ETV Bharat / bharat

ଆମ୍ବେଦକର ଜୟନ୍ତୀ ଶୋଭାଯାତ୍ରାରେ ଗଣ୍ଡଗୋଳ, ଗାଁ ଛାଡିଲେ 300 ଲୋକ

author img

By

Published : Apr 20, 2022, 7:30 AM IST

ଆମ୍ବେଦକର ଜୟନ୍ତୀ ଶୋଭାଯାତ୍ରା ଗଣ୍ଡଗୋଳ, ଗାଁ ଛାଡିଲେ ୩ଶହ ଲୋକ
ଆମ୍ବେଦକର ଜୟନ୍ତୀ ଶୋଭାଯାତ୍ରା ଗଣ୍ଡଗୋଳ, ଗାଁ ଛାଡିଲେ ୩ଶହ ଲୋକ

ରାଜସ୍ଥାନର ଭରତପୁର ଜିଲ୍ଲା ଅନ୍ତର୍ଗତ କୁମହେର ଅଞ୍ଚଳର ସାହା ଗାଁର ଦଳିତ ସମ୍ପ୍ରଦାୟ ଲୋକେ ଗାଁ ଛାଡି ପଳେଇ ଯାଉଛନ୍ତି । ତେବେ ଆମ୍ବେଦକର ଜୟନ୍ତୀ ଶୋଭାଯାତ୍ରାରେ ହୋଇଥିବା ବିଶୃଙ୍ଖଳା ଓ ମାଡପିଟ ଘଟଣାରେ ବିବ୍ରତ ହେବା ପରେ ଗାଁ ଛାଡି ପଳୟାନ କରୁଛନ୍ତି ଲୋକେ । ମଙ୍ଗଳବାର ପ୍ରାୟ ୩୦୦ ଲୋକ ସେମାନଙ୍କର ଜିନିଷପତ୍ର ସହିତ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ

ଜୟପୁର: ରାଜସ୍ଥାନର ଭରତପୁର ଜିଲ୍ଲା ଅନ୍ତର୍ଗତ କୁମହେର ଅଞ୍ଚଳର ସାହା ଗାଁର ଦଳିତ ସମ୍ପ୍ରଦାୟ ଲୋକେ ଗାଁ ଛାଡି ପଳେଇ ଯାଉଛନ୍ତି । ତେବେ ଆମ୍ବେଦକର ଜୟନ୍ତୀ ଶୋଭାଯାତ୍ରାରେ ହୋଇଥିବା ବିଶୃଙ୍ଖଳା ଓ ମାଡପିଟ ଘଟଣାରେ ବିବ୍ରତ ହେବା ପରେ ଗାଁ ଛାଡି ପଳୟାନ କରୁଛନ୍ତି ଲୋକେ । ମଙ୍ଗଳବାର ପ୍ରାୟ ୩୦୦ ଲୋକ ସେମାନଙ୍କର ଜିନିଷପତ୍ର ସହିତ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଛନ୍ତି ।

ସେହିପରି ଜିଲ୍ଲାପାଳ ଲୋକଙ୍କ ସହ ଆଲୋଚନା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୃତି ଦେବାରେ ଲୋକେ ଗାଁକୁ ଫେରିଛନ୍ତି । ଏପଟେ ଏହି ସମ୍ପ୍ରଦାୟର ଲୋକଙ୍କ କହିବା ଅନୁଯାୟୀ, ଅନ୍ୟ ଗୋଷ୍ଠୀର ଲୋକ ଆକ୍ରମଣ କରିବା ସହ ମାରପିଟ୍‌ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏଥିସହ ଏହି ଘଟଣା ପରେ ତୁରନ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ଜିଲ୍ଲାପାଳ ଆଲୋକ ରଂଜନ କହିଛନ୍ତି ।

ସେହିଭଳି ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ଚଢାଉ ଜାରି ରହିଛି । ତେବେ ଏପ୍ରିଲ ୧୪ରେ, ଡକ୍ଟର ଭୀମ ରାଓ ଆମ୍ବେଦକର ଜୟନ୍ତୀ ଅବସରରେ ଜାଟଭ ସମ୍ପ୍ରଦାୟର ଲୋକମାନେ ଭରତପୁର ଜିଲ୍ଲାର କୁମହର ଅଞ୍ଚଳର ସାହି ଗ୍ରାମରେ ଏକ ଶୋଭାଯାତ୍ରା କରିଥିଲେ । ଶୋଭା ଯାତ୍ରାରେ ଗାଁର ମୁଷ୍ଠିମେୟ ଲୋକମାନେ ପଥର ଫିଙ୍ଗିଥିଲେ ।

ଅନ୍ୟପଟେ ଏହି ଘଟଣାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏପଟେ ପୂରା ମାମଲାରେ ଉଭୟ ପକ୍ଷ ପରସ୍ପର ବିରୋଧରେ ଏତଲା ଦେଇଥିଲେ । ସମଗ୍ର ମାମଲାରେ ୨୯ଜଣଙ୍କ ବିରୋଧରେ ଆକ୍ରମଣ ମାମଲା ରୁଜୁ କରିଛି ପୋଲିସ । ମାମଲା ରୁଜୁ କରି ପୋଲିସ ତିନି ଜଣଙ୍କୁ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.