ETV Bharat / bharat

ଚଣ୍ଡିଗଡ ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ ବୋମ ଧକମ, ସର୍ଚ୍ଚ ଅପରେସନ ଜାରି

author img

By

Published : Jan 24, 2023, 7:27 PM IST

ଚଣ୍ଡିଗଡ ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ ବୋମ ଧକମ, ସର୍ଚ୍ଚ ଅପରେସନ ଜାରି
ଚଣ୍ଡିଗଡ ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ ବୋମ ଧକମ, ସର୍ଚ୍ଚ ଅପରେସନ ଜାରି

ଚଣ୍ଡିଗଡ ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ ବୋମ ଧକମ ପରେ ସର୍ଚ୍ଚ ଅପରେସନ ଜାରି । ମିଳନି କୌଣସି ବିସ୍ଫୋରକ ସାମଗ୍ରୀ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଚଣ୍ଡିଗଡ଼ ଜିଲ୍ଲା କୋର୍ଟ ପରିସରରେ ବୋମା ଧମକ । କୌଣସି ସୂତ୍ରରୁ କୋର୍ଟ ପରିସରରେ ବୋମା ରଖାଯାଇଥିବା ଖବର ସାମ୍ନାକୁ ଆସିବା ପରେ ସମଗ୍ର ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି । କୋର୍ଟ କାର୍ଯ୍ୟ ଅଧାରୁ ବନ୍ଦ ରଖାଯାଇ ସମସ୍ତ ଆଇନଜୀବୀ, ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କୁ କୋର୍ଟ ଛାଡିବା ପାଇଁ କୁହାଯାଇଥିଲା । କୋର୍ଟ ପରିସର ଖାଲି ହେବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଚଣ୍ଡିଗଡ ପୋଲିସ, ରେସକ୍ୟୁ ଟିମ୍, ବୋମା ନିଷ୍କ୍ରିୟକାରୀ ଟିମ୍‌ ସହ ଫାଏର ବ୍ରିଗେଡ୍ ଟିମ୍ ମଧ୍ୟ ସର୍ଚ୍ଚ ଅପରେସନରେ ସାମିଲ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ବୋମା କିମ୍ବା କୌଣସି ବିସ୍ଫୋରକ କିମ୍ବା ସନ୍ଦେହଜନକ ସାମଗ୍ରୀ ଠାବ ହୋଇଥିବା ନେଇ ସୂଚନା ମିଳିନି । ସର୍ଚ୍ଚ ଅପରେସନ ଜାରି ରହିଛି ।

ସାଧାରଣତନ୍ତ୍ର ଦିବସକୁ ଆଉ ମାତ୍ର ଦୁଇ ଦିନ ବାକି ଥିବା ବେଳେ ସମଗ୍ର ସହରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାରି ମଧ୍ୟରେ ଚଣ୍ଡିଗଡ କୋର୍ଟ ପରିସରରେ ବୋମା ରଖାଯାଇଥିବା କୌଣସି ସୂତ୍ରରୁ ସୂଚନା ମିଳିବା ପରେ କୋର୍ଟ କର୍ତ୍ତୃପକ୍ଷ ପୋଲିସକୁ ଅବଗତ କରାଇଥିଲେ । ପୋଲିସ ଟିମ ସହ ଅନ୍ୟ ସମସ୍ତ ଜରୁରୀକାଳୀନ ବିଭାଗର ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ସମ୍ପୂର୍ଣ୍ଣ କୋର୍ଟକୁ ଖାଲି କରିବା ପାଇଁ ଆଇନଜୀବୀ ଓ କୋର୍ଟ କର୍ମଚାରୀଙ୍କୁ କୁହାଯାଇଥିଲା । କୋର୍ଟ ପରିସର ଖାଲି ହେବା ପରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏପର୍ଯ୍ୟନ୍ତ କୌଣସି ବୋମା ମିଳିନଥିବା ବେଳେ ତଦନ୍ତ ଜାରି ରହିଛି । ଏହା ଏକ ଗୁଜବ ହୋଇଥିବା ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି । ସର୍ଚ୍ଚ ଅପରେସନ ଶେଷ ହେବା ପରେ ପୋଲିସ ଆନୁଷ୍ଠାନିକ ଭାବେ ଏପରି ଧମକର ସତ୍ୟତା ସ୍ପଷ୍ଟ କରିପାରେ ।

ନିକଟରେ ପଞ୍ଜାବର ଲୁଧିଆନା କୋର୍ଟ କମ୍ପ୍ଲେକ୍ସରେ ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ ସନ୍ଦିଗ୍ଧ ଆତଙ୍କୀର ମୃତ୍ୟୁ ହେବା ସହ ଅନ୍ୟ କିଛି ଗୁରୁତର ହୋଇଥିଲେ । ଏହି ଆକ୍ରମଣର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା ଦ୍ବାରା କରାଯାଇଥିଲା । ନିକଟରେ ଯାହାର ଚାର୍ଜସିଟ୍‌ ଦାଖଲ ହୋଇଛି । ଏହି ଆକ୍ରମଣ ପାକିସ୍ତାନ ଓ ଅନ୍ୟ କିଛି ଦେଶରୁ ସଞ୍ଚାଳିତ ହେଉଥିବା ଖଲିସ୍ତାନୀ ଗୋଷ୍ଠୀ ଦ୍ବାରା ହୋଇଥିବା ଏନଆଇଏ ତାର ଚାର୍ଜସିଟରେ ଉଲ୍ଲେଖ କରିଥିଲା । ଏବେ ସାଧାରଣତନ୍ତ୍ର ଦିବସର ମାତ୍ର 2 ଦିନ ପୂର୍ବରୁ କୋର୍ଟ ପରିସରରେ ଏପରି ବୋମା ଧମକ ମିଳିବା ପରେ ପୋଲିସ ପ୍ରଶାସନ ମଧ୍ୟ ଆକ୍ସନ ମୋଡକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.