ETV Bharat / bharat

ତେଲେଙ୍ଗାନା ପାଇଁ ନ୍ୟାୟ କରିଛି କେନ୍ଦ୍ର: ଅନୁରାଗ ଠାକୁର

author img

By

Published : Feb 6, 2021, 5:11 PM IST

ତେଲେଙ୍ଗାନାକୁ ଅଣଦେଖା କରିନାହାଁନ୍ତି କେନ୍ଦ୍ର ସରକାର । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ପ୍ରେସମିଟ । ଅଧିକ ପଢନ୍ତୁ....

ତେଲେଙ୍ଗାନା ପାଇଁ ନ୍ୟାୟ କରିଛି କେନ୍ଦ୍ର : ଅନୁରାଗ ଠାକୁର
ତେଲେଙ୍ଗାନା ପାଇଁ ନ୍ୟାୟ କରିଛି କେନ୍ଦ୍ର : ଅନୁରାଗ ଠାକୁର

ହାଇଦ୍ରାବାଦ: ତେଲେଙ୍ଗାନାକୁ ଅଣଦେଖା କରିନାହାଁନ୍ତି କେନ୍ଦ୍ର ସରକାର । ତେଲେଙ୍ଗାନା ପ୍ରତି ଉଚିତ ନ୍ୟାୟ କରାଯାଇଛି । ହାଇଦ୍ରାବାଦର ବିଜେପି କାର୍ଯ୍ୟାଳୟରେ ଗଣମାଧ୍ୟମକୁ ସୂଚନା ଦେଇ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।

ଅନୁରାଗ କହିଛନ୍ତି ଯେ କୋଭିଡ ସମୟରେ କେହି ଅସୁବିଧାରେ ନ ପଡ଼ିବା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଯାଇଛି । ବଜେଟ ବାବଦରେ ଠାକୁର କହିଛନ୍ତି ମୋଦି ସରକାର ଚଳିତବର୍ଷ ଏକ ସ୍ବଚ୍ଛ ଓ ପାରଦର୍ଶୀ ବଜେଟ୍ ପ୍ରସ୍ତୁତ କରିଛନ୍ତି । ଏହା ସମସ୍ତ ବିଭାଗ ଓ ସବୁ ବର୍ଗର ଲୋକଙ୍କ ପାଇଁ ଲାଭଦାୟକ ହୋଇପାରିବ ।

ଅନୁରାଗ ଆହୁରି ମଧ୍ୟ କହିଛନ୍ତି ଯେ ନୀତି ଆୟୋଗଙ୍କ ସୁପାରିଶ କ୍ରମେ ଦେଶର ବିଭିନ୍ନ କମ୍ପାନୀରୁ ପୁଞ୍ଜି ବିନିଯୋଗ ପ୍ରତ୍ୟାହାର କରାଯାଉଛି। ସମସ୍ତ କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର କରି ଘରୋଇ କରଣ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ । କେଉଁ କମ୍ପାନୀ ଗୁଡିକ ଜନହିତରେ କାମ କରୁଛନ୍ତି ତାହା ସରକାର ମଧ୍ୟ ଦୃଷ୍ଟିରେ ରଖିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।

ବିଶାଖାପାଟନମ ଷ୍ଟିଲ କମ୍ପାନୀର ଘରୋଇକରଣ ବାବଦରେ ଠାକୁର କହିଛନ୍ତି ଏହା ଦେଶ ପ୍ରତି ଲାଭଦାୟକ ହେବ । ଏହା ଦ୍ବାରା କମ୍ପାନୀ ଓ ସେଠାରେ କାମ କରୁଥିବା ଶ୍ରମିକ, କର୍ମଚାରୀମାନେ ମଧ୍ୟ ଲାଭବାନ ହୋଇପାରିବେ । ପୋଲାଭରମ ପ୍ରକଳ୍ପ ବାବଦରେ ସେ କହିଛନ୍ତି କେନ୍ଦ୍ର ସରକାର ଦେଇଥିବା ଗ୍ୟାରେଣ୍ଟି ଅନୁଯାୟୀ ପୋଲାଭରାମଙ୍କୁ ଅର୍ଥ ପ୍ରଦାନ କରାଯାଇଛି। ସେ ନିଜେ ଆନ୍ଧ୍ରପ୍ରଦେଶ ଅର୍ଥମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଛନ୍ତି । ପୂର୍ବ ଚୁକ୍ତିନାମା ଅନୁଯାୟୀ ଏହି ଅର୍ଥ ଆବଣ୍ଟନ କରାଯାଇଛି ।

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସହିତ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାକୁ ଏକାଧିକ ପ୍ରକଳ୍ପ ବଣ୍ଟନ କରାଯାଇଛି। ତେଲେଙ୍ଗାନାରେ ରେଳ ଲାଇନର ବିଦ୍ୟୁତିକରଣ ପାଇଁ ପାଣ୍ଠି ଆବଣ୍ଟନ କରାଯାଇଛି। ଚଳିତ ଆର୍ଥିକ ବଜେଟ ଅର୍ଥନୀତିକୁ ଆଗକୁ ନେବା ଦୃଢୋକ୍ତି ପ୍ରକାଶ କରିଛନ୍ତି ଠାକୁର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.