ETV Bharat / bharat

Congress President Poll: ବିବାଦ ଶେଷ, ସେପ୍ଟେମ୍ବର ୨୨ରେ ପ୍ରକାଶ ପାଇବ ବିଜ୍ଞପ୍ତି

author img

By

Published : Sep 11, 2022, 8:50 PM IST

Congress President Poll: ସେପ୍ଟେମ୍ବର ୨୨ରେ ପ୍ରକାଶ ପାଇବ ବିଜ୍ଞପ୍ତି
Congress President Poll: ସେପ୍ଟେମ୍ବର ୨୨ରେ ପ୍ରକାଶ ପାଇବ ବିଜ୍ଞପ୍ତି

ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ଦଳର ଆଗାମୀ ସଭାପତିଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଏ ନେଇ ସୂଚନା ଦେଇଛନ୍ତି କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ କଂଗ୍ରେସର ଆଗାମୀ ସଭାପତିଙ୍କ ପାଇଁ ବିଜ୍ଞପ୍ତି (Congress President Poll Notification) ପ୍ରକାଶ ପାଇବ । ନାମାଙ୍କନ ସମାପ୍ତ ହେବା ପୂର୍ବରୁ ନିର୍ବାଚନ ତାଲିକା ପ୍ରକାଶନକୁ ନେଇ ବିବାଦର ସମାପ୍ତ ଘଟିଛି ବୋଲି ରବିବାର କହିଛନ୍ତି କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରି (Central Election Authority chairman Madhusudan Mistry ) ।

ଏ ନେଇ ସେ କହିଛନ୍ତି, "ହଁ, ଏ ନେଇ ଆମେ ଖୁବଶୀଘ୍ର ଘୋଷଣା କରିବୁ । ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ନାମାଙ୍କନ ଦାଖଲ ପ୍ରକ୍ରିୟା ସେପ୍ଟେମ୍ବର ୨୪ରୁ ୩୦ ମଧ୍ୟରେ ଅନୁଷ୍ଠିତ ହେବ ।" ଇଟିଭି ଭାରତ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଏ ନେଇ ସ୍ପଷ୍ଟ କରିଛନ୍ତି କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ଅଧ୍ୟକ୍ଷ । ମେଡିକାଲ ଯାଞ୍ଚ ପାଇଁ ବିଦେଶ ଯାଇଥିବା କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ ଅନଲାଇନରେ କଂଗ୍ରେସ ୱାର୍କିଂ କମିଟି ବୈଠକ (CWC meeting)ରେ ଅଧ୍ୟକ୍ଷତା କରିଥିଲେ । ତେବେ ଗତ ଅଗଷ୍ଟ ୨୮ରେ ସଂଶୋଧିତ କାର୍ଯ୍ୟସୂଚୀକୁ ସେ ଅନୁମୋଦିତ କରିଥିଲେ ।

ନାମାଙ୍କନ ଦାଖଲକୁ ନେଇ ମିସ୍ତ୍ରୀ କହିଛନ୍ତି, "ଯେଉଁମାନେ ନାମାଙ୍କନ ଦାଖଲ କରିବେ, ସେମାନଙ୍କୁ ଅତି କମରେ ୧୦ ଜଣ ପ୍ରତିନିଧୀ ସମର୍ଥନ କରିବାକୁ ପଡିବ । ଥରେ ସେମାନେ ସେମାନଙ୍କର ନାମାଙ୍କନ ଦାଖଲ କରିବା ପରେ ଦଳର ସାମ୍ବିଧାନିକ ନିୟମ ଅନୁଯାୟୀ ସେମାନଙ୍କୁ ନିର୍ବାଚନ ତାଲିକାର ଏକ କପି ପ୍ରଦାନ କରାଯିବ । ଏହାପରେ ସେପ୍ଟେମ୍ବର ୩୦ ତାରିଖରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହେବା ପରେ ଏହି ତାଲିକା ପ୍ରକାଶ ପାଇବ ।"

ସୂଚନା ଥାଉ କି, ଗତ ୨୦୨୦ ଏବଂ ୨୦୨୧ ମସିହାରେ ଏହି ପୋଲ ପାଇଁ ଯୋଜନା କରାଯାଇଥିଲା । କିନ୍ତୁ କୋଭିଡ ମହାମାରୀ ଯୋଗୁଁ ଏହା ହୋଇପାରିନଥିଲା । ୨୦୨୧ ଅକ୍ଟୋବରେ ଦଳ ଏକ କାର୍ଯ୍ୟସୂଚୀ ଚୂଡାନ୍ତ କରିସାରିଛି, ଯାହା ଅନୁଯାୟୀ ଚଳିତ ବର୍ଷ ସେପ୍ଟେମ୍ବର ୨୧ ସୁଦ୍ଧା ମତଦାନ ହେବ । କିନ୍ତୁ ତାହା ମଧ୍ୟ ୧ ମାସ ବିଳମ୍ବ ହେବ । ଅର୍ଥାତ ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୮ ତାରିଖ ହେବ ଏବଂ ଯଦି ଏକାଧିକ ପ୍ରାର୍ଥୀ ଅଛନ୍ତି ତେବେ ଅକ୍ଟୋବର ୧୭ରେ ମତଦାନ ହେବ । ଫଳାଫଳ ଅକ୍ଟୋବର ୧୯ରେ ପ୍ରକାଶ ପାଇବ ।

କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କ ଅସୁସ୍ଥତା ଏବଂ ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଦ୍ବିତୀୟ କାର୍ଯ୍ୟକାଳ ପାଇଁ ଅନିଚ୍ଛା ପ୍ରକାଶ କରିବା ପରେ ଆଗାମୀ କଂଗ୍ରେସ ସଭାପତିଙ୍କ ଉପରେ ସାରା ଦେଶର ନଜର ରହିଛି । ଦଳର ଅନେକ ବରିଷ୍ଠ ନେତା ରାହୁଲଙ୍କୁ ପୁଣିଥରେ କଂଗ୍ରେସ ସଭାପତି କରିବା ସପକ୍ଷରେ ଯୁକ୍ତି ବାଢିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.