ETV Bharat / bharat

ଚିକେନ ରୋଲ ନ ଦେବାରୁ ହୋଟେଲରେ ନିଆଁ ଲଗାଇଲେ ଦୁର୍ବୃତ୍ତ

author img

By

Published : Dec 14, 2022, 11:07 PM IST

ଚିକେନ ରୋଲ ନ ଦେବାରୁ ହୋଟେଲରେ ନିଆଁ ଲଗାଇଲେ ଦୁର୍ବୃତ୍ତ
ଚିକେନ ରୋଲ ନ ଦେବାରୁ ହୋଟେଲରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ହନୁମନ୍ତନଗରରେ ଚିକେନ ରୋଲ ନ ଦେବାରୁ ହୋଟେଲରେ ଲଗାଇଲେ ନିଆଁ । ଏନେଇ ଘଟଣା ସ୍ଥଳରୁ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ଚିକେନ ରୋଲ ନ ଦେବାରୁ ହୋଟେଲରେ ଲଗାଇଲେ ନିଆଁ । ଏଭଳି ଘଟଣା ଘଟିଛି ସହରର ହନୁମନ୍ତନଗରରେ । ଏନେଇ ଅଭିଯୁକ୍ତଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ ।

ସୂଚନା ଅନୁଯାୟୀ, ଦେବରାଜ ଓ ତା' ର ସାଙ୍ଗମାନେ ବିଳମ୍ବିତ ରାତିରେ ହନୁମନ୍ତନଗର ଥାନା ନିକଟସ୍ଥ କୁମାର ହୋଟେଲକୁ ଚିକେନ ରୋଲ ଖାଇବାକୁ ଯାଇଥିଲେ । କିନ୍ତୁ ହୋଟେଲ ବନ୍ଦ କରାଯିବା ନେଇ ସମୟ ହୋଇଯାଇଥିବାରୁ ହୋଟେଲ ମାଲିକ ରୋଲ ନାହିଁ ବୋଲି କହି ମନା କରିଦେଇଥିଲେ । ଏହାକୁ ନେଇ ହୋଟେଲ କର୍ମଚାରୀ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ଝଗଡା ହୋଇଥିବା ସହ କର୍ମଚାରୀ ମାନେ ସେମାନଙ୍କୁ ମାଡ ମଧ୍ୟ ମାରିଥିଲେ ।

ଏହା ପରେ ଦେବରାଜ ଏବଂ ତାଙ୍କ ସାଙ୍ଗମାନେ ପେଟ୍ରୋଲ ପମ୍ପକୁ ଯାଇ ବୋତଲରେ ଦୁଇ ଲିଟର ପେଟ୍ରୋଲ କିଣିଥିଲେ । ହୋଟେଲ କର୍ମଚାରୀଙ୍କ କୋଠରୀରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ପୋଲିସ କହିଛି । ରୁମର କବାଟ ଓ ଝରକା ଉପରେ ପେଟ୍ରୋଲ ଢାଳି ଲଗାଯାଇଥିଲା ନିଆଁ । କିନ୍ତୁ ଘଟଣା ସ୍ଥଳରେ କର୍ମଚାରୀମାନେ ଅଳ୍ପକେ ବର୍ତ୍ତିଯାଇଥିଲେ । ଅନ୍ୟପଟେ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତ ଦେବରାଜ ଏବଂ ଗଣେଶଙ୍କୁ ଗିରଫ କରିଥିବା ବେଳେ ଏହି ଅପରାଧରେ ଜଡିତ ଅନ୍ୟମାନଙ୍କୁ ପୋଲିସ ଖୋଜିବା ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.