ETV Bharat / bharat

39 ସ୍ତ୍ରୀ 94 ସନ୍ତାନ ସହ ଗୋଟିଏ ଛାତ ତଳେ ବିଶ୍ବର ସବୁଠାରୁ ବଡ଼ ପରିବାର

author img

By

Published : Jun 18, 2020, 9:01 AM IST

World’s Biggest Family, Indian man sets record with 39 wives, 94 children and 33 grandchildren, all living in one roof in Mizoram, ଅଜଣା କଥା, ଗୋଟିଏ ଛାତ ତଳେ ବିଶ୍ବର ସବୁଠାରୁ ବଡ଼ ପରିବାର, ଏମିତି ଜଣେ ବ୍ୟକ୍ତି ଯାହାଙ୍କର ଅଛନ୍ତି 39 ସ୍ତ୍ରୀ, 167 ଜଣଙ୍କୁ ନେଇ ପରିବାର
39 ସ୍ତ୍ରୀ 94 ସନ୍ତାନ ସହ ଗୋଟିଏ ଛାତ ତଳେ ବିଶ୍ବର ସବୁଠାରୁ ବଡ଼ ପରିବାର

ଜାଣନ୍ତୁ ଏମିତି ଜଣେ ବ୍ୟକ୍ତି ଯାହାଙ୍କର ଅଛନ୍ତି 39 ସ୍ତ୍ରୀ । 167 ଜଣଙ୍କୁ ନେଇ ମିଜୋରାମରେ ବାସ କରେ ଏହି ପରିବାର । ବିଶ୍ବର ସବୁଠାରୁ ବଡ଼ ପରିବାର ଭାବେ ମାନ୍ୟତା ପାଇଛି ଏହି ପରିବାର । ଅଧିକ ପଢ଼ନ୍ତୁ...

ପରିବାର କଥା ଯେତେବେଳେ ମନକୁ ଆସେ ଆଜିକାଲି ପିଲାମାନେ ବୁଝନ୍ତି ମା, ବାପା, ଭାଇ, ଭଉଣୀ । ଗୋଟିଏ ପିଢ଼ି ପଛକୁ ଫେରିଲେ ପରିବାରର ମାନେ ଥିଲା ବାପା, ମା, ଭାଇ, ଭଉଣୀ, ଜେଜେ, ଜେଜେ ମା । ଆଉ କିଛି ପିଢ଼ି ପଛକୁ ଫେରିଲେ ଦେଖିବାକୁ ମିଳେ ଯୌଥ ପରିବାରର ପ୍ରଥା ଯେଉଁଠି, ଜେଜେ, ଜେଜେ ମା, ବାପା, ମା, ଦାଦା, ଖୁଡ଼ି, ବଡ ବାପା, ବଡ଼ ମା, ଭାଇ ଭଉଣୀଙ୍କ ମେଳରେ ପୁରିଉଠୁଥିଲା ଘର । କିନ୍ତୁ ଆଜିର ଏହି ଏକବିଂଶ ଶତାବ୍ଦୀରେ ପରିବାର କହିଲେ ଏକକ ପରିବାର ବା ନ୍ୟୁକ୍ଲିୟର ଫ୍ୟାମିଲିକୁ ବୁଝାଏ । ତେବେ ଏହି ଯୁଗରେ ବି ଭାରତରେ ଅଛି ଏମିତି ଏକ ପରିବାର ଅଛି ଯାହାର ସଦସ୍ୟ ସଂଖ୍ୟା 167 । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।

World’s Biggest Family, Indian man sets record with 39 wives, 94 children and 33 grandchildren, all living in one roof in Mizoram, ଅଜଣା କଥା, ଗୋଟିଏ ଛାତ ତଳେ ବିଶ୍ବର ସବୁଠାରୁ ବଡ଼ ପରିବାର, ଏମିତି ଜଣେ ବ୍ୟକ୍ତି ଯାହାଙ୍କର ଅଛନ୍ତି 39 ସ୍ତ୍ରୀ, 167 ଜଣଙ୍କୁ ନେଇ ପରିବାର
ଗୋଟିଏ ଛାତ ତଳେ ବିଶ୍ବର ସବୁଠାରୁ ବଡ଼ ପରିବାର

ମିଜୋରାମର ଜଣେ ବ୍ୟକ୍ତି ଯାହାଙ୍କର ଅଛନ୍ତି 39 ଜଣ ପତ୍ନୀ, 94 ସନ୍ତାନ ଓ 33 ନାତି ନାତୁଣୀ । ବିଶ୍ବର ସର୍ବ ବୃହତ ପରିବାର ମଧ୍ୟରୁ ଗୋଟିଏ । ଆଉ ଗୋଟଏ ଛାତ ତଳେ ଏମାନେ ବେଶ୍‌ ଖୁସିରେ ରହୁଛନ୍ତି । ବର୍ମା ଓ ବାଂଲାଦେଶ ସୀମାରେ ଏକ ଚାରି ମହଲା ବିଶିଷ୍ଟ କୋଠାରେ ରହେ ଏହି ପରିବାର ।

World’s Biggest Family, Indian man sets record with 39 wives, 94 children and 33 grandchildren, all living in one roof in Mizoram, ଅଜଣା କଥା, ଗୋଟିଏ ଛାତ ତଳେ ବିଶ୍ବର ସବୁଠାରୁ ବଡ଼ ପରିବାର, ଏମିତି ଜଣେ ବ୍ୟକ୍ତି ଯାହାଙ୍କର ଅଛନ୍ତି 39 ସ୍ତ୍ରୀ, 167 ଜଣଙ୍କୁ ନେଇ ପରିବାର
ଜିଓନା ଚାନା

ପରିବାରର ମୁଖ୍ୟ ଜିଓନା ଚାନା କୁହନ୍ତି, ‘‘ଗୋଟିଏ ବର୍ଷରେ ମୁଁ 10 ଜଣ ମହିଳାଙ୍କୁ ବିବାହ କରିଥିଲି ।’’ ଜିଓନାଙ୍କ ପୁଅ ବୋହୂ ଓ ତାଙ୍କ ନାତି ନାତୁଣି ଗୋଟିଏ ଘରେ ଭିନ୍ନ ଭିନ୍ନ ରୁମରେ ରହନ୍ତି । କିନ୍ତୁ ଏତେ ବଡ଼ ପରିବାରର ରୋଷେଇ ଘର ଆଜିବି ଗୋଟିଏ ।

ଏହି କୋଠାରେ ରହିଛି 100ଟି ବେଡରୁମ । ମିଜୋରାମର ବକ୍ତୱାଙ୍ଗ ଠାରେ ଥିବା ଏହି ଚାରି ମହଲା କୋଠାରେ ଜିଓନାଙ୍କ ସମସ୍ତ ପତ୍ନୀ ଗୋଟିଏ ବିଶାଳ କୋଠରୀରେ ଏକାଠି ଶୁଆ ବସା କରନ୍ତି । 167 ସଦସ୍ୟ ବିଶିଷ୍ଟ ଏହି ପରିବାରରେ ପ୍ରତିଦିନ 90 କିଲୋଗ୍ରାମ ଚାଉଳ ରୋଷେଇ ହୁଏ । ଆଉ ଜେତେବେଳେ ଆମିଷ ଖାଇବା କଥା ଆସେ ତେବେ ରାତ୍ରିଭୋଜନରେ 30ଟି କୁକୁଡ଼ା ରୋଷେଇ କରେ ଏହି ପରିବାର ।

ଜିଓନାଙ୍କ ସ୍ତ୍ରୀ ଓ ବୋହୂ ମାନେ ରୋଷେଇ ବାସ କଥା ବୁଝନ୍ତି, ଝିଅ ମାନେ ସଫା ସୁତୁରା କଥା ବୁଝନ୍ତି ଓ ଘରର ପୁରୁଷ ମାନେ ବାହାର କାମ ତଥା ଚାଷ ବାସ ଆଦି କାର୍ଯ୍ୟ ତୁଲାଇଥା’ନ୍ତି ।

ଜିଓନା କୁହନ୍ତି, ‘‘ମୁଁ ଆଜି ବି ଆଉଥରେ ବିବାହ କରିବାକୁ ପ୍ରସ୍ତୁତ ଅଛି । ମୁଁ ଖିବ ଭାଗ୍ୟବାନ ଯେ ଭଗବାନ ମୋର ଦେଖାଶୁଣା ପାଇଁ ଏତେ ଲୋକ ଦେଇଛନ୍ତି ।’’

ତେବେ ଆଜିର ଏହି ପ୍ରତିକ୍ଷଣରେ ଦୌଡୁଥିବା ଦୁନିଆଁରେ ଯେଉଁଠି ପରିବାର ପାଇଁ କାହାରି ପାଖରେ ସମୟ ନାହିଁ, କିମ୍ବା ଯୌଥ ପରିବାରରେ ରହିବାକୁ କେହି ପସନ୍ଦ କରନ୍ତି ନାହିଁ । ସେଇଠି ଜିଓନାଙ୍କ ପରିବାର ସମସ୍ତଙ୍କ ପାଇଁ ନଶ୍ଚିତ ଏକ ଉଦାହରଣ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.