ETV Bharat / bharat

ଦିଲ୍ଲୀ ସଡକ ଦୁର୍ଘଟଣାରେ ଦୁଇ ମୃତ

author img

By

Published : Jun 7, 2020, 4:34 PM IST

Delhi road accident news
ଦିଲ୍ଲୀ ସଡକ ଦୁର୍ଘଟଣା ଖବର

ଦିଲ୍ଲୀ ବିକାଶପୁରୀ ଅଞ୍ଚଳରେ ସଡକ ଦୁର୍ଘଟଣାରେ ଘଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ: ବିକାଶପୁରୀ ଅଞ୍ଚଳରେ ଘଟିଥିବା ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦ୍ବୟ ଇ-ରିକ୍ସା ଡ୍ରାଇଭର ଗୁଲଶନ ଏବଂ ସନ୍ନି ବୋଲି ଜଣାପଡିଛି । ପୋଲିସ ସୂଚନା ମୁତାବକ ଶନିବାର ରାତିରେ ପିରାଗରୀ ପାଖରୁ ଆସୁଥିବା ଏକ ବାଇକରେ ଦୁଇଜଣ ବ୍ୟକ୍ତି ବିକାଶପୁରୀ ଫ୍ଲାଏ ଓଭରକୁ ଓହ୍ଲାଇବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।

ଜଣେ ପ୍ରତ୍ୟକ୍ଷଦର୍ଶୀ ମୁତାବକ ବାଇକ ଚାଳକ ଦ୍ରୁତ ଗତିରେ ଗାଡି ଚଳାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ରାତି 9.24 ରେ ଏନେଇ ଏକ ପିସିଆର କଲ କରାଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.