ETV Bharat / bharat

ଭାଇ ସାଜିଲା ବଇରୀ, ପଥର ଛେଚି ହତ୍ୟା କଲା ବଡ ଭାଇ

author img

By

Published : Apr 16, 2023, 5:14 PM IST

ଭାଇ ସାଜିଲା ବଇରୀ
ଭାଇ ସାଜିଲା ବଇରୀ

ଓ୍ବାରାଙ୍ଗଲ ସହରର କରିମାବାଦ ଉର୍ସୁ ଅଞ୍ଚଳରେ ଜମି ବିବାଦକୁ ନେଇ ସାନ ଭାଇକୁ ହତ୍ୟା କଲା ବଡ ଭାଇ। ଅଧିକା ପଢନ୍ତୁ

ହାଇଦ୍ରାବାଦ: ସ୍ନେହ ସମ୍ପର୍କକୁ ଭୁଲିଯାଇ ଭାଇ ସାଜିଲା ବଇରୀ । ଜମି ବିବାଦକୁ ନେଇ ସାନ ଭାଇକୁ ହତ୍ୟା କଲା ବଡ ଭାଇ । ସାନ ଭାଇକୁ ହତ୍ୟା କରିବା ପାଇଁ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ । ହେଲେ ସେ ଖସି ଯିବାକୁ ଚେଷ୍ଟା କରିବାରୁ ତାଙ୍କୁ ପଥର ଛେଚି ହତ୍ୟା କରିଛି ବଡ ଭାଇ । ତେଲେଙ୍ଗାନା ଓ୍ବାରାଙ୍ଗଲ ସହରର କରିମାବାଦ ଉର୍ସୁ ଅଞ୍ଚଳରେ ଏଭଳି ହତ୍ୟାକାଣ୍ଡ ଘଟିଛି । ମୃତକ ଜଣକ ହେଉଛନ୍ତି ଉର୍ସୁ ତଲାମାଣ୍ଡୁଭା ଅଞ୍ଚଳର ଶ୍ରୀକାନ୍ତ ।

ସୂଚନା ମୁଚତାବକ , 40 ଡିଭିଜନ୍ ଉର୍ସୁ ତଲାମାଣ୍ଡୁଭା ଅଞ୍ଚଳରେ ରହୁଥିଲେ ଗୋବିନ୍ଦୁଲା ଶ୍ରୀନିବାସ, ଶ୍ରୀଧର ଏବଂ ଶ୍ରୀକାନ୍ତ । ତିନି ଭାଇ ଘରର ସମ୍ପତ୍ତିକୁ ପରସ୍ସର ମଧ୍ୟରେ ବାଣ୍ଟି ମଧ୍ୟ ଥିଲେ । ହେଲେ ବଡ ଭାଇ ଶ୍ରୀନିବାସଙ୍କର ଦେହାନ୍ତ ହୋଇଯିବା ପରେ ସାନ ଭାଇ ଶ୍ରୀକାନ୍ତଙ୍କ ଭାଗକୁ ନେଇ ବଡ ଭାଇ ଶ୍ରୀଧର ଝଗଡା କରିଥିଲେ । ଫଳରେ ଶ୍ରୀକାନ୍ତ ୱାରଙ୍ଗାଲରୁ ଘର ଛାଡି ନିଜ ମାଆଙ୍କ ସହ ନିଜାମାବାଦ ଯାଇ କାମ କରି ରହୁଥିଲେ । ସେ 2019ରେ ସେଠାରେ ସେ ପ୍ରେମ ବିବାହ କରିଥିଲେ । କିନ୍ତୁ କୋରୋନା ପରେ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ ତାଙ୍କ ଘର ପ୍ଲଟ ବିକ୍ରୟରୁ ମିଳିଥିବା ଅର୍ଥରେ ଚିକିତ୍ସା କରିବାକୁ ଚାହୁଁଥିଲେ । ଏନେଇ ସେ ଉରୁ ନିଜାମାବାଦରୁ ଆସି ତାଙ୍କ ଜମି ବିକ୍ରୟ କରିବାକୁ ଚେଷ୍ଟା କରିଥିଲେ। ହେଲେ ତାହାକୁ ନେଇ ବିବାଦ କରିଥିଲେ ଭାଇ ଶ୍ରୀଧର ।

ଚଳିତ ମାସ 7 ତାରିଖରେ ଶ୍ରୀକାନ୍ତ ତାଙ୍କ ଭାଇଙ୍କ ବିରୋଧରେ ମିଲ୍ସ କଲୋନୀ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଯେତେବେଳେ ପୋଲିସ ଶ୍ରୀଧରଙ୍କୁ ଷ୍ଟେସନକୁ ଡାକି ତାଙ୍କୁ ଚେତାବନୀ ଦେଇଥିଲେ । ସେତେବେଳେ ସେ ତାଙ୍କ ଭାଇଙ୍କ ଜମି ବିକ୍ରି କରିବାରେ ତାଙ୍କର କୌଣସି ଆପତ୍ତି ନାହିଁ ବୋଲି ପୋଲିସ ନିକଟରେ ସ୍ୱୀକାର କରିଥିଲେ । ହେଲେ ଶନିବାର ଯେତେବେଳେ ଶ୍ରୀକାନ୍ତ ଦୁଇ କ୍ରେତାଙ୍କ ସହ ସେହି ସ୍ଥାନକୁ ଯାଇଥିଲେ ପଛରୁ ଶ୍ରୀଧର ଆସି ଶ୍ରୀକାନ୍ତଙ୍କୁ ଆକ୍ରମଣ କରିଥିଲେ । ଫଳସ୍ବରୁପ ଯେଉଁମାନେ ସେହି ସ୍ଥାନ ଦେଖିବାକୁ ଆସିଥିଲେ ସେମାନେ ପଳାଇ ଯାଇଥିଲେ ।

ସେହିପରି ଘଟଣା ସ୍ଥଳରୁ ଶ୍ରୀଧର ଆହାତ ଶ୍ରୀକାନ୍ତଙ୍କୁ ଘର ଭିତରକୁ ଆଣି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଏଥିସହ ସେ ଯେପରି ଘରୁ ବାହାରକୁ ନ ଯାଇପାରିବେ ସେଥିପାଇଁ ସେ କବାଟରେ ଏକ ପଥର ରଖିଥିଲେ। ଅନ୍ୟପଟେ ସ୍ଥାନୀୟ ଲୋକ କହିଛନ୍ତି ଯେ, ଯେତେବେଳେ ଶ୍ରୀକାନ୍ତ କୌଣସି ପ୍ରକାରେ ଘରୁ ବାହାରକୁ ଆସିଲେ । ସେତେବେଳେ ତାଙ୍କୁ ବଜାରରେ ପଥରରେ ଛେଚି ହତ୍ୟା କରିଥିଲେ । ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରୁ କେହି ପୋଲିସକୁ ସୂଚନା ଦେଇ ନ ଥିଲେ । ଘଟଣା ପରେ ଶ୍ରୀଧର ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସହ ଘରୁ ପଳାଇ ଯାଇଥିଲେ । ମୃତକଙ୍କ ପତ୍ନୀ ରାନୀଙ୍କ ଅଭିଯୋଗ ଉପରେ ଏକ ମାମଲା ରୁଜୁ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.