ETV Bharat / bharat

ଏତେ ବଡ ରୁଟି ଦେଖିଛନ୍ତି କି ? ରାଜସ୍ଥାନରେ ପ୍ରସ୍ତୁତ ହେଲା ‘ମହାରୁଟି’

author img

By ETV Bharat Odisha Team

Published : Oct 8, 2023, 10:32 PM IST

ବିଶ୍ୱ ରେକର୍ଡ ଲକ୍ଷ୍ୟରେ 'ମହାରୁଟି', ଜନ୍ମଦିନରେ ପ୍ରସ୍ତୁତ ହେଲା ୧୭୧ କିଲୋର ରୁଟି
ବିଶ୍ୱ ରେକର୍ଡ ଲକ୍ଷ୍ୟରେ 'ମହାରୁଟି', ଜନ୍ମଦିନରେ ପ୍ରସ୍ତୁତ ହେଲା ୧୭୧ କିଲୋର ରୁଟି

ବିଜେପି ନେତାଙ୍କ ଜନ୍ମ ଦିନରେ ବିଶାଳକାୟ ରୁଟି ପ୍ରସ୍ତୁତ ହୋଇଛି,ଏହାକୁ ଗିର୍ନିଜ ବୁକ ଅଫ ରେକର୍ଡରେ ସ୍ଥାନ ଦେବା ପାଇଁ ଆବେଦନ କରାଯାଇଛି । ଅଧିକ ପଢନ୍ତୁ

ରାଜସ୍ଥାନ: ବର୍ତ୍ତମାନ ସମୟରେ ଲୋକଙ୍କୁ ଧରିଛି ରେକର୍ଡ କରିବାର ନିଶା । କିଏ ଆକାଶରେ ଉଡିତ ଆଉ କିଏ ପାହାଡ ଚଢି ବିଶ୍ବ ରେକର୍ଡ କରୁଛନ୍ତି । କିନ୍ତୁ ରାଜସ୍ଥାନରେ ଜଣେ ବିଜେପି ନେତାଙ୍କ ଜନ୍ମ ଦିନରେ ବିଶାଳକାୟ ରୁଟି ପ୍ରସ୍ତୁତ କରି ଚର୍ଚ୍ଚାରେ ରହିଛନ୍ତି । ଏହାକୁ ବିଶ୍ବର ସର୍ବବୃହତ ରୁଟି ଦାବି କରାଯାଇ ଗିର୍ନିଜ ବୁକ ଅଫ ରେକର୍ଡରେ ସ୍ଥାନ ଦବା ପାଇଁ ଆବେଦନ କରାଯିବା ସହ ଇଣ୍ଟରନ୍ୟାସନାଲ ବୁକ ଅପ ରେକର୍ଡ ମଧ୍ୟ ସ୍ଥାନିତ କରିବା ପାଇଁ ଆବେଦନ କରାଯାଇଛି । ଏହାର ନାମ 'ମହାରୁଟି' ରଖାଯାଇଛି । ଏହି ମହାରୁଟିର ଓଜନ ପ୍ରାୟ ୧୭୧ କିଲୋ , ଏହାକୁ ୨୧ ଜଣ ପ୍ରସ୍ତୁତ କରିଥିବା ଜଣାପଡିଛି । ଏହାକୁ ତିଆରି କରିବା ପାଇଁ ପ୍ରାୟ ୫ ଘଣ୍ଟାରୁ ଅଧିକ ସମୟ ଲାଗିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ ଏହାକୁ ବିଜେପି ମୁଖପାତ୍ର ତଥା ରାଜସ୍ଥାନୀ ଜନମଞ୍ଚ ଜିଲ୍ଲା ସଭାପତି କୈଳାସ ଶୋନିଙ୍କ ଜନ୍ମ ଦିନରେ ପ୍ରସ୍ତୁତ କରାଯାଇଛି । ଏହି ମହାରୁଟିକୁ ହରି ସେବା ଉଦାସିନ ଆଶ୍ରମରେ ପ୍ରସ୍ତୁତ କରାଯାଇଥିବା ବେଳେ ସେଠାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ରୂପେ ବଣ୍ଟନ କରାଯାଇଛି । ଏଥିରେ ୧୧୦ ଅଟା, ୧୦ ମଇଦା ,୧୦ ଦେଶି ଘିଅର ବ୍ୟବହାର କରାଯାଇଛି । ଏହାକୁ ଏକ ସ୍ବତନ୍ତ୍ର ପାତ୍ରରେ ତିଆରି କରାଯାଇଥିଲା । ଏଥିରେ ମହାରାଷ୍ଟର, ମଧ୍ୟପ୍ରଦେଶ ,ଏବଂ ରାଜସ୍ଥାନର କାରିଗର ମାନେ ନିୟୋଜିତ ଥିବା ସୂଚନ ମିଳିଛି ।

ଏହା ମଧ୍ୟ ପଢନ୍ତୁ....ଇତିହାସ ରଚିଲେ ଭାରତୀୟ ମହିଳା, ବିଶ୍ବର ଉଚ୍ଚତମ ରାସ୍ତା ଉମଲିଙ୍ଗ ଲା ଅତିକ୍ରମ କରି ବିଶ୍ବ ରେକର୍ଡ

କୈଳାସ ଶୋନି କହିଛନ୍ତି," ମୋର ଜନ୍ମଦିନରେ ଏକ ବଡ ରୋଟି ତିଆରି କରାଯାଇଥିଲା । ଏହି ମହାରୁଟିକୁ ସ୍ବତନ୍ତ୍ର କାରିଗରଙ୍କୁ ଦ୍ବାରା ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନର ଯୁବପିଢି ସେମାନଙ୍କ ଜନ୍ମଦିନରେ କେକ୍‌ କାଟି ପାଳନ କରୁଥିବା ବେଳେ ପୁରୁଣା ସଂସ୍କୃତିକୁ ଭୁଲି ଯାଇଛନ୍ତି । ସେଥିପାଇଁ ମୁଁ ଏହି ମହାରୁଟି ପ୍ରସ୍ତୁତ କରି ଏକ ଅଭିନବ ପ୍ରୟାସ କରିଛି |"

ପୂର୍ବରୁ ଗୁଜୁରାଟର ଜାମନଗରରେ ଏହି ଭଳି ଏକ ବୃହତ ରୁଟି ପ୍ରସ୍ତୁତ କରାଯାଇଥିଲା । ଯାହାର ଓଜନ ପ୍ରାୟ ୧୪୫ କିଲୋ ରହିଥିଲା ଏହା ଗିର୍ନିଜ ବୁକ ଅଫ୍‌ ରେକର୍ଡରେ ସ୍ଥାନ ପାଇଥିଲା । ଏହା ପରେ ବର୍ତ୍ତମାନ ରାଜସ୍ଥାନର ଭିଲୱାରା ଠାରେ କୈଳାସ ଶୋନିଙ୍କ ଜନ୍ମ ଦିନରେ ପ୍ରସ୍ତୁତ ହୋଇଥିବା ଏହି ୧୭୧ କିଲୋର ମହାରୁଟି ବିଶ୍ବ ରେକର୍ଡ କରିବ ବୋଲି ଆଶା ରହିଛି ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.