ETV Bharat / bharat

ଇତିହାସ ରଚିଲେ ଭାରତୀୟ ମହିଳା, ବିଶ୍ବର ଉଚ୍ଚତମ ରାସ୍ତା ଉମଲିଙ୍ଗ ଲା ଅତିକ୍ରମ କରି ବିଶ୍ବ ରେକର୍ଡ

author img

By ETV Bharat Odisha Team

Published : Sep 10, 2023, 10:04 AM IST

ବିଶ୍ବ ରେକର୍ଡ ରଚିଲେ ଭାରତୀୟ ମହିଳା ସବିତା ମହତୋ । ବିଶ୍ବର ସବୁଠାରୁ ଉଚ୍ଚତମ ରାସ୍ତା ଉମଲିଙ୍ଗ ଲାରେ ଦୌଡି ଏହାକୁ ଅତିକ୍ରମ କରି ଏହି ବିଶ୍ବ ରେକର୍ଡ । ଅଧିକ ପଢ଼ନ୍ତୁ

ସବିତା ମହତୋ
ସବିତା ମହତୋ

ପାଟନା: ପୁଣି ବିଶ୍ବ ରେକର୍ଡ ରଚିଲେ ଭାରତୀୟ ମହିଳା । ବିଶ୍ବର ସବୁଠାରୁ ଉଚ୍ଚତମ ରାସ୍ତା ଉମଲିଙ୍ଗ ଲାରେ ଦୌଡି ଏହାକୁ ଅତିକ୍ରମ କରି ଏହି ରେକର୍ଡ କରିଛନ୍ତି । ପ୍ରଥମ ମହିଳା ଭାବରେ ବିହାରର ସାଇକେଲ ଚାଳକ ସବିତା ମହତୋ ଏହି ରେକର୍ଡ କରିବା ସହ ନାରୀ ସଶକ୍ତିକରଣର ଉଦାହରଣ ପାଲଟିଛନ୍ତି ।

ବିହାର ଛପରାର ପାନାପୁର ଗାଁରେ ରହୁଥିବା ସବିତା ମହତୋ ବିଶ୍ବର ପ୍ରଥମ ମହିଳା ଭାବରେ ଦୁନିଆର ସବୁଠାରୁ ଉଚ୍ଚତମ ମଟୋରୋ ଚାଳିତ ରାସ୍ତା ଉମଲିଙ୍ଗ ଲାରେ ଦୌଡି ଏହାକୁ ଅତିକ୍ରମ କରିଛନ୍ତି । ତେବେ ସେଠାରେ ପହଞ୍ଚିବା ପାଇଁ ସବିତାଙ୍କୁ 19 ଦିନ ସମୟ ଲାଗିଥିଲା । ସେ ଅଗଷ୍ଟ 19ରେ ମୋନାଲିରୁ ନିଜର ଦୌଡ଼ିବା ଆରମ୍ଭ କରିଥିଲେ । ଏହାସହ ସେପ୍ଟେମ୍ବର 5ରେ ଦୁନିଆର ସବୁଠାରୁ ଉଚ୍ଚ ରାସ୍ତା ଉମଲିଙ୍ଗ ଲାରେ ପହଞ୍ଚି ଇତିହାସ ରଚିଛନ୍ତି ।

ସବିତା ମୋହତ କହିଛନ୍ତି, ‘‘ଦୁନିଆର ସବୁଠାରୁ ଉଚ୍ଚତମ ରାସ୍ତାକୁ ଅତିକ୍ରମ କରିବା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଥିଲା । ଉମଲିଙ୍ଗ ଲାର ଦୂରତା ସମୁଦ୍ର ପତ୍ତନ ଠାରୁ 19024 ଫୁଟ ଅଟେ । ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ସବିତା ମନାଲି ଠାରୁ ଦୌଡ଼ିବା ଆରମ୍ଭ କରିଥିଲି । 100 କି.ମି ଅତିକ୍ରମ କରିବା ପରେ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ଅନୁଭବ ହୋଇଥିଲା । ଏହାସହ ପାଣିପାଗର ସ୍ଥିତି ମଧ୍ୟ ସମସ୍ୟା ଉପୁଜାଇଥିଲା । କାରଣ ସେତେବେଳେ ପ୍ରବଳ ବର୍ଷା ହେଉଥିଲା । ଦେଶର ପ୍ରଥମ ମହିଳା ଭାବରେ ଦୁନିଆର ସବିଠାରୁ ଉଚ୍ଚତମ ରାସ୍ତା ଅତିକ୍ରମ କରିଥିବାରୁ ବହୁତ ଖୁସି ଅନୁଭବ କରୁଛି ।’’

ସବିତାଙ୍କ ଏହି ମିଶନରେ ସୁଲଭ ଆନ୍ତର୍ଜାତିକ ସାମାଜିକ ସେବା ସଂଗଠନର ବହୁତ ବଡ଼ ଅବଦାନ ରହିଛି । ପୂର୍ବରୁ ସବିତା 2022 ଜୁନ 5ରେ ଦୁନିଆର ସବିଠାରୁ ଉଚ୍ଚତମ ରାସ୍ତାକୁ ଚଢ଼ିବା ପାଇଁ ସାଇକେଲ ଯୋଗେ ଦିଲ୍ଲୀରୁ ବାହାରିଥିଲେ । 2022 ଜୁନ 28 ରେ 5798 ମିଟର ରାସ୍ତାକୁ ସାଇକେଲରେ ଅତିକ୍ରମ କରି ଇତିହାସ ରଚିଥିଲେ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବ ଚମ୍ପିଆନ ହେବାକୁ ମୋ ପାଖରେ ସମସ୍ତ ଦକ୍ଷତା ଓ ସାମର୍ଥ୍ୟ ଅଛି : ପ୍ରଜ୍ଞାନାନନ୍ଦ

ସବିତା କହିଛନ୍ତି ଯେ, ତାଙ୍କର ସ୍ବପ୍ନ ଏବେ ପର୍ଯ୍ୟନ୍ତ ମଧ୍ୟ ପୂରଣ ହୋଇନାହିଁ । ମାଉଣ୍ଟ ଏଭରେଷ୍ଟ ଉପରେ ତ୍ରିରଙ୍ଗା ଉଡାଇବା ତାଙ୍କର ସ୍ବପ୍ନ। ତେବେ ଏଥିପାଇଁ ସରକାରଙ୍କ ସହ ସାଧାରଣ ଲୋକମାନଙ୍କର ସହଯୋଗ ମିଳିଲେ ସେ ତାଙ୍କର ଏହି ସ୍ବପ୍ନକୁ ପୁରଣ କରିପାରିବେ । ସବିତା ଜଣେ ନିମ୍ନ ମଧ୍ୟବିତ୍ତ ପରିବାରରରୁ ଆସିଛନ୍ତି । ନିଜ ସ୍ବପ୍ନକୁ ପୂରଣ କରିବା ପାଇଁ ସେ ଅନେକ ଅସୁବିଧାର ସାମ୍ନା କରିଛନ୍ତି ।

ଏହାସହ ସବିତା କହିଛନ୍ତି, "ମୋ ସ୍ବପ୍ନ କେବଳ ପର୍ବତ ଆରୋହି, ସାଇକେଲ ଚଳାଳି ଏବଂ ଧାବିକା ହେବା ନୁହେଁ ବରଂ ମହିଳା ସଶକ୍ତିକରଣ କରିବା ମୋର ଲକ୍ଷ୍ୟ" । ତେବେ ସବିତା ପ୍ରଥମ ମହିଳା ଭାବରେ 173 ଦିନରେ 29ଟି ରାଜ୍ୟକୁ ସାଇକେଲ ମାଧ୍ୟମରେ ଅତିକ୍ରମ କରିଛନ୍ତି । 2016 ରୁ 2019 ମସିହା ମଧ୍ୟରେ 7000 ମିଟରରୁ ଅଧିକ ଦୂରତା ପର୍ବତ ଚଢ଼ି ସାରିଛନ୍ତି । 2019ରେ 7120 ମିଟର ମାଉଣ୍ଟ ତ୍ରୀଶୁଳକୁ ମଧ୍ୟ ଅତିକ୍ରମ କରିଛନ୍ତି ସବିତା । ଏହାସହ 2022ରେ ବିଶ୍ବର ସବୁଠାରୁ ଉଚ୍ଚ ଉମଲିଙ୍ଗ ଲାକୁ ସାଇକେଲରେ ଅତିକ୍ରମ କରିବାର କୀର୍ତ୍ତିମାନ କରିଛନ୍ତି ସବିତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.