ETV Bharat / bharat

ଜନ୍ମଦିନ ପାଳି ଫସିଲେ ସାଂସଦ, ସାକ୍ଷୀ ମହାରାଜଙ୍କ ନାଁରେ ମାମଲା ରୁଜୁ

author img

By

Published : Jan 13, 2022, 9:05 AM IST

ବିଜେପି ସାଂସଦ ସାକ୍ଷୀ ମହାରାଜଙ୍କ ନାଁରେ ମାମଲା ରୁଜୁ
ବିଜେପି ସାଂସଦ ସାକ୍ଷୀ ମହାରାଜଙ୍କ ନାଁରେ ମାମଲା ରୁଜୁ

ଉନ୍ନାଓର ବିଜେପି ସାଂସଦ ସାକ୍ଷୀ ମହାରାଜଙ୍କ ନାଁରେ ମାମଲା ରୁଜୁ । ଧାରା ୧୪୪ ଏବଂ କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ କରିବା ଅଭିଯୋଗରେ ରୁଜୁ ହୋଇଛି ମାମଲା । ଅଧିକ ପଢନ୍ତୁ

ଡେରାଡୁନ: ବିଜେପି ସାଂସଦଙ୍କୁ ଜନ୍ମଦିନ ପାଳିବା ପଡିଲା ମହଙ୍ଗା । ଉତ୍ତରାଖଣ୍ଡରେ ଉନ୍ନାଓର ବିଜେପି ସାଂସଦ ସାକ୍ଷୀ ମହାରାଜ(BJP MP Unnao Sakshi Maharaj)ଙ୍କ ନାଁ ମାମଲା ରୁଜୁ । ଧାରା ୧୪୪ ଏବଂ କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ କରିବା ଅଭିଯୋଗରେ ସାକ୍ଷୀ ମହାରାଜଙ୍କ ସମେତ ୪୦ ରୁ ୫୦ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ବୁଧବାର ଉପ-ଜିଲ୍ଲାପାଳ ଅପୂର୍ବ ପାଣ୍ଡେ ଏନେଇ ସୂଚନା ଦେଇଛନ୍ତି ।

ଯାହା ସୂଚନା ରହିଛି, ଗତକାଲି(ବୁଧବାର) ସାଂସଦ ସାକ୍ଷୀ ମହାରାଜଙ୍କ ଜନ୍ମଦିନ ଥିଲା । ଏହି ଅବସରରେ ସେ ଉତ୍ତରାଖଣ୍ଡ ଋଷିକେଶ ଅନ୍ତର୍ଗତ ରେଲବାଇ ରୋଡ ନିକଟରେ ଥିବା ଭଗବାନ ଭବନ ଆଶ୍ରମ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ । ଯେଉଁଠାରେ ୧୪୪ ଧାରା ଏବଂ କୋଭିଡ କଟକଣା ଉଲ୍ଲଙ୍ଘନ କରାଯାଇଥିବା ଅଭିଯୋଗ ହୋଇଥିଲା । ଘଟଣାର ତଦନ୍ତ ପରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସାଂସଦଙ୍କ ସମେତ ପ୍ରାୟ ୫୦ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ।

@ANI

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.