ETV Bharat / bharat

କୋର୍ଟ ପରିସରରେ ଗୁଳିକାଣ୍ଡ, ତଦନ୍ତ କରିବ କ୍ରାଇମବ୍ରାଞ୍ଚ

author img

By

Published : Sep 25, 2021, 12:39 PM IST

କୋର୍ଟ ପରିସରରେ ଗୁଳିକାଣ୍ଡ, ତଦନ୍ତ କରିବ କ୍ରାଇମବ୍ରାଞ୍ଚ
କୋର୍ଟ ପରିସରରେ ଗୁଳିକାଣ୍ଡ, ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଦିଲ୍ଲୀ ସ୍ଥିତ ରୋହିଣୀ କୋର୍ଟରେ ଘଟିଥିବା ଗୁଣିକାଣ୍ଡର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କଲା ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଗତକାଲି(ଶୁକ୍ରବାର) ଦିଲ୍ଲୀ ସ୍ଥିତ ରୋହିଣୀ କୋର୍ଟରେ ଘଟିଥିବା ଗୁଳିକାଣ୍ଡର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ଦିଲ୍ଲୀ ପୋଲିସ ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି । ସେପଟେ ପୋଲିସ ସନ୍ଦେହରେ ଥିବା ଟିଲ୍ଲୁଖୁ ଖୁବଶୀଘ୍ର ରିମାଣ୍ଡରେ ନିଆଯିବ ।

ଆଜି(ଶନିବାର) ମଧ୍ୟ ମାମଲାରେ ମୃତ ୩ କଏଦୀଙ୍କ ମୃତଦେହ ରୋହିଣୀ ସ୍ଥିତ ଆମ୍ବେଦକର ହସ୍ପିଟାଲରେ ବ୍ୟବଚ୍ଛେଦ କରାଯିବ । ଏଥିପାଇଁ ହସ୍ପିଟାଲ ମଧ୍ୟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:ଦିଲ୍ଲୀ ରୋହିଣୀ କୋର୍ଟ ପରିସରରେ ଗୁଳିକାଣ୍ଡ, ଗ୍ୟାଙ୍ଗଷ୍ଟାର ଗୋଗିଙ୍କ ସହ ୩ ମୃତ

ସୂଚନାନୁସାରେ, ରୋହିଣୀ କୋର୍ଟରେ ଗୁଳି ବିନିମୟରେ ମୃତ୍ୟୁ ଘଟିଥିବା ତିନି ଜଣ ହେଉଛନ୍ତି ଜିତେନ୍ଦ୍ର ଗୋଗୀ, ରାହୁଲ ତ୍ୟାଗୀ ଏବଂ ସୋନିପତ ବାସିନ୍ଦା ଜଗଦୀପ ଜଗ୍ଗା । ରାହୁଲଙ୍କ ବିରୋଧରେ ଅନେକ ହତ୍ୟା ମାମଲା ପୂର୍ବରୁ ରୁଜୁ ହୋଇ ଥିବାବେଳେ ଜଗଦୀପଙ୍କ କୌଣସି ପୁରୁଣା ଅପରାଧିକ ରେକର୍ଡ ପୋଲିସ ଏପର୍ଯ୍ୟନ୍ତ ପାଇ ନାହିଁ ।

ପୋଲିସ ଏହା ମଧ୍ୟ ଜାଣିବାକୁ ପାଇଛି ଯେ, ସେ ତା'ର ପରିବାର ସଦସ୍ୟଙ୍କୁ ରୋହିଣୀ କୋର୍ଟରେ ଚାକିରି ପାଇଥିବା କହିଥିଲା । ଟ୍ରେନିଂ ପାଇଁ ଯାଉଛି ଏବଂ ଆଗାମୀ କିଛି ଦିନ ପାଇଁ ମୋବାଇଲ୍ ଫୋନ୍ ବନ୍ଦ ରହିବ ବୋଲି ମିଛରେ କହିଥିଲା । ସେପଟେ ରାହୁଲ ନାଁରେ ଦିଲ୍ଲୀ ପୋଲିସ 50,000 ଟଙ୍କା ପୁରସ୍କାର ଘୋଷଣା କରିଥିଲା ।

ସେପଟେ ଜେଲରେ ଥିବା ସୁନୀଲ ମାନ୍ ଛଦ୍ମନାମ ଟିଲୁଙ୍କ ନିର୍ଦ୍ଦେଶରେ କୋର୍ଟରେ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ଅନୁମାନ କରୁଛି । ତେଣୁ ଆଜି ଟିଲ୍ଲୁକୁ ରିମାଣ୍ଡରେ ନେଇ ପଚରାଉଚରା କରିବ ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.