ETV Bharat / bharat

ବାର୍ଥ ଡେ ସେଲିବ୍ରେସନ ବେଳେ ଗୁଳି ଫୁଟାଉଥିଲେ ଯୁବକ, ଚାଲିଗଲା ବାଳିକାର ଜୀବନ

author img

By

Published : Dec 4, 2022, 7:00 PM IST

ବାର୍ଥ-ଡେ ସେଲିବ୍ରେସନ ବେଳେ ଗୁଳି ଫୁଟାଉଥିଲେ ଯୁବକ, ଚାଲିଗଲା ବାଳିକାର ଜୀବନ
ବାର୍ଥ-ଡେ ସେଲିବ୍ରେସନ ବେଳେ ଗୁଳି ଫୁଟାଉଥିଲେ ଯୁବକ, ଚାଲିଗଲା ବାଳିକାର ଜୀବନ

ବିହାର ନାଳନ୍ଦାରେ ଅଭାବନୀୟ ଘଟଣା । ବାର୍ଥ-ଡେ ସେଲିବ୍ରେସନ ବେଳେ ଗୁଳି ଫୁଟାଉଥିବା ବେଳେ ଚାଲିଗଲା ନାବାଳିକାର ଜୀବନ (girl killed in firing during birthday party)। ସମସ୍ତ ଅଭିଯୁକ୍ତ ଫେରାର । ପୋଲିସ ଆରମ୍ଭ କଲା ତଦନ୍ତ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଜନ୍ମଦିନ ପାଳନରେ ଫାଏରିଂ ସଉକ ଜଣେ ନାବାଳିକାର ଜୀବନ ନେଇଗଲା । ବିହାର ନାଳନ୍ଦାର ଦୀପନଗର ଥାନା କ୍ଷେତ୍ର ଅଧୀନ ଗଂଜପର ଗ୍ରାମରେ ଏପରି ଅଭାବନୀୟ ଘଟଣା ଘଟିଛି (girl killed in firing during birthday party) । ଗୁଳି ଲାଗିବା ପରେ ନାବାଳିକାକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା । ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ମୃତ ନାବାଳିକା ସ୍ଥାନୀୟ ବାଲେ ଯାଦବଙ୍କ 12 ବର୍ଷୀୟା ନାବାଳିକା କନ୍ୟା ଟୁସି କୁମାରୀ ବୋଲି ଜଣାପଡିଛି ।

ମୃତକଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁସାରେ ଗ୍ରାମରେ ଏକ ବାର୍ଥ-ଡେ ପାର୍ଟି ସେଲିବ୍ରେସନ ଜାରି ରହିଥିଲା । ନାଚଗୀତ ଚାଲିଥିବା ଯୋଗୁ ନାବାଳିକାଟି ଦେଖିବାକୁ ସେଠାରେ ପହଞ୍ଚିଥିଲା । ସେଠାରେ କିଛି ଯୁବକ ବନ୍ଧୁକ ବାହାର କରି ଗୁଳି ଫୁଟାଇବା ଆରମ୍ଭ କଲେ । ହଠାତ ଏକ ଗୁଳି ନାବାଳିକା ଦେହରେ ବାଜିଥିଲା । ତାକୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ବଞ୍ଚାଯାଇ ପାରିନଥିଲା । ତେବେ ଅଘଟଣ ପରେ ମସସ୍ତ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଖବର ପାଇ ସ୍ଥାନୀୟ ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ କରାଇଛି । ବାର୍ଥ-ଡେ ପାର୍ଟିରେ ଫାଏରିଂ ଜାରି ରହିଥିବା ସମ୍ପର୍କରେ ପୂର୍ବରୁ କୌଣସି ସୂଚନା ପୋଲିସ ନିକଟରେ ନଥିଲା ବୋଲି ସ୍ଥାନୀୟ ଥାନାଧିକାରୀ ସୂଚନା ଦେଇଛନ୍ତି । ଘଟଣାର ତଦନ୍ତ ଆରମ୍ଭ ହୋଇଛି । ସମସ୍ତ ଫେରାର ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବା ନେଇ ମଧ୍ୟ ସ୍ଥାନୀୟ ଥାନାଧିକାରୀ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.