ETV Bharat / bharat

ଆରବ ସାଗରରେ 'ଗୁଲାବ'ର ପୁନର୍ଜନ୍ମ, 'ଶାହିନ' ରୂପରେ ଦେଖାଇବ ଶକ୍ତି

author img

By

Published : Sep 29, 2021, 6:22 PM IST

Updated : Sep 29, 2021, 6:58 PM IST

ଆରବ ସାଗରରେ 'ଗୁଲାବ'ର ପୁନର୍ଜନ୍ମ, 'ଶାହିନ' ରୂପରେ ଦେଖାଇବ ଶକ୍ତି
ଆରବ ସାଗରରେ 'ଗୁଲାବ'ର ପୁନର୍ଜନ୍ମ, 'ଶାହିନ' ରୂପରେ ଦେଖାଇବ ଶକ୍ତି

ଗୁଲାବର ଗର୍ଜନ ଏବେବି ଥମିନଥିବା ବେଳେ ଆଉ ଏକ ବାତ୍ୟା 'ଶାହିନ' ଦେଖାଇପାରେ ନିଜ ଶକ୍ତି । ଗୁଲାବର ଅବଶିଷ୍ଟାଂଶ ଶାହିନ ଅକ୍ଟୋବର ପହିଲା ସୁଦ୍ଧା ଆରବ ସାଗରରେ ବାତ୍ୟାର ରୂପ ଧାରଣ କରିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଘୁ ଘୁ ଗର୍ଜନରେ ବର୍ଷା ବିତ୍ପାତ ରଚି ଓଡିଶା ଛାଡିସାରିଥିବା ବାତ୍ୟା ଗୁଲାବର ପୁନର୍ଜନ୍ମ । ଗୁଲାବର ଗର୍ଜନ ଏବେବି ଥମିନଥିବା ବେଳେ ଆଉ ଏକ ବାତ୍ୟା 'ଶାହିନ' ଦେଖାଇପାରେ ନିଜ ଶକ୍ତି । ଗୁଲାବର ଅବଶିଷ୍ଟାଂଶ ଶାହିନ ଅକ୍ଟୋବର ପହିଲା ସୁଦ୍ଧା ଆରବ ସାଗରରେ ବାତ୍ୟାର ରୂପ ଧାରଣ କରିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ଗୁଲାବର ଗଭୀର ଅବପାତର ଅବଶିଷ୍ଟାଂଶ ସେପ୍ଟେମ୍ବର ୩୦ରେ ଉତ୍ତର-ପୂର୍ବ ଆରବ ସାଗରରେ ଏବଂ ଗୁଜୁରାଟ ଉପକୂଳରେ ପ୍ରବେଶ କରିପାରେ। ଏହାର ପରବର୍ତ୍ତୀ ୨୪ଘଣ୍ଟା ମଧ୍ୟରେ ଏହା ଉତ୍ତର-ପୂର୍ବ ଆରବ ସାଗରରେ ଆହୁରି ତୀବ୍ର ହେବାର ଆଶଙ୍କା ରହିଥିବା ଅନୁମାନ କରୁଛି ପାଣିପାଗ ବିଭାଗ ।

ସୂଚନା ଅନୁଯାୟୀ, ଆରବ ସାଗର ମଧ୍ୟରେ ହିଁ ସୃଷ୍ଟି ହେବ ବାତ୍ୟା ଶାହିନ । ଏହା ପାକିସ୍ତାନ ମୁହାଁ ହେବ ବୋଲି କୁହାଯାଉଛି । ଏହାପ୍ରଭାବରେ ମରାଠୱାଡା, ମଧ୍ୟ ମହାରାଷ୍ଟ୍ର, କୋଙ୍କଣରେ ମୂଷଳଧାରାରେ ବର୍ଷା ହେବାର ରହିଛି ଆଶଙ୍କା । ଏହାର ସବୁଠୁ ଅଧିକ ପ୍ରଭାବ ମହାରାଷ୍ଟ୍ର ଓ ଗୁଜୁରାଟ ଉପରେ ପଡିପାରେ । ଏନେଇ ଆଗାମୀ ୨ରୁ ୩ ଦିନ ବେଶ ଗୁରୁତ୍ବପୂର୍ଣ୍ଣ ଥିବାରୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

୩୦ ସେପ୍ଟେମ୍ବରରେ ଘୁର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ଆରବ ସାଗରରେ ପହଁଞ୍ଚିବ । ଏହାପରେ ଏଠାରେ ବଦଳିବ ତାର ରୂପ । ଏହା ବାତ୍ୟାର ରୂପ ନେଇ ମହାରାଷ୍ଟ୍ର ଓ ଗୁଜରାଟରେ ନିଜର ପ୍ରଭାବ ଦେଖାଇବ । ବର୍ତ୍ତମାନର ସୂଚନା ଅନୁଯାୟୀ, ଏହି ବାତ୍ୟା ଭାରତର ପଶ୍ଚିମ ଉପୂକଳରେ ସ୍ଥଳଭାଗ ଛୁଇଁବ ନାହିଁ । ଏହା ମହାରାଷ୍ଟ୍ର ଓ ଗୁଜୁରାଟ ଉପକୂଳ ଦେଇ ପାକିସ୍ତାନ ମୁହାଁ ହେବ ଓ ପରେ ଓମାନ ଆଡକୁ ଗତି କରିବ ।

Last Updated :Sep 29, 2021, 6:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.