ETV Bharat / bharat

Delhi Excise Policy: ସିବିଆଇରେ ହାଜର ହେବେ ସିସୋଦିଆ, ମାଆଙ୍କ ଆର୍ଶୀବାଦ ନେଇ ଘରୁ ବାହାରିଲେ

author img

By

Published : Feb 26, 2023, 11:01 AM IST

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ଆଜି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜେରା କରିବ ସିବିଆଇ । ଘରୁ ମାଆଙ୍କ ଆର୍ଶୀବାଦ ନେଇ ରାଜଘାଟ ଅଭିମୁଖେ ବାହାରିଛନ୍ତି ସିସୋଦିଆ । ଅଧିକ ପଢନ୍ତୁ

Delhi Excise Policy
cbi to question manish sisodia today

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜି ପୁଣିଥରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜେରା କରିବ ସିବିଆଇ । ମଦ ଦୁର୍ନୀତି ମାମଲାରେ ସିବିଆଇରେ ହାଜର ହେବାକୁ ଘରୁ ମାଆଙ୍କ ଆର୍ଶୀବାଦ ନେଇ ରାଜଘାଟ ଅଭିମୁଖେ ବାହାରି ସାରିଛନ୍ତି ସିସୋଦିଆ । ପୂର୍ବରୁ ତାଙ୍କୁ ଗତ 19 ତାରିଖରେ ସିବିଆଇରେ ହାଜର ହେବାକୁ ସମନ ଜାରି ହୋଇଥିଲା । ମାତ୍ର ଏନେଇ ସପ୍ତାହେ ସମୟ ମାଗିଥିଲେ ସିସୋଦିଆ ।

  • आज फिर CBI जा रहा हूँ, सारी जाँच में पूरा सहयोग करूँगा. लाखों बच्चो का प्यार व करोड़ो देशवासियो का आशीर्वाद साथ है
    कुछ महीने जेल में भी रहना पड़े तो परवाह नहीं. भगत सिंह के अनुयायी हैं, देश के लिए भगत सिंह फाँसी पर चढ़ गए थे. ऐसे झूठे आरोपों की वजह से जेल जाना तो छोटी सी चीज़ है

    — Manish Sisodia (@msisodia) February 26, 2023 " class="align-text-top noRightClick twitterSection" data=" ">

ଏହି ମଦ ଦୁର୍ନୀତି ମାମଲାରେ ତିନି ମାସ ତଳେ ତଦନ୍ତକାରୀ ସଂସ୍ଥା ଦ୍ବାରା କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ ଅଭିଯୁକ୍ତ ଭାବେ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ନାଁ ନଥିଲା । ସିସୋଦିଆ ଏବଂ ଅନ୍ୟ କିଛି ସନ୍ଦିଗ୍ଧଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଥିବାରୁ ଚାର୍ଜସିଟରେ ନାଁ ନଥିବା ସିବିଆଇ କହିଥିଲା ।

ଆଜି ଜେରା ପୂର୍ବରୁ ମନୀଷ ସିସୋଦିଆ ଟ୍ବିଟ କରି କହିଛନ୍ତି, ''ଆଜି ପୁଣି ସିବିଆଇ ଯାଉଛି । ସମସ୍ତ ଯାଞ୍ଚ ପ୍ରକ୍ରିୟାରେ ସହାୟତା କରିବି । କୋଟି କୋଟି ଦେଶବାସୀଙ୍କ ଆର୍ଶୀବାଦ ମୋ ଉପରେ ଅଛି । କିଛି ମାସ ଜେଲରେ ରହିବାକୁ ପଡିବ ତ କିଛି ଅସୁବିଧା ନାହିଁ । ଦେଶ ପାଇଁ ଭଗତ ସିଂହ ଫାଶୀକୁ ଗ୍ରହଣ କରିଥିଲେ । ଏହି ମିଥ୍ୟା ଅଭିଯୋଗରେ ଜେଲ ଯିବା ବହୁତ ଛୋଟ କଥା ।''

ସିବିଆଇ ଜେରା ପାଇଁ ସିସୋଦିଆ ଘରୁ ରାଜଘାଟରେ ଜାତିର ପିତା ମାହାତ୍ମା ଗାନ୍ଧୀଙ୍କୁ ପ୍ରଣାମ କରିଛନ୍ତି । ଘରୁ ହସି ହସି ବିଜୟ ସାଇନ ଦେଇ ବାହାରିଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ଆପ କର୍ମକର୍ତ୍ତା ରାସ୍ତାରେ ବସି ସିବିଆଇ ଜେରାକୁ ବିରୋଧ କରିଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ବିଟ କରି ସିସୋଦିଆଙ୍କୁ ସମର୍ଥନ କରିଛନ୍ତି । ଭଗବାନ ତୁମ ସହ ଅଛନ୍ତି ବୋଲି କହିଛନ୍ତି । ସେପଟେ ସିସୋଦିଆଙ୍କୁ ଜେରା କରିବାକୁ ସିବିଆଇ ଏକ ପ୍ରଶ୍ନର ଲମ୍ବା ଲିଷ୍ଟ ପ୍ରସ୍ତୁତ କରିଛି । ସିବିଆଇ ମୁଖ୍ୟାଳୟର ଆଖପାଖ ଅଞ୍ଚଳରେ 144 ଧାରା ଲାଗୁ ହୋଇଛି ।

ଏହା ବି ପଢନ୍ତୁ....ସ୍କୁଟିକୁ ଧକ୍କା ଦେବାପରେ ୨ କିଲୋମିଟର ଘୋଷାଡି ନେଲା ଟ୍ରକ, ଜେଜେବାପା-ନାତି ମୃତ

ପ୍ରକାଶଥାଉ କି, ମଦ ଦୁର୍ନୀତି ମାମଲାରେ କିଛି ଦିନ ତଳେ ଇଡି ଆନ୍ଧ୍ରପ୍ରଦେଶ ୱାଇଏସଆଇଆର କଂଗ୍ରେସ ପାର୍ଟିର ସାଂସଦ ମଗୁଣ୍ଟା ଶ୍ରୀନିବାସୁଲୁ ରେଡ୍ଡୀଙ୍କ ପୁଅ ମଗୁଣ୍ଟା ରାଘବଙ୍କୁ ଗିରଫ କରିଥିଲା । ଏହାପୂର୍ବରୁ ସିବିଆଇ ଦ୍ବାରା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କୁ ପୂର୍ବତନ ଚାଟାର୍ଡ ଆକାଉଣ୍ଟଙ୍କୁ ଗିରଫ କରିଥିଲା। ମଦ ଦୁର୍ନୀତି ମାମଲାରେ ଗତବର୍ଷ ଅକ୍ଟୋବର ୧୭ ତାରିଖରେ ମନୀଷ ସିସୋଦିଆଙ୍କୁ ସିବିଆଇ ଜେରା କରିଥିଲା । ପାଖାପାଖି ୯ ଘଣ୍ଟା ଧରି ସିବିଆଇର ପ୍ରଶ୍ନର ସାମ୍ନା କରିଥିଲେ ଆପ୍ ନେତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.