ETV Bharat / bharat

India Corona: ଦେଶରେ ୨୦ ହଜାରରୁ ଅଧିକ ପଜିଟିଭ

author img

By

Published : Jul 24, 2022, 9:52 AM IST

India Corona: ଦେଶରେ ୨୦ ହଜାରୁ ଅଧିକ ସଂକ୍ରମିତ ଚିହ୍ନଟ
India Corona: ଦେଶରେ ୨୦ ହଜାରୁ ଅଧିକ ସଂକ୍ରମିତ ଚିହ୍ନଟ

ଦେଶରେ ବଢୁଛି ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 20,279 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଛି । କିଛି ଦିନ ହେବ ଦୈନକ ସଂକ୍ରମଣ ମାମଲା 20 ହଜାର ଉପରେ ରହିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 20,279 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 20,279 fresh Covid Cases) । ଦିନକରେ 36 ଜଣ ଆକ୍ରାନ୍ତ ଆଖି ବୁଜିଥିବା ବେଳେ 18,143 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥସଂଖ୍ୟା 4,32,10,522କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଦେଢ ଲକ୍ଷ ଅତିକ୍ରମ କରିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 1,52,200କୁ ବୃଦ୍ଧି ପାଇଛି । ଏବେ ସୁଦ୍ଧା ସମୁଦାୟ 5,26,033 ଜଣ କୋରୋନା ସଂକ୍ରମଣ ପ୍ରାଣ ହରାଇଛନ୍ତି । ଦେଶବ୍ୟାପୀ ମୋଟ 200 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 28,83,489 ଜଣଙ୍କୁ ଟିକା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.