ETV Bharat / bharat

LACରେ ଭାରତ-ଚୀନ ସେନା ସଘଂର୍ଷ, ଗୃହରେ ବିବୃତ୍ତି ରଖିଲେ ପ୍ରତିରକ୍ଷା ମନ୍ତ୍ରୀ

author img

By

Published : Dec 13, 2022, 1:12 PM IST

Updated : Dec 13, 2022, 3:40 PM IST

ଭାରତ ଚୀନ ସେନା ସଘଂର୍ଷ । ଏଲ୍ଏସିରେ ଭାରତ ଚୀନ ସଘଂର୍ଷ ନେଇ ଲୋକସଭାରେ ବିବୃତ୍ତି ରହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅଧିକ ପଢନ୍ତୁ

LACରେ ଭାରତ-ଚୀନ ସେନା ସଘଂର୍ଷ, ଗୃହରେ ବିବୃତ୍ତି ରଖିଲେ ପ୍ରତିରକ୍ଷା ମନ୍ତ୍ରୀ
LACରେ ଭାରତ-ଚୀନ ସେନା ସଘଂର୍ଷ, ଗୃହରେ ବିବୃତ୍ତି ରଖିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ତାୱନରେ ଭାରତ ଚୀନ ସୀମା ସଘଂର୍ଷ ନେଇ ଗୃହରେ ଉତ୍ତର ରଖିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଏଲ୍ଏସିରେ ମୁହାଁମୁହିଁ ନେଇ ସଂସଦ ଲୋକସଭା ଗୃହରେ ପ୍ରତିରକ୍ଷା ମନ୍ତ୍ରୀ ବିବୃତି ରଖି କହିଛନ୍ତି ଗତ ୯ ତାରିଖରେ ଚୀନ ସେନା ବେଆଇନ ଭାବେ ଅନୁପ୍ରବେଶ ଉଦ୍ୟମ କରିଥିଲେ । ପ୍ରକୃତ ନିୟନ୍ତ୍ରଣ ରେଖାରେ ଏକପାଖିଆ ସ୍ଥିତାବସ୍ଥା ପରିବର୍ତ୍ତନ ଉଦ୍ଦେଶ୍ୟରେ ଆସିଥିଲେ । ଆମର କୌଣସି ଜଣେ ବି ଯବାନ ଗୁରୁତର ହୋଇନାହାନ୍ତି । ଆମ ସେନା ଦେଶର ସାର୍ବଭୌମତ୍ବକୁ ସୁରକ୍ଷିତ ରଖିବାକୁ ପ୍ରତିବଦ୍ଧ ବୋଲି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ।

  • On Dec 9 in Yangtse area of Tawang sector PLA troops encroached upon & attempted to change status quo.This attempt was tackled by our troops in a determined manner. Our troops bravely stopped PLA from encroaching upon our territory&forced them to go back to their post:Defence Min pic.twitter.com/dbwNzSbZj5

    — ANI (@ANI) December 13, 2022 " class="align-text-top noRightClick twitterSection" data=" ">

ବିବୃତ୍ତି ରଖି ପ୍ରତିରକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି, "ଏଲଏସି ସ୍ଥିତାବସ୍ଥା ବିଗାଡିବାକୁ ଅନୁପ୍ରବେଶ କରିଥିଲା ଚୀନ । ଆମ ଯବାନ ଏହାର ଦୃଢତାର ସହ ମୁକାବିଲା କରିଥିଲେ । ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଉଭୟ ପକ୍ଷ ଯବାନ ଆହତ ହୋଇଛନ୍ତି ହେଲେ ଆମର କୌଣସି ଯବାନଙ୍କର ମୃତ୍ୟୁ କିମ୍ବା କେହି ଗୁରୁତର ଆହତ ହୋଇନାହାନ୍ତି । ଘଟଣା ପରେ ଚୀନ ସହ କମାଣ୍ଡରସ୍ତରୀୟ ବୌଠକ କରିଛନ୍ତି । ବୈଠକରେ ଚୀନକୁ ଏଭଳି କରିବାକୁ ଦୃଢ଼ତାର ସହ ମନା କରାଯାଇଛି ।" ଲୋକସଭାରେ ବିବୃତ୍ତି ରଖି ଭାରତୀୟ ସେନା ବୀରତ୍ବକୁ ପ୍ରଶଂସା କରିଛନ୍ତି ରାଜନାଥ ।

  • #WATCH | Today there is a BJP government in the country. As long as our govt is there no one can capture even an inch of land. I salute the valour shown by our Indian Army troops on the intervening night of December 8-9 (in Arunachal Pradesh): Union Home Minister Amit Shah pic.twitter.com/hsBTJv8dcN

    — ANI (@ANI) December 13, 2022 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...LACରେ ପୁଣି ଭାରତ-ଚୀନ ସେନା ମଧ୍ୟରେ ସଂଘର୍ଷ, ଉଭୟ ପକ୍ଷର ଅନେକ ଯବାନ ଆହତ

ଗୃହକାର୍ଯ୍ୟ ଆରମ୍ଭରୁ ତୱାଙ୍ଗ ଘଟଣାକୁ ନେଇ ହଟ୍ଟଗୋଳ ହୋଇଥିଲା । ଆଲୋଚନା ଦାବିରେ ବିରୋଧୀ ପାଟିତୁଣ୍ଡ କରିଥିଲେ । ଏଆଇଏମଆଇଏମ ମୁଖ୍ୟ ସିଧା ସରକାରଙ୍କୁ ଟାର୍ଗେଟ କରିଥିଲେ । କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଘେରିଥିଲା । ଏହାପରେ ଗୃୃହକାର୍ଯ୍ୟକୁ କିଛି ସମୟ ଯାଏ ମୁଲତବୀ ରଖାଯାଇଥିଲା । ସେପଟେ ଗୃହ ବାହାରେ ସୀମା ସଘଂର୍ଷକୁ ନେଇ ବିବୃତ୍ତି ରଖିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କଂଗ୍ରେସ ସମୟରେ ହିଁ ଚୀନ ଭାରତୀୟ ଅଞ୍ଚଳକୁ ମାଡି ବସିଥିଲା । ମୋଦି ସରକାରଙ୍କ ସମୟରେ କେହି ଜଣେ ବି ଲାଞ୍ଚୁଆ ନୁହଁନ୍ତି । ଆଜି ଦେଶରେ ବିଜେପି ସରକାର ଚାଲିଛି । ଆମ ସରକାର ଥିବା ଯାଏଁ କେହି ଜଣେ ବି ଇଞ୍ଚେ ଜାଗା ନେଇ ପାରିବେ ନାହିଁ । ଭାରତୀୟ ଯବାନଙ୍କ ସାହାସିକତାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।

କଣ ହୋଇଥିଲା 9 ଡିସେମ୍ବରରେ...

ଭାରତ ଓ ଚୀନ ସୀମାର ପ୍ରକୃତ ନିୟନ୍ତ୍ରଣ ରେଖାରେ ଅଶାନ୍ତି ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ପ୍ରାୟ 300 ଚୀନ ଯବାନ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ପ୍ରସ୍ତୁତି ସହ ଭାରତୀୟ ଅଞ୍ଚଳରେ ପ୍ରବେଶ ଉଦ୍ୟମ କରିଥିଲେ। ଏହାକୁ ଦୃଢତାର ସହ ବାଧା ଦେଇଥିଲେ ସେଠାରେ ମୁତୟନ ଥିବା ଭାରତୀୟ ଯବାନ । ଉଭୟ ପକ୍ଷ ସେନାଙ୍କ ମଧ୍ୟରେ ସଘଂର୍ଷ ହୋଇଥିଲା । ଏଥରେ ଚୀନର ଅଧିକ ସୈନ୍ୟ ଆହତ ହୋଇଥିଲେ । ଅରୁଣାଚଳ ତୱାଙ୍ଗ ସେକ୍ଟର ସ୍ଥିତ ୟାଙ୍ଗସେଠରେ ଏହି ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା ।

Last Updated :Dec 13, 2022, 3:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.