ETV Bharat / bharat

Uniform Civil Code: ୟୁସିସି ଲାଗୁ କରିବାରେ ପ୍ରଥମ ରାଜ୍ୟ ହେବ ଉତ୍ତରାଖଣ୍ଡ !

author img

By ETV Bharat Odisha Team

Published : Nov 11, 2023, 4:40 PM IST

ୟୁନିଫର୍ମ ସିଭିଲ୍ କୋଡ୍ କାର୍ଯ୍ୟକାରୀ କରିବାରେ ଉତ୍ତରାଖଣ୍ଡ ହୋଇପାରେ ପ୍ରଥମ ରାଜ୍ୟ । ଖୁବଶିଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଡ୍ରାଫ୍ଟ ରିପୋର୍ଟ ଦେବ ଅନୁଧ୍ୟାନ କମିଟି । ଦୀପାବଳି ପରେ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ଡାକିପାରନ୍ତି ଧାମି ସରକାର । ଅଧିକ ପଢନ୍ତୁ

Uniform Civil Code: ଖୁବଶିଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଡ୍ରାଫ୍ଟ ରିପୋର୍ଟ ପ୍ରଦନ କରିବ କମିଟି
Uniform Civil Code: ଖୁବଶିଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଡ୍ରାଫ୍ଟ ରିପୋର୍ଟ ପ୍ରଦନ କରିବ କମିଟି

ଡେରାଡୁନ: ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ଲାଗୁ ପ୍ରକ୍ରିୟା ଆଉ ପାଦେ ଆଗେଇବାକୁ ଯାଉଛି । ଏହାର କାର୍ଯ୍ୟକାରିତା ଅନୁଧ୍ୟାନ କରିବା ରାଜ୍ୟ ସରକାର ଗଠନ କରିଥିବା କମିଟି ଡ୍ରାଫ୍ଟ ରିପୋର୍ଟ ଖୁବଶିଘ୍ର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ପ୍ରଦାନ କରିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ ଦେବା ପରେ ଏହାକୁ କାର୍ଯ୍ୟକାରୀ କରିବା ନେଇ ସରକାରୀ ପ୍ରକ୍ରିୟା ଆରମ୍ଭ ହେବ । ଦୀପାବଳି ପରେ ଧାମି ସରକାର ଏକ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ଆହୁତ କରି ଏହି ବିଲ୍‌ ପାସ କରିବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି । ତେବେ ଯଦି ଏହା କରିବାରେ ପୁଷ୍କର ସିଂ ଧାମି ସରକାର ସଫଳ ହୁଏ, ତେବେ ଉତ୍ତରାଖଣ୍ଡ ଏକକ ନାଗରିକ ସଂହିତା କାର୍ଯ୍ୟକାରୀ କରିବାରେ ସମଗ୍ର ଦେଶର ପ୍ରଥମ ରାଜ୍ୟ ହେବ ।

ଉତ୍ତରାଖଣ୍ଡର ଧାମି ସରକାର ଅବସରପ୍ରାପ୍ତ ବିଚାରପତି ରଞ୍ଜନା ପ୍ରକାଶ ଗୋସାଇଙ୍କ ନେତୃତ୍ୱରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) କାର୍ଯ୍ୟକାରିତା ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । ଏହି କିମିଟି ଏହି ନିୟମକୁ ଲାଗୁ କରିବାର ସମସ୍ତ ଦିଗ ଉପରେ ଅନୁଧ୍ୟାନ କରିଥିଲା । ଦୀର୍ଘ ସମୟ ଧରି ବିଚାରବିମର୍ଶ ଓ ସାଧାରଣ ଲୋକଙ୍କ ଜନମତ ସଂଗ୍ରହ କରିବା ପରେ ଏହି କମିଟି ୟୁନିଫର୍ମ ସିଭିଲ କୋଡର କାର୍ଯ୍ୟକାରିତା ନେଇ ଏକ ଡ୍ରାଫ୍ଟ (ଚିଠା ପ୍ରସ୍ତାବ) ପ୍ରସ୍ତୁତ କରିଛି । ଯାହାକୁ କମିଟି ନିକଟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ପ୍ରଦାନ କରିବ । ଏହାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଅନୁଧ୍ୟାନ କରିବ । ଏହା ପରେ ରାଜ୍ୟ କ୍ୟାବିନେଟ ଏହି ପ୍ରସ୍ତାବିତ ଡ୍ରାଫ୍ଟକୁ ଅନୁମୋଦନ ଦେବା ପରେ ଏହାକୁ ନେଇ ବିଲ୍‌ ପ୍ରସ୍ତୁତ ହେବ । ଦୀପାବଳି ପରେ ସ୍ବତନ୍ତ୍ର ବିଧାନସଭା ଅଧିବେଶନରେ ଏହି ବିଲ୍‌ ଗୃହରେ ଆଗତ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ:- Rajasthan: ରକ୍ଷକ ସାଜିଲା ଭକ୍ଷକ, ଥାନାରେ ୪ ବର୍ଷୀୟା ଶିଶୁ ସହ ଦୁଷ୍କର୍ମ ! ପ୍ରବଳ ଉତ୍ତେଜନା


ନିକଟରେ ଏନେଇ କେନ୍ଦ୍ର ସରକାର ମଧ୍ୟ ଏହି ନିୟମକୁ ସମଗ୍ର ଦେଶରେ ଲାଗୁ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ୮ ଜଣିଆ ଉଚ୍ଚସ୍ତରୀୟ କମିଟି ଏହାର ଅନୁଧ୍ୟାନ ଜାରି ରଖିଛନ୍ତି । ଏହି କମିଟିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସଦସ୍ୟ ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦେଶକୁ ଗୋଟିଏ ପରିବାର ସହ ତୂଳନା କରି ଭିନ୍ନ ଭିନ୍ନ ଆଇନ ରହିପାରିବ ନାହିଁ ବୋଲି କହିସାରିଛନ୍ତି । ୨୦୨୪ ନର୍ବାଚନ ପରେ ନୂଆ ସରକାର ଆସିଲେ ଏହି ଆଇନକୁ କାର୍ଯ୍ୟକାରୀ କରାଯିବା ନେଇ ବିଜେପି ସରକାର ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି । ଏହାକୁ ମୁସଲିମ ପର୍ସନାଲ ଲ’ ବୋର୍ଡ ସମେତ ଅନ୍ୟ କିଛି ବିରୋଧୀ ରାଜନୈତିକ ଦଳ ବିରୋଧ ମଧ୍ଯ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.