପରୀକ୍ଷା କରାଇଥିଲେ । ତାଙ୍କ ରିପୋର୍ଟ ପଜିଟିଭ ଆସି ଥିବାରୁ ସେ ଭାରତୀୟ ବାୟୁ ସେନା କମାଣ୍ଡରସ ସମ୍ମିଳନୀରେ ଯୋଗ ଦେଇ ପାରିନାହାନ୍ତି । ପ୍ରତିରକ୍ଷା ମନ୍ତ୍ରୀ କୋରୋନା ସଂକ୍ରମିତ ହୋଇଥିବା ତାଙ୍କ ଅଫିସିଆଲ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ସେ ହୋମ ଆଇସୋଲେସନରେ ରହିଛନ୍ତି । ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କୁ ଚିକିତ୍ସା କରିବା ସହ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ଏପ୍ରିଲ 17 ତାରିଖରେ ପ୍ରଥମ ସେନା କମାଣ୍ଡସ ସମ୍ମିଳନୀକୁ ସମ୍ବୋଧନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜନାଥ ସିଂହ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି ।

ଏହା ବି ପଢନ୍ତୁ...India Corona: ଦିନକରେ ୧୨,୫୯୧ ନୂଆ ସଂକ୍ରମିତ

ଏହା ବି ପଢନ୍ତୁ...ଜ୍ୟୋତିରାଦିତ୍ୟା ସିନ୍ଧିଆ କୋରୋନା ସଂକ୍ରମିତ

ପୁଣି କଡ ଲେଉଟାଇଛି ମହାମାରୀ କୋରୋନା । ଦେଶରେ ବୃଦ୍ଧି ପାଉଛି ଦୈନିକ ସଂକ୍ରମଣ ମାମଲା । ଆଜି ଦିନକରେ ଦେଶରେ ୧୨,୫୯୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଭାରତରେ ସମୁଦାୟ କୋରୋନା ସକ୍ରିୟ ମାମଲା ଏବେ ୬୫,୨୮୬କୁ ବୃଦ୍ଧି ପାଇଛି । ସଂକ୍ରମଣ ବୃଦ୍ଧି ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଛି । ଦିନକରେ ପୁଣି ୪୦ ଜଣଙ୍କର କୋରୋନା ଜନିତ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୫,୩୧,୨୩୦ରେ ପହଞ୍ଚିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ପ୍ରକାଶଥାଉ କି, ଦୁଇ ଦିନ ତଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟା ସିନ୍ଧିଆ କୋରୋନା ସଂକ୍ରମିତ ହୋଇଥିଲେ । ସିନ୍ଧିଆ ଟ୍ବିଟ ତାଙ୍କ କୋଭିଡ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିବା ଜଣାଇଥିଲେ । ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.