ETV Bharat / bharat

ଗିରଫ ସାଇବର ଠକ ଫୋନରୁ ମିଳିଲା 6 ଲକ୍ଷ ଲୋକଙ୍କ ଡାଟା

author img

By

Published : Mar 8, 2023, 10:09 PM IST

ଗିରଫ ସାଇବର ଠକ ପାଖରୁ ମିଳିଲା 6 ଲକ୍ଷ ଲୋକଙ୍କ ଡାଟା
ଗିରଫ ସାଇବର ଠକ ପାଖରୁ ମିଳିଲା 6 ଲକ୍ଷ ଲୋକଙ୍କ ଡାଟା

ଗିରଫ ସାଇବର ଠକ ମୋବାଇଲରୁ ମିଳିଲା ପ୍ରାୟ 6 ଲକ୍ଷ ଲୋକଙ୍କ ଗୋପନୀୟ ତଥ୍ୟ । ରହିଛି ବ୍ୟକ୍ତିଗତ, ବ୍ୟାଙ୍କ ବୀମା ସମ୍ପର୍କିତ ତଥ୍ୟ । ଜାରି ରହିଛି ପୋଲିସ ତଦନ୍ତ । ଅଧିକ ପଢନ୍ତୁ

ଗିରଫ ସାଇବର ଠକ ପାଖରୁ ମିଳିଲା 6 ଲକ୍ଷ ଲୋକଙ୍କ ଡାଟା

ରାଞ୍ଚି: ମୋବାଇଲ୍ ନମ୍ବର ସହିତ ଡାଟା ଲିକ୍ ହେବା ଖବର ସାଧାରଣ ସ୍ମାର୍ଟ ଫୋନ ବ୍ୟବହାରକାରୀଙ୍କୁ ଚିନ୍ତିତ କରିଥାଏ । ତେବେ ଜଣେ ଗିରଫ ସାଇବର ଠକ ନିକଟରୁ ପୋଲିସ ଯେଉଁ ସୂଚନା ପାଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଝାଡଖଣ୍ଡ ଗିରିଡିହରେ ପୋଲିସ ଗିରଫ କରିଥିବା ସାଇବର ଠକ ନିକଟରେ ରହିଥିଲା ପ୍ରାୟ 6 ଲକ୍ଷ ଲୋକଙ୍କର ଡାଟା । ଗିରଫ ଅଭିଯୁକ୍ତର ନାମ ନିଖିଲ କୁମାର । ସ୍ଥାନୀୟ ପୋଲିସ ତାକୁ ସାଇବର କ୍ରାଇମ ମାମଲାରେ ଗିରଫ କରିଥିଲା ।

ମିଳିଥିବା ସୂଚନା ଅନୁସାରେ ନିଖିଲ ଠାରୁ ଜବତ ହୋଇଥିବା ଏକାଧିକ ମୋବାଇଲରୁ ପ୍ରାୟ 6 ଲକ୍ଷ ଲୋକଙ୍କର ବିଭିନ୍ନ ପ୍ରକାରର ବ୍ୟକ୍ତିଗତ ସୂଚନା ମିଳିଛି । ବିଭିନ୍ନ ବ୍ୟକ୍ତି ବିଶେଷଙ୍କର ନାମ, ଠିକଣା, ବ୍ଯାଙ୍କ ଆକାଉଣ୍ଟ ନମ୍ବର ଓ ସେ ସମ୍ପର୍କିତ ତଥ୍ୟ, ଆର୍ଥିକ କାରବାର, ବର୍ତ୍ତମାନ ସେମାନଙ୍କର କର୍ମନିଯୁକ୍ତି ସ୍ଥାନ, ଆୟ, ବେତନ ପରି ଅତି ଗୁରୁତ୍ବପୂର୍ଣ୍ଣ ସୂଚନା ରହିଛି । ଯାହା ଜଣାପଡିବା ପରେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯାଇଛି ।

ପୋଲିସର ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତ ଗାନ୍ଧୀ ପୋଲିସ ଷ୍ଟେସନ ଅଞ୍ଚଳର ଗାନ୍ଧୀ ବଜାରର ବାସିନ୍ଦା ଶ୍ରୀକାନ୍ତ ରାମଙ୍କ ପୁଅ । ସାଇବର ଅପରାଧ ମାମଲାରେ ନିଖିଲ 2018 ମସିହାରେ ଜେଲ ଯାଇ ସାରିଛି । ଏଥର ନିଖିଲ ଏବଂ ତାର ଜଣେ ସହଯୋଗୀ ଜାକିର ଅନସାରୀ ନାମକ ଯୁବକକୁ ପୋଲିସ ପୁଣି ଏକ ନୂଆ ସାଇବର କ୍ରାଇମ ମାମଲାରେ ଗିରଫ କରିଛି । ଉଭୟଙ୍କ ନିକଟରୁ ଏକାଧିକ ମୋବାଇଲ ମଧ୍ୟ ଜବତ କରାଯାଇଛି । ଯାହାକି ବିଭିନ୍ନ ଲୋକଙ୍କ ଠାରୁ ଉଭୟ ଚୋରି କରିଥିବା ପୋଲିସ କହିଛି । ସେହିପରି ସେମାନଙ୍କ ନିକଟରୁ 60 ହଜାର ଟଙ୍କା, ଗୋଟିଏ ଏଟିଏମ୍ କାର୍ଡ, ଆଧାର କାର୍ଡ ଏବଂ ପାନ୍ କାର୍ଡ ଜବତ କରାଯାଇଛି ।

ଏବେ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଜେରା କରିବା ପରେ ଏହି ଭୟଙ୍କର ତଥ୍ୟ ହାସଲ କରିଛି । କେବଳ ନଖିଲ ନିକଟରେ ଥିବା ଏକାଧିକ ସ୍ମାର୍ଟ ଫୋନରେ ପ୍ରାୟ 6ଲକ୍ଷ ଲୋକଙ୍କ ବିଭିନ୍ନ ଗୋପନୀୟ ତଥା ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଛି । ଯାହାକୁ କି ଅତି ସହଜରେ ଅପବ୍ୟବହାର ମଧ୍ଯ କରାଯାଇପାରେ । ପୋଲିସ ଏସମସ୍ତ ମୋବାଇଲକୁ ସାଇବର ସେଲକୁ ପଠାଇଛି । ଉଭୟ ଅଭିଯୁକ୍ତଙ୍କୁ ଜେରା ଜାରି ରହିଛି । ଅଧିକ ସୂଚନା ସଂଗ୍ରହ ପାଇଁ ପ୍ରକ୍ରିୟା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.