ETV Bharat / bharat

Rajasthan: ରକ୍ଷକ ସାଜିଲା ଭକ୍ଷକ, ଥାନାରେ ୪ ବର୍ଷୀୟା ଶିଶୁ ସହ ଦୁଷ୍କର୍ମ ! ପ୍ରବଳ ଉତ୍ତେଜନା

author img

By ETV Bharat Odisha Team

Published : Nov 11, 2023, 3:58 PM IST

ରାଜସ୍ଥାନ ଦୌସାରେ ଥାନାରେ ୪ ବର୍ଷୀୟା ଶିଶୁକୁ କାର୍ଯ୍ୟରତ ପୋଲିସ ଅଧିକାରୀ ଦୁଷ୍କର୍ମ କରିଥିବା ଅଭିଯୋଗ । ଅଭିଯୁକ୍ତ ଗିରଫ । ଆନ୍ଦୋଳନ ବେଳେ ଉତ୍ତେଜନା । ଅଧିକ ପଢନ୍ତୁ

Rajasthan: ଥାନାରେ ବର୍ଷୀୟା ଶିଶୁ ସହ ଦୁଷ୍କର୍ମ ! ପ୍ରବଳ ଉତ୍ତେଜନା
Rajasthan: ଥାନାରେ ବର୍ଷୀୟା ଶିଶୁ ସହ ଦୁଷ୍କର୍ମ ! ପ୍ରବଳ ଉତ୍ତେଜନା

ଜୟପୁର: ରାଜସ୍ଥାନରେ ଲଜ୍ଜା । ଥାନା ଭିତରେ ଜଣେ ୪ ବର୍ଷୀୟା ଶିଶୁ ସହ ଜଣେ କାର୍ଯ୍ୟରତ ସବ-ଇନ୍ସପେକ୍ଟର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରାଜସ୍ଥାନର ଦୌସା ଜିଲ୍ଲା ରୁହୁଓ୍ବାସ ଥାନାରେ ଗତକାଲି ଅପରାହ୍ନରେ ଏହି ଘଟଣା ଘଟିଥିବା ଅଭିଯୋଗ ହେବା ପରେ ଆଜି ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୁକ୍ତ ସବ-ଇନ୍ସପେକ୍ଟରଙ୍କ ନାମ ଭୂପେନ୍ଦ୍ର ସିଂ ଓ ତାଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି । ବିଜେପି କାର୍ଯ୍ୟକର୍ତ୍ତା ଓ ଶତାଧିକ ସ୍ଥାନୀୟ ବାସିନ୍ଦା ଆଜି ପୂର୍ବାହ୍ନରେ ଥାନା ଘେରାଉ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ପ୍ରତିବାଦ ବେଳେ ଉତ୍ତେଜନାମୂଳକ ସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା ।

  • #WATCH | Jaipur, Rajasthan: On the alleged rape of a minor girl by police personnel in Dausa, Bajrang Singh Shekhawat, ASP Dausa says, " Case registered as per the complaint received and an investigation officer has been appointed and the probe is being done...accused will be… pic.twitter.com/KA2ngKY30U

    — ANI (@ANI) November 11, 2023 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, ଗତକାଲି ସବଇନସପେକ୍ଟର ଭୁପେନ୍ଦ୍ର ସିଂ ଏହି ୪ ବର୍ଷୀୟା ଶିଶୁକୁ ପ୍ରଲୋଭନ ଦେଖାଇ ଥାନା ପରିସରରେ ଥିବା ତାଙ୍କ କୋଠରୀକୁ ଡାକି ଦୁଷ୍କର୍ମ କରିଥିଲେ । ପରେ ଏନେଇ ଶିଶୁର ପରିବାର ସଦସ୍ୟ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । ଘଟଣା ନେଇ ସ୍ଥାନୀୟ ଏସଏସପି ବଜରଙ୍ଗ ସି ସେଖାଓ୍ବତ କହିଛନ୍ତି, ପୀଡିତା ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ମାମଲା ପଞ୍ଜିକୃତ ହୋଇସାରିଛି । ଏକ ତଦନ୍ତକାରୀ ଟିମ ତଦନ୍ତ ଆରମ୍ଭ କରିସାରିଛି । ଅଭିଯୁକ୍ତ ଏସଆଇଙ୍କୁ ଗିରଫ କରାଯାଇ ଜେରା କରାଯାଉଛି । ପୀଡିତାଙ୍କ ଡାକ୍ତରମାଇନା ସହ ବୟାନ ରେକର୍ଡ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି । ଅନ୍ୟ କେହି ପୋଲିସ ଅଧିକାରୀ କିମ୍ବା କର୍ମଚାରୀ ସମ୍ପୃକ୍ତ ଥିଲେ ସେମାନଙ୍କୁ ମଧ୍ୟ ଗିରଫ କରାଯିବା ନେଇ ଏସଏସପି ବଜରଙ୍ଗ କହିଛନ୍ତି ।


ଏହା ମଧ୍ୟ ପଢନ୍ତୁ:- Nabarangpur Shocker: ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ, ୨ ଶିକ୍ଷକ ଅଟକ

ଅନ୍ୟପଟେ ବିଧାନସଭା ନର୍ବାଚନ ସୟମରେ ଏପରି ଜଘନ୍ୟକାଣ୍ଡକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ବିଜେପି ଏହି ପ୍ରସଙ୍ଗରେ ଅଶୋକ ଗେହେଲଟ ନେତୃତ୍ବାଧୀନ କଂଗ୍ରେସ ସରକାର ଉପରେ ବର୍ଷିଛି । ବିଜେପି ସାଂସଦ କରୋଡୀ ଲାଲ ମିନା ନିଜେ ଥାନା ଘେରାଉରେ ସାମିଲ ହୋଇଥିଲେ । ଗେହେଲଟଙ୍କ ଅପାରଗ ଶାସନ ପାଇଁ ପୋଲିସ ନିରଙ୍କୁଶ ହୋଇସାରିଛି । ନିର୍ବାଚନ ସମୟରେ ମଧ୍ୟ ଶିଶୁ ସହ ଏକ କୁକର୍ମ ଘଟିଛି ବୋଲି ସାଂସଦ ମିନା ଟ୍ବିଟ କରିଛନ୍ତି । ଆଜି ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ବାସିନ୍ଦା ଥାନା ଘେରିବା ସହ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଘଟଣାସ୍ଥଳରେ ବ୍ୟାପକ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ଏହି ଘଟଣା ରାଜ୍ୟ ରାଜନୀକୁ ମଧ୍ୟ ସରଗରମ କରିବାକୁ ଆରମ୍ଭ କଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.