ETV Bharat / bharat

India Corona: ଦେଶରେ ପୁଣି ୨୧ ହଜାର ଡେଇଁଲା ସଂକ୍ରମଣ

author img

By

Published : Jul 23, 2022, 9:48 AM IST

India Corona: ଦେଶରେ ପୁଣି ୨୧ ହଜାର ଡେଇଁଲା ସଂକ୍ରମଣ
India Corona: ଦେଶରେ ପୁଣି ୨୧ ହଜାର ଡେଇଁଲା ସଂକ୍ରମଣ

ଦେଶରେ ବଢୁଛି ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 21,411 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ । ଲଗାତାର ତୃତୀୟ ଦିନରେ ସଂକ୍ରମଣ ମାମଲା 21 ହଜାର ଉପରେ ରହିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 21,411 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 21,411 fresh Covid Cases) । ଏହାସହିତ ଦେଶରେ ସକ୍ରିୟ ମାମଲା ଏବେ ଦେଢ ଲକ୍ଷ ପାର୍ କରିଛି । ଅନ୍ୟପଟେ ସଂକ୍ରମଣ ବଢିବା ସହ ମୃତ୍ୟୁସଂଖ୍ୟା ମଧ୍ୟ କ୍ରମଶଃ ବୃଦ୍ଧି ପାଉଛି । ଦିନକରେ 67 ଜଣ ଆକ୍ରାନ୍ତ ଆଖି ବୁଜିଥିବା ବେଳେ 20,726 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 1,49,482କୁ ବୃଦ୍ଧି ପାଇଛି । ଏବେ ସୁଦ୍ଧା ସମୁଦାୟ 5,25,997 କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି ଏବଂ ମୋଟ 4,31,92,379 ଜଣ ସୁସ୍ଥ ହୋଇଛନ୍ତି । ଦେଶବ୍ୟାପୀ ମୋଟ 200 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 34,93,209 ଜଣଙ୍କୁ ଟିକା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.