ETV Bharat / bharat

Delhi liquor Policy Case: 8 ଘଣ୍ଚା ଜେରା ପରେ ମନୀଷ ସିସୋଦିଆ ଗିରଫ

author img

By

Published : Feb 26, 2023, 7:46 PM IST

ଶେଷରେ ଗିରଫ ହେଲେ ମନୀଷ ସିସୋଦିଆ । ସକାଳୁ 8 ଘଣ୍ଟା ଜେରା ପରେ ବାନ୍ଧିଲା ସିବିଆଇ । ଦୀର୍ଘ ଦିନ ହେବ ସ୍କାନରରେ ଥିଲେ । ଅଧିକ ପଢନ୍ତୁ

8 ଘଣ୍ଚା ଜେରା ପରେ ସିସୋଦିଆ ଗିରଫ
8 ଘଣ୍ଚା ଜେରା ପରେ ସିସୋଦିଆ ଗିରଫ

ନୂଆଦିଲ୍ଲୀ: ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା । 8 ଘଣ୍ଟାର ମାରାଥନ ଜେରା ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଶେଷରେ ସିବିଆଇ ଗିରଫ କରିଛି । ଆଜି ପୂର୍ବାହ୍ନ ପ୍ରାୟ 11ରେ ସିସୋଦିଆ ସିବିଆଇ ମୁଖ୍ୟାଳୟରେ ହାଜରେ ହେବା ପରେ ତାଙ୍କୁ ଜେରା ଜାରି ରହିଥିଲା । ସେ ନିଜେ ଓ ତାଙ୍କ ଦଳ ଆମ ଆଦମୀ ପାର୍ଟି ତାଙ୍କ ଗିରଫଦାରୀ ଆଶଙ୍କା ପ୍ରକଟ କରିଥିଲେ । ହେଲେ ଆଜି ସଂଧ୍ୟାରେ ତାଙ୍କୁ କେନ୍ଦ୍ରୀୟ ସଂସ୍ଥା ଗିରଫ କରିଥିବା ଜଣାପଡିଛି । ଗିରଫ ସୂଚନା ଆସିବା ପରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆପ କର୍ମୀମାନେ ହଙ୍ଗାମା ଆରମ୍ଭ କରିଛନ୍ତି ।

ଆଜି ଦିନବ୍ୟାପି ସିସୋଦିଆଙ୍କୁ ଜେରା ପ୍ରତିବାଦରେ ଦଳର କାର୍ଯ୍ୟକର୍ତ୍ତାମାନେ ସିବିଆଇ ମୁଖ୍ୟାଳୟ ବାହାରେ ଧାରଣା ଦେବା ସହ ନାରାବାଜୀ କରିଥିଲେ । ପ୍ରାୟ 50ରୁ ଅଧିକ ଆମ ଆଦମୀ ପାର୍ଟିର ନେତା ଓ କର୍ମୀଙ୍କୁ ଦିଲ୍ଲୀ ପୋଲିସ ସିବିଆଇ ମୁଖ୍ୟାଳୟ ସାମ୍ନାରୁ ଉଠାଇ ନେଇ ଅଟକ ରଖିଥିଲା । ଅଟକ ରହିଥିବା ନେତାଙ୍କ ମଧ୍ୟରେ ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ, ବିଧାୟକ ସୌରଭ ଭରଦ୍ବାଜ, ଗୋପାଲ ରାୟ ପ୍ରମୁଖ ରହିଥିଲେ । ତେବେ ସିସୋଦିଆଙ୍କ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ଓ ଅନ୍ୟ କିଛି ବରିଷ୍ଠ ଦଳୀୟ ନେତା ତାଙ୍କୁ ଉଦ୍ଦେଶ୍ୟମୂଳକ ଗିରଫ କରାଯିବା ନେଇ ଯୋଜନା ହୋଇସାରିଥିବା ଅଭିଯୋଗ କରିଥିଲେ । ପୂର୍ବରୁ ଏକାଧିକ ଥର ଜେରା ଓ ଚଢାଉର ଶିକାର ହୋଇସାରିଥିବା ସିସୋଦିଆ ଆଜି ଶେଷରେ ଗିରଫ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Delhi Excise Policy: ସିବିଆଇରେ ହାଜର ହେବେ ସିସୋଦିଆ, ମାଆଙ୍କ ଆର୍ଶୀବାଦ ନେଇ ଘରୁ ବାହାରିଲେ

ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଦୀର୍ଘଦିନ ହେବ କେନ୍ଦ୍ରୀୟ ସଂସ୍ଥାର ତଦନ୍ତ ପରିସରରେ ରହି ଆସିଥିଲେ ଉପମୁଖ୍ୟମନ୍ତ୍ରୀ ତଥା ଅବକାରୀ ବିଭାଗୀୟ ମନ୍ତ୍ରୀ ମନୀଷ ସିସୋଦିଆ । ସେ ପୂର୍ବରୁ ସମନ ପାଇଥିବା ବେଳେ ସରକାରୀ କାର୍ଯ୍ୟରେ ବ୍ୟସ୍ତତା କାରଣରୁ ଏକ ସପ୍ତାହ ସମୟ ମାଗିଥିଲେ । ତାଙ୍କୁ ଦିଲ୍ଲୀର ବଜେଟ ପ୍ରସ୍ତୁତି କାରଣରୁ ଫେବୃଆରୀ ଶେଷ ପର୍ଯ୍ୟନ୍ତ ସମୟ ଦେବା ପାଇଁ ସେ ସିବିଆଇକୁ ଚିଠି ଲେଖି ଅନୁରୋଧ କରିଥିଲେ । ପରେ ତାଙ୍କୁ ଜାରି ହୋଇଥିବା ସାନି ସମନରେ ସେ ଆଜି ତାରିଖରେ ସିବିଆଇ ମୁଖ୍ୟାଳୟରେ ହାଜର ହୋଇଥିଲେ । ନିଜ ମା’ଙ୍କ ଠାରୁ ଆଶୀର୍ବାଦ ନେଇ ସେ ତଦନ୍ତରେ ସହଯୋଗ କରିବା ପାଇଁ ଯାଉଥିବା ଟ୍ବିଟ ମଧ୍ୟ କରିଥିଲେ । ତେବେ ଏହି ଦୁର୍ନୀତି ମାମଲାରେ ଏହା ସିସୋଦିଆଙ୍କ ବିରୋଧରେ ପ୍ରଥମ କାର୍ଯ୍ୟାନୁଷ୍ଠାନ ନୁହେଁ । ପୂର୍ବରୁ ସିବିଆଇ ତାଙ୍କ ସରକାରୀ କ୍ବାଟର୍ସ ସମେତ ବାସଭବନରେ ମଧ୍ୟ ଚଢାଉ କରିସାରିଛି । ସେହିପରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ସିସୋଦିଆଙ୍କୁ ଜେରା କରିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.