ETV Bharat / bharat

Centre ordinance: କେଜ୍ରିୱାଲକୁ ସମର୍ଥନ ଘୋଷଣା କଲେ ଅଖିଳେଶ

author img

By

Published : Jun 8, 2023, 9:08 AM IST

ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁୁତି ଦେଲେ ଅଖିଳେଶ
ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁୁତି ଦେଲେ ଅଖିଳେଶ

କେନ୍ଦ୍ର ଆଣିଥିବା ଅଧ୍ୟାଦେଶକୁ ରାଜ୍ୟସଭାରେ ପାରିତ ନକରିବା ପାଇଁ ଅଖିଳେଶ ଯାଦବଙ୍କ ସାହାଯ୍ୟ ଲୋଡିଲେ କେଜ୍ରୱାଲ। ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁୁତି ଦେଲେ ଅଖିଳେଶ। ଅଧିକ ପଢନ୍ତୁ ନାହିଁ

ହାଇଦ୍ରାବାଦ: ଦିଲ୍ଲୀରେ ପ୍ରଶାସନିକ କ୍ଷମତାକୁ ନେଇ ତେଜୁଛି ରାଜନୀତି । ଦିଲ୍ଲୀର ପ୍ରଶାସନିକ ନିୟନ୍ତ୍ରଣ ପାଇଁ କେନ୍ଦ୍ର ଆଣିଥିବା ଅଧ୍ୟାଦେଶକୁ ନେଇ ବିରୋଧୀଙ୍କ ସହଯୋଗ ଲୋଡିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହି କ୍ରମରେ କେଜ୍ରିୱାଲ ୟୁପିରେ ପହଞ୍ଚି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ଭେଟ କରିଥିଲେ । ଏହି ଅଧ୍ୟାଦେଶକୁ ରାଜ୍ୟ ସଭାରେ ପାରିତ ନକରିବା ପାଇଁ ଅଖିଳେଶଙ୍କ ଠାରୁ ସହାୟତା ଲୋଡିଥିଲେ କେଜ୍ରିୱାଲ । କେଜ୍ରିୱାଲ କହିଥିଲେ,‘‘ ଦିଲ୍ଲୀର ଜନତା ଭୋଟ ଦେଇ ସରକାର ଗଠନ କରିଛନ୍ତି । କିନ୍ତୁ ସେ ସରକାର ପାଖରେ ନିଷ୍ପତ୍ତି ନେବାର ଅଧିକାର ରହିବ ନାହିଁ । ଦିଲ୍ଲୀବାସୀଙ୍କ କଲ୍ୟାଣ ପାଇଁ ସରକାର କିଛି କରିପାରିବ ନାହିଁ । ତାହାଲେ ଦିଲ୍ଲୀବାସୀଙ୍କ ଭୋଟର ମୂଲ୍ୟ କ’ଣ । କେନ୍ଦ୍ରର ଏକଛତ୍ରବାଦୀ ନୀତି ଦ୍ବାରା ହନ୍ତସନ୍ତ ହେବେ ଦିଲ୍ଲୀବାସୀ । ଏହି ଅଧ୍ୟାଦେଶ ଦିଲ୍ଲୀବାସୀଙ୍କ ପାଇଁ ମଙ୍ଗଳମୟ ନୁହେଁ ।’’

  • Lucknow | If non-BJP parties come together then this ordinance can be defeated in Rajya Sabha and it will send a strong message that the Modi govt is not coming to power in 2024. I thank SP chief Akhilesh Yadav who has assured us that his party will support us in Rajya Sabha:… pic.twitter.com/LQOOuEuAoz

    — ANI UP/Uttarakhand (@ANINewsUP) June 7, 2023 " class="align-text-top noRightClick twitterSection" data=" ">

ଏହାପରେ କେଜ୍ରିୱାଲଙ୍କୁ ପୂର୍ଣ୍ଣ ସହଯୋଗ ଦେବା ନେଇ ଅଖିଳେଶ ପ୍ରତିଶୃତି ଦେଇଛନ୍ତି । ଏହାସହ କେନ୍ଦ୍ର ସରକାରର ମନମୁଖୀକୁ ନେଇ ଅଖିଳେଶ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଅଖିଳେଶ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ‘‘କେନ୍ଦ୍ର ମୋଦି ସରକାର କ୍ଷମତା ଲୋଭୀ । ନିଜ କ୍ଷମତାର ଲାଳସାକୁ ପୂର୍ଣ୍ଣ କରିବା ପାଇଁ ଦିଲ୍ଲୀ ସରକାରଙ୍କ କ୍ଷମତା ତାଙ୍କ ଠାରୁ ଛଡେଇ ନବାକୁ ବସିଛି । କେନ୍ଦ୍ର ଦିଲ୍ଲୀରେ ସରକାର, ପ୍ରଶାସନିକ ଅଧିକାର, ପ୍ରଶାସନିକ ଅଧିକାରୀ ସମସ୍ତଙ୍କୁ ନିଜ ଅକ୍ତିଆରେ କରିବା ପାଇଁ ଏପରି ଏକ ଚକ୍ରାନ୍ତ କରୁଛି । ଏହି ଅଧ୍ୟାଦେଶ ନିନ୍ଦନୀୟ । ଏହାକୁ ଗ୍ରହଣ କରାଯାଇ ପାରିବନାହିଁ। ଯଦି କୌଣସି ଅଫିସର ଦୁର୍ନୀତିଗ୍ରସ୍ତ ଥାଏ, କିମ୍ବା ପ୍ରଶାସନିକ କ୍ଷେତ୍ରରେ ପରିବର୍ତ୍ତନ କରିବାର କ୍ଷମତା ରାଜ୍ୟ ସରକାରଙ୍କ ପାଖରେ ରହିବା ଦରକାର । ନା କି ରାଜ୍ୟପାଳଙ୍କ ନିକଟରେ । କେନ୍ଦ୍ରର ଏହି କାର୍ଯ୍ୟକୁ ଆମେ ନିନ୍ଦା କରିବା ସହ ଏହାକୁ ପାସ ନକରିବା ପାଇଁ ସମାଜବାଦୀ ପାର୍ଟି ସହଯୋଗ କରିବ’’ । ଦିଲ୍ଲୀ ସରକାର ଦିଲ୍ଲୀବାସୀଙ୍କ ପାଇଁ ଯେଉଁ କାର୍ଯ୍ୟ କରିଛନ୍ତି ତାକୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତା ବଢି ଯାଇଛି । ଯାହାଫଳରେ ସେ ଏପରି ଏକ ଅଡିନାନ୍ସ ପାସ କରିବାକୁ ଚେଷ୍ଟା କରୁଛି ।

  • #WATCH | Lucknow: The ordinance is anti-democratic. I want to assure CM Arvind Kejriwal that Samajwadi Party is with you and will support you: Samajwadi Party chief Akhilesh Yadav on Centre's ordinance on control of services in Delhi pic.twitter.com/h8rMnD28H6

    — ANI UP/Uttarakhand (@ANINewsUP) June 7, 2023 " class="align-text-top noRightClick twitterSection" data=" ">

ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଶାସନିକ କ୍ଷମତାରେ ରାଜ୍ୟପାଳଙ୍କ ହସ୍ତକ୍ଷପକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ। ସର୍ବୋଚ୍ଚ କୋର୍ଟଙ୍କ ରାୟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ଯାଇଥିଲା । ଦିଲ୍ଲୀର ନିର୍ବାଚିତ ସରକାର ହିଁ ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରିପାରିବ ବୋଲି କୋର୍ଟ କହିଥିଲେ । କୋର୍ଟଙ୍କ ରାୟ ପ୍ରକାଶ ପାଇବାର ମାତ୍ର ଗୋଟିଏ ଦିନ ମଧ୍ୟରେ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଜାରି କରି ଏକ ପ୍ରାଧିକରଣ ଗଠନ କରିଥିଲେ ।

ଏହି ପ୍ରାଧିକରଣ ହିଁ ପ୍ରଶାସନିକ ପ୍ରସଙ୍ଗରେ ଚୂଡାନ୍ତ ନିର୍ଣ୍ଣୟକାରୀ ହେବା ନେଇ ନିୟମ ଆଣିଥିଲେ । ଏହି ପ୍ରାଧିକରଣରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ପଦରେ ଥିଲେ ସୁଦ୍ଧା ସର୍ତ୍ତାବଳୀ ଅନୁସାରେ, ପ୍ରକୃତ କ୍ଷମତା ଉପରାଜ୍ୟପାଳଙ୍କ ନିକଟରେ ନ୍ୟସ୍ତ ରହିବାର ବ୍ୟବସ୍ଥା ରହିଥିଲା । ଏହି ଅଧ୍ୟାଦେଶକୁ ସଂସଦରେ ପାରିତ କରାଇ ନଦେବା ପାଇଁ ବିରୋଧୀଙ୍କ ସମର୍ଥନ ହାସଲ କରିବାରେ ଲାଗିଛନ୍ତି କେଜ୍ରିୱାଲ । ପୂର୍ବରେ ସେ କଂଗ୍ରେସ, ନୀତିଶ କୁମାର, ଶରଦ ପାଓ୍ବାର, ଉଦ୍ଧବ ଠାକରେ ଓ କେସିଆରଙ୍କ ଠାରୁ ସମର୍ଥନ ହାସଲ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.