ଦିଲ୍ଲୀ ରୋହିଣୀ କୋର୍ଟ ପରିସରରେ ଗୁଳିକାଣ୍ଡ, ଗ୍ୟାଙ୍ଗଷ୍ଟାର ଗୋଗିଙ୍କ ସହ ୩ ମୃତ

author img

By

Published : Sep 24, 2021, 2:12 PM IST

Updated : Sep 24, 2021, 2:46 PM IST

ଦିଲ୍ଲୀ ରୋହିଣି କୋର୍ଟ ପରିସରରେ ଗୁଳିକାଣ୍ଡ

ଦିଲ୍ଲୀ ରୋହିଣୀ କୋର୍ଟରେ ଆଜି(ଶୁକ୍ରବାର) ଘଟିଥିବା ଗୁଳିକାଣ୍ଡରେ ଗ୍ୟାଙ୍ଗଷ୍ଟାର ଗୋଗିଙ୍କ ସହିତ ୩ ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରୋହିଣୀ କୋର୍ଟରେ ନିକଟରେ ଆଜି(ଶୁକ୍ରବାର) ଅପରାହ୍ନରେ ଘଟିଛି ଗୁଳିକାଣ୍ଡ । ଏହି ଗୁଳିକାଣ୍ଡରେ ଗ୍ୟାଙ୍ଗଷ୍ଟାର ଜିତେନ୍ଦ୍ର ଓରଫ ଗୋଗି ସମେତ ଅନ୍ୟ ୨ ଜଣଙ୍କର ମୃ୍ତ୍ୟୁ ଘଟିଛି । ଗୋଗିକୁ ଅଦାଲତରେ ହାଜର କରିବା ସମୟରେ ଆକ୍ରମଣକାରୀ ଏହି ଗୁଳିବର୍ଷଣ କରିଥିଲେ ।

ଦିଲ୍ଲୀ ରୋହିଣି କୋର୍ଟ ପରିସରରେ ଗୁଳିକାଣ୍ଡ, ଗ୍ୟାଙ୍ଗଷ୍ଟାର ଗୋଗିଙ୍କ ସହ ୩ ମୃତ

ଆକ୍ରମଣକାରୀମାନେ ଗୁଳିବର୍ଷଣ କରିବା ପରେ ସୁରକ୍ଷାକର୍ମୀମାନେ ମଧ୍ୟ ଗୁଳି ଚାଳନା କରିଥିଲେ । ଏଥିରେ ୨ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଛି । ଏହି ଆକ୍ରମଣକାରୀ ଆଇନଜୀବୀଙ୍କ ଡ୍ରେସକୋଡରେ ଆସି ଗୁଳିକାଣ୍ଡ ଘଟାଇଥିଲେ । ପ୍ରାଥମିକ ସୂଚନା ଅନୁସାରେ ଗୁଳିକାଣ୍ଡ ପରେ ଗ୍ୟାଙ୍ଗଷ୍ଟାର ଗୋଗିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ତେବେ ସୂଚନା ଥାଉ କି ଗୋଗିକୁ ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ ଅର୍ଗାନାଇଜଡ୍‌ କ୍ରାଇମ ଆକ୍ଟର (MCOCA) ଅନୁସାରେ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ଟିମ ଏପ୍ରିଲରେ ଗିରଫ କରିଥିଲା । ଏହି ଗ୍ୟାଙ୍ଗଷ୍ଟାର ହତ୍ୟା, ଅପହରଣ ଓ ପୋଲିସ ଉପରେ ଆକ୍ରମଣ ଆଦି ଅପରାଧରେ ଜଡ଼ିତ ଥିଲା । ଗିରଫ ପରେ ଗୋଗିକୁ ଜେଲରେ ରଖାଯାଇଥିଲା । ତେବେ ଶୁକ୍ରବାର ପୋଲିସ ଗୋଗିକୁ କୋର୍ଟରେ ହାଜର କରିବା ସମୟରେ ଘଟିଛି ଏହି ଗୁଳିକାଣ୍ଡ ।

ଆକ୍ରମଣକାରୀଙ୍କୁ ନିଜ ପରିଚୟ ଲୁଚାଇବା ପାଇଁ ଆଇନଜୀବୀଙ୍କ ଡ୍ରେସକୋଡ ପିନ୍ଧି ଆକ୍ରମଣ କରିଥିଲେ । ତେବେ ମୃ୍ତ୍ୟୁ ଘଟିଥିବା ୨ ଆକ୍ରମଣକାରୀଙ୍କ ସମ୍ପର୍କରେ ବର୍ତ୍ତମାନ କୌଣସି ସୂଚନା ମିଳିନାହିଁ । ଦିଲ୍ଲୀ ପୋଲିସର କହିବା ଅନୁସାରେ ମୋଟ ୩ଜଣଙ୍କ ମୃତ୍ୟୁ ଘଟିଛି । ପୋଲିସ ଏ ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 24, 2021, 2:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.