ETV Bharat / bharat

ବ୍ରେକଅପ କରିବାକୁ କହିଲା ପ୍ରେମିକା, ବିଷ ପିଆଇ ଜୀବନ ନେଲା ପ୍ରେମିିକ

author img

By ETV Bharat Odisha Team

Published : Nov 26, 2023, 4:37 PM IST

boyfriend killed girlfriend
boyfriend killed girlfriend

ପ୍ରେମିକାକୁ ବିଷ ଦେଇ ଜୀବନ ନେଲା ପ୍ରେମିକ । ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଘଟିଛି ଏପରି ଘଟଣା । ଅଧିକ ପଢନ୍ତୁ

ଲକ୍ଷ୍ନୌ: ପ୍ରେମ ରାସ୍ତାରେ ଖଳନାୟିକା ସାଜିଲେ ମାଆ । ଝିଅକୁ ପ୍ରେମିକ ସହ ଦେଖା କରିବାକୁ ବାରଣ କଲେ । ପରିବାର ନିଷ୍ପତ୍ତି ଆଗରେ ପ୍ରେମିକର ସାଥ୍‌ ଛାଡିବାକୁ ନିଷ୍ପତ୍ତି ନେଲା ପ୍ରେମିକା । ପ୍ରେମିକାର ଏଭଳି ନିଷ୍ପତ୍ତିକୁ ସହଜରେ ଗ୍ରହଣ ପାରିଲାନି ପ୍ରେମିକ । ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ରାଗରେ ଜର୍ଜରିତ ହୋଇ ପ୍ରେମିକା ଘରେ ପହଞ୍ଚି ନିଜ ମନର ମାନସୀକୁ ପିଆଇ ଦେଲା ବିଷ । ଶେଷରେ ଆଖି ବୁଜିଛନ୍ତି ନାବାଳିକା । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଲକ୍ଷ୍ନୌର ରହୀମାବାଦ ଗାଁରେ । ଏହି ଘଟଣାରେ ପୋଲିସ ନାବାଳିକାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି । ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯୁବକଙ୍କ ପରିଚୟ ମିଳିପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ- ରାସ୍ତା ମଝିରେ କୁରାଢୀରେ ହାଣି ପ୍ରେମିକାକୁ ହତ୍ୟା କଲା ପ୍ରେମିକ

ଉଭୟଙ୍କ ପ୍ରେମୀ ଯୁଗଳଙ୍କ ଘର ରହୀମାବାଦ ଗାଁରେ । ନାବାଳିକାଙ୍କ ପ୍ରେମ ସମ୍ପର୍କରେ ପରିବାର ଲୋକେ ଅବଗତ ଥିଲେ । କିନ୍ତୁ ଯୁବକ ଜଣଙ୍କୁ ନାବାଳିକାଙ୍କ ମାଆ ପସନ୍ଦ କରୁନଥିଲେ । ଏହି କାରଣରୁ ସେ ଝିଅକୁ ଯୁବକଙ୍କୁ ଭେଟିବାକୁ ବାରମ୍ବାର ବାରଣ କରୁଥିଲେ । ଏହାକୁ ନେଇ ମାଆ ଓ ଝିଅ ମଧ୍ୟରେ ଅନେକ ସମୟରେ ବଚସା ଲାଗି ରହୁଥିଲା । ତେଣୁ ନାବାଳିକା ଜଣଙ୍କ ପ୍ରେମିକ ସହ କଥାବାର୍ତ୍ତା କରୁନଥିଲେ ।

ଶନିବାର ଦିନ ନାବାଳିକାଙ୍କ ବାପା ଔଷଧ ଆଣିବାକୁ ଯାଇଥିବାବେଳେ ତାଙ୍କ ମାଆ କାମ କରିବାକୁ ବାହାରକୁ ଯାଇଥିଲେ । ତା’ପରେ ପ୍ରେମିକ ଜଣଙ୍କ ପ୍ରେମିକା ଘରେ ପହଞ୍ଚିଥିଲେ । ଏହାପରେ ଘରେ ନାବାଳିକାଙ୍କ ଭାଇକୁ ଘର ବାହାରକୁ ପଠାଇ ଦେଇଥିଲା । ଏହି ସମୟରେ ନାବଳିକା ଜଣଙ୍କ ପ୍ରେମ ସମ୍ପର୍କ ନରଖିବାକୁ ପ୍ରେମିକଙ୍କୁ କହିଥିଲେ । ଯାହା ପରମୁହୂର୍ତ୍ତରେ ଉଗ୍ରରୂପ ଧାରଣ କରିଥିଲା । ଯୁବକ ଜଣଙ୍କ ନାବାଳିକା ଜଣଙ୍କୁ ଜବରଦସ୍ତ ବିଷ ପିଆଇ ଦେଇଥିଲେ।

ଏହା ମଧ୍ୟ ପଢନ୍ତୁ-ଟଙ୍କା ପାଇଁ ଧୋକା, ପ୍ରେମିକକୁ ଭରସା କରି ଗଣଦୁଷ୍କର୍ମର ଶିକାର ଯୁବତୀ !

ଏହାପରେ ନାବାଳିକାଙ୍କ ଭାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ସମୟରେ ତାଙ୍କ ଊଉଣୀଙ୍କୁ ଯୁବକ ଜଣଙ୍କ ଜବରଦସ୍ତ କିଛି ପିଆଇ ଦେଉଥିବା ଦେଖିବାକୁ ପାଇଥିଲେ । ଭାଇକୁ ଦେଖି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଯୁବକ । ନାବାଳିକାଙ୍କ ଚିତ୍କାର ଶୁଣି ପଡୋଶି ଲୋକେ ଘରେ ପହଞ୍ଚିଥିଲେ। ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ନାବାଳିକା ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ । ବର୍ତ୍ତମାନ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.