ETV Bharat / bharat

ରାସ୍ତା ମଝିରେ କୁରାଢୀରେ ହାଣି ପ୍ରେମିକାକୁ ହତ୍ୟା କଲା ପ୍ରେମିକ

author img

By ETV Bharat Odisha Team

Published : Nov 26, 2023, 1:06 PM IST

ରାସ୍ତା ମଝିରେ କୁରାଢୀରେ ହାଣି ପ୍ରେମିକାକୁ ହତ୍ୟା କଲା ପ୍ରେମିକ
ରାସ୍ତା ମଝିରେ କୁରାଢୀରେ ହାଣି ପ୍ରେମିକାକୁ ହତ୍ୟା କଲା ପ୍ରେମିକ

ରାସ୍ତା ମଝିରେ ପ୍ରେମିକାକୁ ହାଣି ହତ୍ୟା କଲା ପ୍ରେମିକ । ଉତ୍ତରପ୍ରଦେଶ କାନପୁରରେ ଘଟିଛି ଏହି ନିର୍ମମ ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

କାନପୁର: ବିଚ ରାସ୍ତାରେ କୁରାଢୀରେ ହାଣି ପ୍ରେମିକାକୁ ହତ୍ୟା କଲା ପ୍ରେମିକ । ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ । ଘଟଣାସ୍ଥଳରେ ମହିଳା ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି । ତେବେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ଅନ୍ୟପଟେ ଏଭଳି ରାସ୍ତା ମଝିରେ ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ଏହାମଧ୍ୟ ପଢନ୍ତୁ.. ରକ୍ତମୁଖା ସ୍ବାମୀ; ସ୍ତ୍ରୀକୁ ଜୀଅଁନ୍ତା ଜାଳିଲା, ଶ୍ବଶୁରକୁ ପଥରରେ ଛେଚି ହତ୍ୟା କଲା

ଉତ୍ତରପ୍ରଦେଶର କାନପୁର ଜିଲ୍ଲାର ବିହ୍ଲୋର ଥାନା ଅନ୍ତର୍ଗତ ରାଜେପୁର ଗାଁ ନିକଟସ୍ଥ ରାଜରାସ୍ତାରେ ନିର୍ମମ ହତ୍ୟାକାଣ୍ଡ ଘଟିଛି । ଛୁରୀ ଓ କୁରାଢୀରେ ହାଣି ପ୍ରେମିକାକୁ ନିର୍ମମ ଭାବେ ହତ୍ୟା କରିଛି ପ୍ରେମିକ । ସୂଚନା ଅନୁଯାୟୀ, ରବିବାର ସକାଳ ସମୟରେ ଜଣେ ଯୁବତୀ ତାଙ୍କ ଭିଣୋଇଙ୍କ ସହ ବାଇକ୍‌ରେ ଘରକୁ ଯାଉଥିଲେ । ଏହି ସମୟରେ ବିହ୍ଲୋର ଥାନା ଅନ୍ତର୍ଗତ ରାଜେପୁର ଗାଁ ନିକଟସ୍ଥ ରାଜରାସ୍ତାରେ ହଠାତ୍‌ ବାଇକ ସାମ୍ନାକୁ ଆସି ଜଣେ ବାଇକ ରୋକିଥିଲା । ବାଇକ୍‌ ରଖିବା ପରେ ହଠାତ ଯୁବକ ଜଣକ ଆସି ଯୁବତୀଙ୍କ ଉପରକୁ ଆକ୍ରମଣ କରିଥିଲା । କୁରାଢୀ ଓ ଛୁରୀ ସାହାଯ୍ୟରେ ଯୁବତୀଙ୍କ ଉପରକୁ ଏକାଧିକ ଥର ଆକ୍ରମଣ କରିଥିଲା ଯୁବକ ଜଣକ । ଏହି ଆକ୍ରମଣରେ ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ ଜଣକ ।

ଏହାମଧ୍ୟ ପଢନ୍ତୁ.. ବାପା ଘରକୁ ଯିବାକୁ ସ୍ତ୍ରୀକୁ ବାରଣ, ସ୍ବାମୀର ଆଖି ଫୁଟାଇ ଦେଲା ସ୍ତ୍ରୀ

ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେବା ପରେ ପୋଲିସ ଓ ଫରେନ୍ସିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇଥିବା ବେଳେ ଘଟଣାସ୍ଥଳରୁ ରକ୍ତ ଜୁଡୁବୁଡୁ କୁରାଢୀ ଓ ଛୁରୀକୁ ମଧ୍ୟ ଜବତ କରିଛି । ଏଥିସହ ପ୍ରତ୍ୟେକ୍ଷଦର୍ଶୀମାନଙ୍କୁ ପଚରାଉଚରା କରି ତଦନ୍ତ ଜାରି ରଖିଛି ପୋଲିସ ।

ଅନ୍ୟପଟେ ଅଭିଯୁକ୍ତ ଜଣକ ମୃତ ଯୁବତୀଙ୍କ ପ୍ରେମିକ ହୋଇଥିବା ସୂଚନା ରହିଛି । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା । ଯାହାପରେ ରାସ୍ତାରେ ପୂର୍ବରୁ ଅପେକ୍ଷା କରି ରହିଥିବା ବେଳେ ପ୍ରେମିକାକୁ ଆସିବା ପରେ ଗାଡି ଅଟକାଇ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ତେବେ ଉତ୍ତରପ୍ରଦେଶରେ ଅପରାଧିକ କାର୍ଯ୍ୟକଳାପ ମାତ୍ରାଧିକ ବଢିଚାଲିଛି । ଏଭଳି ରାସ୍ତା ମଝିରେ ଦିନଦ୍ବିପ୍ରହରରେ ହତ୍ୟା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.