ETV Bharat / bharat

ପାଇଲଟଙ୍କ ବିରୋଧରେ ହେବନି କାର୍ଯ୍ୟାନୁଷ୍ଠାନ ! ପାଇଲଟ-ଗେହେଲଟ ପ୍ୟାଚ-ଅପ ଚାହୁଁଛି କଂଗ୍ରେସ

author img

By

Published : Apr 12, 2023, 10:39 PM IST

ପାଇଲଟଙ୍କ ବିରୋଧରେ ହେବନି କାର୍ଯ୍ୟାନୁଷ୍ଠାନ ! ପାଇଲଟ-ଗେହେଲଟ ପ୍ୟାଚଅପ ଚାହୁଁଛି କଂଗ୍ରେସ
ପାଇଲଟଙ୍କ ବିରୋଧରେ ହେବନି କାର୍ଯ୍ୟାନୁଷ୍ଠାନ ! ପାଇଲଟ-ଗେହେଲଟ ପ୍ୟାଚଅପ ଚାହୁଁଛି କଂଗ୍ରେସ

ପାଇଲଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନପାରେ କଂଗ୍ରେସ । ଗେହେଲଟ ପାଇଲଟ ପ୍ୟାଚ-ଅପ ଚାହୁଁଛି ଦଳ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କଂଗ୍ରେସ ଶାସିତ ରାଜସ୍ଥାନରେ ଜାରି ରହିଥିବା ଦଳୀୟ ଅନ୍ତକନ୍ଦଳ ପୁଣି ସମଗ୍ର ଦେଶର ଚର୍ଚ୍ଚାର କେନ୍ଦ୍ରରେ ରହିଛି । ତାଗିଦ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ବିରୋଧରେ ଅଘୋଷିତ ମୋର୍ଚ୍ଚା ଖୋଲିଛନ୍ତି ଦଳର ଯୁବନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ । ଗତାକାଲି (ମଙ୍ଗଳବାର) ଭିନ୍ନଢଙ୍ଗରେ ଦୁର୍ନୀତି ଆଳରେ ଦିନିକିଆ ଅନଶନ କରି ପରୋକ୍ଷରେ ନିଜ ଅସନ୍ତୋଷ ଦେଖାଇଥିବା ପାଇଲଟଙ୍କ ବିରୋଧରେ ଦଳ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପରି ସଙ୍କେତ ମିଳୁନାହିଁ ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପୂର୍ବ ବିବାଦକୁ ପ୍ରଶମିତ କରିବାରେ ଦଳ ଗୁରୁତ୍ବରୋପ କରୁଛି । ଅଶୋକ ଗେହେଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦର ପ୍ୟାଚଅପ କରି ଦଳ ଆଗକୁ ବଢିବାକୁ ଚାହୁଁଛି । ଗତକାଲି ଦଳୀୟ ତାଗିଦ୍‌ ସତ୍ତ୍ବେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ନିଜର ଚର୍ଚ୍ଚିତ ଦିନିକିଆ ଅନଶନ ଶେଷ କରିଥିଲେ । କାର୍ଯ୍ୟକ୍ରମ ସ୍ଥଳରେ କଂଗ୍ରେସ ପତାକା କିମ୍ବା ଦଳର ଅନ୍ୟ କୌଣସି ଚିହ୍ନ ନଥିଲା ବେଳେ କେବଳ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବ୍ୟାନର ତଳେ ଦିନିକିଆ ଅନଶନ ଶେଷ କରିଥିଲେ ପାଇଲଟ । ଏଥିରେ ପାଇଲଟଙ୍କର କିଛି ସହଯୋଗୀ ଓ ସମର୍ଥକ ମଧ୍ୟ ସାମିଲ ହୋଇଥିଲେ ।

ସଂଧ୍ୟା ପ୍ରାୟ ସାଢେ 4ଟାରେ ସଚିନଙ୍କ ଅନଶନ ଶେଷ କରି ଗଣମାଧ୍ୟମକୁ ସମ୍ବୋଧିତ କରି ପରୋକ୍ଷ ଭାବେ ଗେହେଲଟଙ୍କ ଉପରେ ବର୍ଷିଥିଲେ । ସିନ୍ଧିଆ ସରକାରରେ ହୋଇଥିବା ଦୁର୍ନୀତି ଅଭିଯୋଗ କିଛି ନୂଆ କଥା ନୁହେଁ ବରଂ ଏହା ସମ୍ପର୍କରେ ରାଜ୍ୟବାସୀ ଅବଗତ । ହେଲେ ବାରମ୍ବାର ଦାବି ପରେ ମଧ୍ୟ ଏହା ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇ ନାହିଁ ବୋଲି ପାଇଲଟ କହିଥିଲେ ।

ଏହା ମଧ୍ୟ ପଢନ୍ତୁ:-Rajasthan politics: ଗେହଲଟଙ୍କ ବିରୋଧରେ ଅନଶନ କଲେ ସଚିନ ପାଇଲଟ

ଗତକାଲି ‘ବସୁନ୍ଧରା ସରକାରର ଦୁର୍ନୀତି ବିରୋଧରେ ଆନ୍ଦୋଳନ’ ଶୀର୍ଷକ ବ୍ଯାନର ତଳେ ଦିନିକିଆ ଅନଶନରେ ଏକାଠି ହୋଇଥିଲେ ସିନ୍ଧିଆ ଗୋଷ୍ଠୀ । ବ୍ୟାନରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଏକ ବିଶାଳ ଫଟୋ ଚିତ୍ର ଥିବା ବେଳେ ଇଂରାଜୀରେ 'Protest against Corruption in Vasundhara Government' ଲେଖାଯାଇଥିଲା । ହେଲେ ବ୍ୟାନର ସମେତ ସମ୍ପୂର୍ଣ୍ଣ ଧାରଣା ସ୍ଥଳରେ କଂଗ୍ରେସର ଚିହ୍ନବର୍ଣ୍ଣ ମଧ୍ୟ ନଥିଲା । ଯାହା କେବଳ ସିନ୍ଧିଆ ସରକାର ଦୁର୍ନୀତି ଆଳରେ ଦଳୀୟ ଅନ୍ତକନ୍ଦଳ ବୋଲି ଚର୍ଚ୍ଚା ହେଉଛି ।

ଦୁର୍ନୀତି ଓ ନିଜ ଦଳର ସରକାରୀ ନିଷ୍କ୍ରିୟତା ଆଳରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ବିରୋଧୀ କୁହାଯାଉଥିବା ପାଇଲଟ ଗେହେଲଟଙ୍କୁ ଟାର୍ଗେଟ କରିଛନ୍ତି ବୋଲି ମଧ୍ୟ ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି । ହେଲେ ଏପରି ପରୋକ୍ଷ ଶକ୍ତି ପ୍ରଦର୍ଶନ କରିଥିବା ପାଇଲଟଙ୍କ ଉପରେ ଦଳ କିଛି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରି ମନେ କରାଯାଉଥିବା ବେଳେ ଏପରି ସେପରି ଚର୍ଚ୍ଚା ମଧ୍ୟ ଅସ୍ତିତ୍ବ ହରାଇବା ପରି ଲାଗୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.